ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସୃଷ୍ଟି ହେଉଛି ଗଜକେଶରୀ ଯୋଗ, ଚମକିବ ଏହି ୩ ରାଶିଙ୍କ ଭାଗ୍ୟ

Published By : Anindita Ratha | March 12, 2025 12:32 PM

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ତିଥିରେ ବେଶ୍ ଉତ୍ସାହର ସହିତ ହୋଲି ପର୍ବ ପାଳନ ହୋଇଥାଏ। ଚଳିତ ବର୍ଷ ହୋଲି ପର୍ବ ୧୪ ମାର୍ଚ୍ଚରେ ପାଳନ କରାଯିବ। ଚଳିତ ହୋଲିକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ବେଶ୍ ସ୍ୱତନ୍ତ୍ର  ବିବେଚନା କରାଯାଉଛି। ଏହି ହୋଲିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି।  ଏଥିସହ ଏଥର ହୋଲିରେ ଗଜକେଶରୀ ରାଜଯୋଗ ମଧ୍ୟ ହେବ।

ଗଜକେଶରୀ ରାଜଯୋଗକୁ ଜ୍ୟୋତିଷ ଶାସ୍ତ୍ରରେ ଏକ ଶକ୍ତିଶାଳୀ ରାଜଯୋଗ ଭାବରେ ବିବେଚନା କରାଯାଏ। ଗଜକେଶରୀ ରାଜଯୋଗ ଗୁରୁ ବୃହସ୍ପତି ଏବଂ ମନର କାରକ ଚନ୍ଦ୍ର ଦ୍ୱାରା ହେବ। ଯେତେବେଳେ ଏହି ଦୁଇଟି ଗ୍ରହ ମିଶିଯାଆନ୍ତି, ସେତେବେଳେ ଏହି ଯୋଗ ସୃଷ୍ଟି ହୁଏ। ଏଥର ହୋଲିରେ ଚନ୍ଦ୍ର ବୃଷ ରାଶିରେ ଗୋଚର କରିବେ। ଏଠାରେ ଗୁରୁ ବୃହସ୍ପତି ପୂର୍ବରୁ ଗୋଚର କରୁଛନ୍ତି। ଏପରି ପରିସ୍ଥିତିରେ, ବୃଷ ରାଶିରେ ଏହି ଦୁଇଟିର ସଂଯୋଗ ହେବ ଏବଂ ଗଜକେଶରୀ ରାଜଯୋଗ ସୃଷ୍ଟି ହେବ। ଏହି ଗଜକେଶରୀ ରାଜଯୋଗ ଯୋଗୁଁ କିଛି ରାଶିର ଲୋକଙ୍କ ଭାଗ୍ୟ ଚମକିପାରେ । ସେମାନେ ପ୍ରଚୁର ଆର୍ଥିକ ଲାଭ ପାଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟବାନ ରାଶିମାନଙ୍କ ବିଷୟରେ।

ମିଥୁନ ରାଶି:ମିଥୁନ ରାଶିର ଲୋକଙ୍କ ପାଇଁ ଗଜକେଶରୀ ରାଜଯୋଗ ବେଶ ଶୁଭ ସାବ୍ୟସ୍ତ ହୋଇପାରେ। ଏହି ରାଜଯୋଗ ମିଥୁନ ରାଶିର ଦ୍ୱାଦଶ ଘରେ ଗଠିତ ହେବ। ଏହି ସମୟରେ ମିଥୁନ ରାଶିର ଲୋକମାନେ ଟଙ୍କା ସଞ୍ଚୟ କରିବାରେ ସଫଳ ହୋଇପାରନ୍ତି। ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ସମୟ ଭଲ ରହିବ। ସମ୍ପତ୍ତି କାରବାରରେ ଲାଭ ହୋଇପାରେ।

ସିଂହ ରାଶି:ସିଂହ ରାଶିର ଲୋକଙ୍କ ପାଇଁ ଗଜକେଶରୀ ରାଜଯୋଗ ଲାଭଦାୟକ ହୋଇପାରେ। ଏହି ରାଜଯୋଗ ସିଂହ ରାଶିର ଦଶମ ଘରେ ଗଠିତ ହେବ। ଏହି ସମୟରେ ସିଂହ ରାଶିର ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରେ। ଏହି ସମୟ ବ୍ୟବସାୟିକ ଲୋକଙ୍କ ପାଇଁ ଭଲ ରହିବ। ବ୍ୟବସାୟରେ ଲାଭ ହୋଇପାରେ। ଆପଣ ଆପଣଙ୍କର ବ୍ୟବସାୟକୁ ବିସ୍ତାର କରିବା ପାଇଁ ଏକ ଯୋଜନାରେ କାମ କରିପାରିବେ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ। ବେକାରୀମାନେ ଚାକିରି ପାଇପାରିବେ।

ମକର ରାଶି: ମକର ରାଶିର ଲୋକଙ୍କ ପାଇଁ ଗଜକେଶରୀ ରାଜଯୋଗ ବହୁତ ଅନୁକୂଳ ହୋଇପାରେ। ଏହି ରାଜଯୋଗ ମକର ରାଶିର ପଞ୍ଚମ ଘରେ ଗଠିତ ହେବ। ଏହି ସମୟରେ ସିଂହ ରାଶିର ବ୍ୟକ୍ତିମାନଙ୍କୁ ହଠାତ୍ ଆର୍ଥିକ ଲାଭ ମିଳିପାରେ। ଆର୍ଥିକ ପରିସ୍ଥିତି ପୂର୍ବ ଅପେକ୍ଷା ଉନ୍ନତ ହୋଇପାରେ। ସମ୍ପତ୍ତିରେ ନିବେଶ କରିପାରନ୍ତି।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.