ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଚାମ୍ପିଅନ୍ସ ଟ୍ରଫି ୨୦୨୫: ଟସ ଜିତି ବ୍ୟାଟିଂ କରିବ ବାଂଲାଦେଶ

Published By : Prameya | February 20, 2025 2:30 PM

ଦୁବାଇ, ୨୦/୦୨: ଚାମ୍ପିଅନ୍ସ ଟ୍ରଫିରେ ହାଇଭୋଲ୍ଟେଜ୍ ଲଢ଼େଇ। ଦ୍ବିତୀୟ ମ୍ୟାଚ୍‌ରେ ଭାରତ- ବାଂଲାଦେଶ  ମୁହାଁମୁହିଁ । ଟିସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଂଲାଦେଶ। ବୋଲିଂ କରିବ ଟିମ୍ ଇଣ୍ଡିଆ। ଚାମ୍ପିଅନ୍ସ ଟ୍ରଫିରେ ଏକାସାଙ୍ଗରେ ଭାରତର ୭ ଖେଳାଳି ଡେବ୍ୟୁ କରିଛନ୍ତି। ଦର୍ଶକଙ୍କ ପାଇଁ ଏହି ମ୍ୟାଚ୍‌ ଭରପୁର ମନୋରଞ୍ଜନ ଯୋଗାଇବ । ସମଗ୍ର ବିଶ୍ୱର ନଜର ଭାରତର ଦୁଇ  ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିଛି । ଉଭୟଙ୍କ ପ୍ରଦର୍ଶନ ଭଲ ରହିଲେ  ଭାରତର ଟାଇଟଲ ସ୍ୱପ୍ନ ସଫଳ ହେବ । 


ପ୍ରାୟ ୭ ବର୍ଷ ପରେ ICC ଚାମ୍ପିଅନ୍ସ ଟ୍ରଫି ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଶେଷ ଥର ପାଇଁ ୨୦୧୭ରେ ଖେଳାଯାଇଥିଲା । ଏପରି ପରିସ୍ଥିତିରେ, ଟିମ୍ ଇଣ୍ଡିଆର ବର୍ତ୍ତମାନର ଦଳରେ ବହୁତ କମ୍ ଖେଳାଳି ଅଛନ୍ତି ଯେଉଁମାନେ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ଖେଳିଛନ୍ତି । ଶୁଭମନ ଗିଲ, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଅକ୍ଷର ପଟେଲ, ଏମାନେ ସମସ୍ତେ ଚାମ୍ପିଅନ୍ସ ଟ୍ରଫିରେ ଡେବ୍ୟୁ କରିଛନ୍ତି । 


ଟସ୍‌ ଜିତିଲେ ଫିଲ୍ଡିଂ: ଦୁବାଇ ଅନ୍ତର୍ଜାତୀୟ  ଷ୍ଟାଡ଼ିୟମ୍‌ର ପିଚ୍‌କୁ ନେଇ ପୂର୍ବାନୁମାନ କରିବା  କଷ୍ଟକର । ତଥାପି ପିଚ୍‌ ସାମାନ୍ୟ ମନ୍ଥର ରହିବା ଅନୁମାନ କରାଯାଉଛି । ଏଠାରେ ଖେଳାଯାଇଥିବା  ମୋଟ୍‌ ୫୮ଟି ଦିନିକିଆରୁ ମାତ୍ର ୪ଟି ମ୍ୟାଚ୍‌ରେ  ୩୦୦ରୁ ଊଦ୍ଧ୍ୱର୍ ରନ ସଂଗୃହୀତ ହୋଇଛି । ଗତ  ଆଇଏଲ ଟି-ଟ୍ୱେଣ୍ଟି ସମୟରେ ଏହି ଗ୍ରାଉଣ୍ଡ୍‌ରେ  କିଛି ମ୍ୟାଚ୍‌ ଖେଳାଯାଇଥିଲା । ୨ ସପ୍ତାହ ମଧ୍ୟରେ  ପିଚ୍‌କୁ ଦିନିକିଆ ଉପଯୋଗୀ କରାଯାଇଥିବା  କ୍ୟୁରେଟର ଦାବି କରିଛନ୍ତି । ପାକିସ୍ତାନର ପିଚ୍‌  ତୁଳନାରେ ଦୁବାଇ ପିଚ୍‌ ଅପେକ୍ଷାକୃତ ମନ୍ଥର  ରହିବ । ଫଳରେ ସ୍ପିନରମାନେ ପିଚ୍‌ର ଫାଇଦା  ଉଠାଇ ପାରିବେ । 

ଭାରତ: ରୋହିତ ଶର୍ମା(ଅଧିନାୟକ),  ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ  ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା,  ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ  ଯାଦବ, ମହମ୍ମଦ ସାମି, ଅର୍ଶଦୀପ ସିଂହ । 

ବାଂଲାଦେଶ: ତନଜିଦ ହାସାନ,  ସୌମ୍ୟ ସରକାର, ନଜମୁଲ ହୋସେନ  ଶାନ୍ତୋ(ଅଧିନାୟକ), ତୌହିଦ ହୃଦୟ,  ମୁସଫିକର ରହିମ, ଜାକର ଅଲ୍ଲୀ, ମେହଦି  ହାସାନ ମିରାଜ,ରିଶଦ ହୋସେନ, ଟସ୍କିନ  ଅହମ୍ମଦ, ତଜିମ ହସନ, ମୁସ୍ତାଫିଜୁର ରେହମାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.