ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି । ଏହାଦ୍ୱାରା ଅତ୍ୟନ୍ତ ଶୁଭ ଯୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ଦେଶ ଦୁନିଆ ସହ ସମସ୍ତ ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ପଡିଥାଏ । ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ଦୋଳ ପୂର୍ଣ୍ଣିମା ଓ ୧୫ ତାରିଖରେ ହୋଲି ପର୍ବ ପାଳନ କରାଯାଉଛି । ମାର୍ଚ୍ଚ ୧୫ ତାରିଖରେ ଅର୍ଥାତ ଦୋଳ ପୂର୍ଣ୍ଣିମା ପର ଦିନ ସୂର୍ଯ୍ୟ ଦେବତା ମୀନ ରାଶିରେ ଗୋଚର କରିବେ । ମୀନ ରାଶିରେ ବୁଧ ଗ୍ରହଙ୍କ ସହ ଏକାଠି ହୋଇ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରିବେ । ଦୀର୍ଘ ୧ବର୍ଷ ପରେ ଏହି ଶୁଭ ସଂଯୋଗ ସୃଷ୍ଟି ହେବ । ଏହି ରାଜଯୋଗ ଫଳରେ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯିବ । ମାନ-ସମ୍ମାନ ବୃଦ୍ଧି ପାଇବା ସହ ଧନ ମଧ୍ୟ ବୃଦ୍ଧି ହେବ ।
ବୃଷ ରାଶି- ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଏହି ଶୁଭ ସଂଯୋଗ ଏହି ରାଶିର ବ୍ୟକ୍ତିଙ୍କ ଜାତକର ଏକାଦଶ ସ୍ଥାନରେ ହେବାକୁ ଯାଉଛି । ଏହି କାରଣରୁ ଆୟରେ ଇଚ୍ଛା ମୁତାବକ ବୃଦ୍ଧି ହେବ । ସନ୍ତାନ ସୁଖ ପ୍ରାପ୍ତି ହେବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ବ୍ୟବସାୟୀ ମଧ୍ୟ ଲାଭବାନ୍ ହେବେ । ଚାକିରି କ୍ଷେତ୍ରରେ ବଡ ଦାୟିତ୍ୱ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ ।
ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବୁଦ୍ଧାଦିତ୍ୟ ଯୋଗ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । କାରଣ ଏହି ଶୁଭ ଯୋଗ ମିଥୁନ ରାଶିର ୧୦ମ ସ୍ଥାନରେ ହେବ । କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରିବେ । ଅଟକି ରହିଥିବା ଅନେକ କାମ ପୂରଣ ହେବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ନୂଆ ଚାକିରିର ଯୋଗ ରହିଛି । ଚାକିରିରେ ପଦନ୍ନୋତି ହେବ । ବ୍ୟବସାୟୀଙ୍କୁ ନୂଆ ନୂଆ କାମ ମିଳିବ ।
କୁମ୍ଭ ରାଶି- ବୁଦ୍ଧାଦିତ୍ୟ ରାଜଯୋଗ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ ସକରାତ୍ମକ ଫଳ ପ୍ରଦାନ କରିବ । ହଠାତ୍ ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁରତା ରହିବ । ବ୍ୟବସାୟୀ ଲାଭବାନ୍ ହେବେ ।