ଦୁବାଇ, ୧୭/୦୨: ଆଜି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲ୍ ଏବଂ ଭାରତର ୩ଟି ଗ୍ରୁପ୍ ମ୍ୟାଚ୍ର ବଳକା ଟିକେଟ ବିକ୍ରି କରାଯିବ । ପ୍ରଶଂସକମାନେ ଭାରତୀୟ ସମୟ ୧.୩୦ରେ ଏହି ମ୍ୟାଚ୍ ଗୁଡ଼ିକର ଟିକେଟ୍ କିଣି ପାରିବେ ।
ଆଇସିସି ପକ୍ଷରୁ କୁହାଯାଇଛି ଯେ, ଭାରତ ଆସନ୍ତା ୨୦ ତାରିଖରେ ପ୍ରଥମ ଗ୍ରୁପ୍-ବି’ ମ୍ୟାଚ୍ ବାଂଲାଦେଶ ସହ ଖେଳିବ । ଏହି ମ୍ୟାଚ୍ର ଟିକେଟ୍ ଏବେବି ଉପଲବ୍ଧ ରହିଛି । ସେହିପରି ଭାରତ ୨୩ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏବଂ ମାର୍ଚ୍ଚ ୨ ତାରିଖରେ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ । ସୋମବାର ଏହି ୩ଟି ମ୍ୟାଚ୍ର ବଳକା ଟିକେଟ୍ ବିକ୍ରି କରାଯିବ । ଭାରତ ଫାଇନାଲ୍କୁ ଗଲେ ପ୍ରଥମ ସେମି ଫାଇନାଲ୍ ଦୁବାଇରେ ଖେଳାଯିବ । ଏହି ମ୍ୟାଚ୍ର କିଛି ଟିକେଟ୍ ବଳକା ରହିଛି । ପ୍ରଶଂସକମାନେ ମଧ୍ୟ ପ୍ରଥମ ସେମି ଫାଇନାଲ୍ ପାଇଁ ଟିକେଟ୍ କିଣି ପାରିବେ । ପ୍ରଥମ ସେମି ଫାଇନାଲ୍ ଶେଷ ହେବା ପରେ ଫାଇନାଲ୍ ମ୍ୟାଚ୍ ପାଇଁ ଟିକେଟ୍ ଉପଲବ୍ଧ ହେବ ।