ପ୍ରମୂଖ ଖବର
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ଲାଞ୍ଚ ମାମଲାରେ ୨ ଆଇଆରଏସ୍‌ ଅଫିସରଙ୍କ ସମେତ ୭ ଗିରଫ

Published By : Tapas Panda | December 18, 2024 11:35 PM

Image Courtesy: indiatvnews

ନୂଆଦିଲ୍ଲୀ: ଲାଞ୍ଚ ନେବା ମାମଲାରେ ୨ ଆଇଆରଏସ୍‌ ଅଧିକାରୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ ପାଖରୁ ନଗଦ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଏହା ବ୍ୟତୀତ ସଂପତ୍ତି ସହ ଜଡ଼ିତ ୨୫ଟି ଦାସ୍ତାବିଜ ମିଳିଛି, ଏହାର ମୂଲ୍ୟ ୪୦ କୋଟି ଟଙ୍କାରୁ ଅଧିକ ହେବ । ସେମାନଙ୍କ ପାଖରୁ ୩ଟି ବିଳାଶପୂର୍ଣ୍ଣ ଗାଡ଼ି ଜବତ କରିଛି ସିବିଆଇ । ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଅଧିକାରୀ ଟ୍ୟାକ୍ସ ଛାଡ଼ କରାଇବାକୁ ଲାଞ୍ଚ ନେଉଥିଲେ । 

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୨ ଆଇଆରଏସ୍‌ ଅଧିକାରୀଙ୍କ ସମେତ ୬ ଜଣ ସରକାରୀ ଚାକିରିଆ । ତେବେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଛି ସିବିଆଇ । ଅଭିଯୁକ୍ତମାନେ ଜଣେ ମିଡିଲ୍‌ମ୍ୟାନ(ମଧ୍ୟସ୍ତି)ଙ୍କ ଜରିଆରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । 

ଅନ୍ଧେରୀର ଏକ ଘରେ ନଗଦ ୬୦ ଲକ୍ଷ ଟଙ୍କା ରଖାଯାଥିଲା । ଲଫାପାରେ ଲାଞ୍ଚ ମିଳିଥିବା ଟଙ୍କା ସହ ଲାଞ୍ଚ ଦେଇଥିବା ଅଧିକାରୀଙ୍କ ନାଁ ଲେଖାଥିଲା ।  ସେପଟେ ମିଡିଲମ୍ୟାନ୍ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖରୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ଆଣି ସଂପୃକ୍ତ ଅଧିକାରୀଙ୍କୁ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ଲାଞ୍ଚ ଟଙ୍କା ଅନ୍ୟ ଅଭିଯୁକ୍ତଙ୍କୁ ଦିଆଯାଇଥିଲା । ସେଥିମଧ୍ୟରୁ ୪ ଲକ୍ଷ ଟଙ୍କା ସିବିଆଇ ଜବତ କରିଥିବା ଜଣାପଡ଼ିଛି । ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମାମଲାରେ ଅଧିକ ତଦନ୍ତ ଚାଲିଛି ବୋଲି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ପକ୍ଷରୁ କୁହାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.