ପ୍ରମୂଖ ଖବର
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏହି ଦିନ ପଡୁଛି ଚୈତ୍ର ଆମାବାସ୍ୟା, ଜାଣନ୍ତୁ ସମସ୍ତ ଶୁଭ ମୁହୂର୍ତ୍ତ...

Published By : Harapriya Sethi | March 13, 2025 7:38 AM

ହିନ୍ଦୁ ଧର୍ମରେ ଚୈତ୍ର ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଛି । ଏହି ପବିତ୍ର ଅବସରରେ, ବହୁ ସଂଖ୍ୟକ ଭକ୍ତ ଗଙ୍ଗା ସମେତ ପବିତ୍ର ନଦୀଗୁଡ଼ିକରେ ଧାର୍ମିକ ବୁଡ଼ ପକାଇଥାନ୍ତି । ସେଠାରେ ସ୍ନାନ ଏବଂ ଧ୍ୟାନ କରିବା ପରେ ଲୋକମାନେ ଭଗବାନ ଶିବ ଏବଂ ମାଆ ଗଙ୍ଗାଙ୍କ ପୂଜା କରିଥାନ୍ତି । ଏହି ଦିନ ନ୍ୟାୟର ଦେବତା ଶନିଦେବ ତାଙ୍କର ରାଶି ପରିବର୍ତ୍ତନ କରିବେ। ଏହା ସହିତ ଚୈତ୍ର ଅମାବାସ୍ୟା ତିଥିରେ ସୂର୍ଯ୍ୟପରାଗ ମଧ୍ୟ ହେବ।

ଚୈତ୍ର ଅମାବାସ୍ୟା ଦିନ ଗଙ୍ଗାରେ ସ୍ନାନ କଲେ ଜାଣତରେ କିମ୍ବା ଅଜାଣତରେ ହୋଇଥିବା ପାପ ନଷ୍ଟ ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି । ଏହା ବ୍ୟତୀତ ଜୀବନରେ ଖୁସି ଏବଂ ସୌଭାଗ୍ୟ ମଧ୍ୟ ବୃଦ୍ଧି ପାଏ । ଚୈତ୍ର ଅମାବାସ୍ୟା ଦିନ ପୂଜା, ଜପ ଏବଂ ଦାନ କରିବା ଦ୍ୱାରା ଅଶ୍ୱମେଧ ଯଜ୍ଞ କରିବା ଭଳି ସୁଫଳ ପ୍ରାପ୍ତ ହେଇଥାଏ । ତେବେ ଚୈତ୍ର ଅମାବାସ୍ୟାର ସଠିକ୍ ତାରିଖ ଏବଂ ଗୁରୁତ୍ୱ ବିଷୟରେ ଆନ୍ତୁ ଜାଣିବା । 

ଚୈତ୍ର ଅମାବାସ୍ୟା ତିଥି-

ବୈଦିକ ପଞ୍ଚାଙ୍ଗ ଅନୁସାରେ, ଚୈତ୍ର ଅମାବାସ୍ୟା ତିଥି ମାର୍ଚ୍ଚ ୨୮ ତାରିଖ ସଂନ୍ଧ୍ୟା ୭ଟା ୫୫ରେ ଆରମ୍ଭ ହେବ । ଏହି ପବିତ୍ର ତିଥି ଏହାର ପରଦିନ ଅର୍ଥାତ ମାର୍ଚ୍ଚ ୨୯ ତାରିଖ ଅପରାହ୍ନ ୪ଟା୨୭ ରେ ଶେଷ ହେବ । ତେଣୁ ଚୈତ୍ର ଅମାବାସ୍ୟା ମାର୍ଚ୍ଚ ୨୯ ତାରିଖରେ ପାଳନ ହେବ।

ଚୈତ୍ର ଅମାବାସ୍ୟା ଶୁଭ ସଂଯୋଗ-

ଜ୍ୟୋତିର୍ବିଦ୍‌ମାନଙ୍କ ମତରେ, ଚୈତ୍ର ଅମାବାସ୍ୟା ଦିନ ବ୍ରହ୍ମା ଏବଂ ଇନ୍ଦ୍ରଙ୍କ  ସଂଯୋଗ ହେଉଛି । ସେହି ସମୟରେ ବିରଳ ଶିବବାସ ଯୋଗ ମଧ୍ୟ ହେଉଛି। ଏହି ସଂଯୋଗ ସମୟରେ ଗଙ୍ଗାରେ ସ୍ନାନ କଲେ ଅତ୍ୟନ୍ତ ପୁଣ୍ୟ ଫଳ ମିଳିବ । ଏହା ସହିତ, ଆପଣଙ୍କୁ ସମସ୍ତ ପ୍ରକାରର ଅସୁବିଧାରୁ ମଧ୍ୟ ମୁକ୍ତି ମିଳିବ। ଏହି ଦିନ ମହାଦେବଙ୍କ ପୂଜା କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ଏହା ସହିତ ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ।

ପଞ୍ଚାଙ୍ଗ-

ସୂର୍ଯ୍ୟୋଦୟ- ସକାଳ ୬ଟା ୧୫ ମିନିଟ

ସୂର୍ଯ୍ୟସ୍ତ- ସଂନ୍ଧ୍ୟା ୬ଟା ୩୭ ମିନିଟ

ବ୍ରହ୍ମ ମୁହୂର୍ତ୍ତ- ସକାଳ ୪ଟା ୪୨ ମିନିଟରୁ ୫ଟା ୨୮ ମିନିଟ

ବିଜୟ ମୁହୂର୍ତ୍ତ- ଅପରାହ୍ନ ୨ଟା ୩୦ ମିନିଟରି ୩ଟା ୧୯ ମିନିଟ 

ଗୋଧୂଳି ମୁହୂର୍ତ୍ତ- ସଂନ୍ଧ୍ୟା ୬ଟା ୩୬ ମିନିଟରୁ ସଂନ୍ଧ୍ୟା ୬ଟା ୫୯ ମିନିଟ ପର୍ଯ୍ୟନ୍ତ

ନିଶିତା ମୁହୂର୍ତ୍ତ- ରାତି ୧୨ ଟା ୨ ମିନିଟରୁ ୧୨ଟା ୪୯ ମିନିଟ ପର୍ଯ୍ୟନ୍ତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.