ପ୍ରମୂଖ ଖବର
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ଛୁଟି ବାତିଲ କରି ଡ୍ୟୁଟି ଗଲେ ଯବାନ, ଆଇସିୟୁରେ ଆଖିବୁଜିଲେ ପତ୍ନୀ...

Published By : Prameya | May 13, 2025 8:18 AM

ବୁର୍ଲା, ୧୩/୦୫: ଗୁରୁତର ପ୍ରସୂତି ପତ୍ନୀଙ୍କୁ ମେଡିକାଲ ବେଡ୍‌ରେ ଛାଡ଼ି ଦେଶ ପାଇଁ ଛୁଟି ବାତିଲ କଲେ ଯବାନ । ଆଶା ରଖିଥିଲେ ପୁଣି ଛୁଟିରେ ଆସି ସ୍ତ୍ରୀ, ଛୁଆଙ୍କୁ ଦେଖିବେ । ହେଲେ ସବୁକିଛି ଓଲଟପାଲଟ ହୋଇଗଲା । ସମସ୍ତଙ୍କ ଆପ୍ରାଣ ଉଦ୍ୟମ ସତ୍ତେ୍ୱ ଆଇସିୟୁରେ ରହି ଜୀବନ ଯୁଦ୍ଧରେ ଲଢ଼େଇ କରୁଥିବା ପତ୍ନୀ ହାରିଯାଇଛନ୍ତି । ସୋମବାର ବିଳମ୍ବିତ  ରାତିରେ ଆଖିବୁଜି ଦେଇଛନ୍ତି । ସେପଟେ ଦେଶର ସଂଗ୍ରାମରେ ସାମିଲ ପାଇଁ ଯାଇଥିବା ଯବାନ  ନିଜ ବାରାକ୍‌ରେ ପହଞ୍ଚିନଥିବା ଜଣାପଡ଼ିଛି ।  

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ର ଟେଙ୍ଗନାମାଲ ଗାଁର ଯବାନ ଦେବରାଜ ଗଣ୍ଡ । ସୀମା ସୁରକ୍ଷା ବଳରେ କାର୍ଯ୍ୟରତ ଦେବରାଜ ଗଣ୍ଡ ନିକଟରେ  ଗୋଟିଏ ମାସ ପାଇଁ ଘରକୁ ଆସିଥିଲେ । ପତ୍ନୀ  ପ୍ରସବ ସମୟରେ ଉପସ୍ଥିତ ରହି ପ୍ରଥମ ଶିଶୁର ସ୍ପର୍ଶ  ପାଇବାକୁ ଛୁଟିରେ ଆସିଥିଲେ । ଗତ ୨୮ ତାରିଖରେ  ଝାରସୁଗୁଡ଼ାର ଏକ ଡାକ୍ତରଖାନାରେ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ନବଜାତ ସୁସ୍ଥ ଥିଲେ ମଧ୍ୟ ପତ୍ନୀ  ଲିପି ଗଣ୍ଡଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ତେଣୁ ତାଙ୍କୁ  ବୁର୍ଲା ଭିମସାର୍‌କୁ ଅଣାଯାଇଥିଲା । ୨୯ ତାରିଖରେ ତାଙ୍କୁ ବୁର୍ଲାର ଭିମସାର୍‌ର ସ୍ତ୍ରୀ ରୋଗ ଓ ପ୍ରସୂତି  ବିଭାଗରେ ଭର୍ତ୍ତି କରାଗଲା । ପରେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।  

ଏପଟେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ପାଇଁ  ଛୁଟିକୁ ବାତିଲ କରିଥିଲେ ଯବାନ । ଦେବରାଜ ପତ୍ନୀ ଓ ନବଜାତ ଶିଶୁ କନ୍ୟା କଥା ଭୁଲି ଦେଶ ସେବା ପାଇଁ ବାହାରି ଯାଇଥିଲେ । ଏପଟେ ଭିମସାର୍‌ ଅଧ୍ୟକ୍ଷ  ପ୍ରଫେସର ଡ. ଭାବଗ୍ରାହୀ ରଥ ଓ ମେଡିକାଲ୍‌  ଅଧିକ୍ଷକ ପ୍ରଫେସର ଡ.ଲାଲମୋହନ ନାୟକ ଲିପିଙ୍କ  ତତ୍ତ୍ୱାବଧାନରେ ଲିପିଙ୍କ ଚିକିତ୍ସା ଚାଲିଥିଲା । ଲିପିଙ୍କ  ପାଇଁ ରକ୍ତ ଆବଶ୍ୟକ ହେବାରୁ ପ୍ରମେୟ ନ୍ୟୁଜ-୭ ସମ୍ବଲପୁର ବ୍ୟୁରୋ ଚିଫ୍‌ ଗୁଣମଣି ବିଶ୍ୱାଳଙ୍କ ଉଦ୍ୟମରେ ସମାଜସେବୀ ଲକ୍ଷ୍ମୀପ୍ରସାଦ ମହାପାତ୍ର,  ବୁଲୁ ନାୟକ, ଡାକ୍ତର ଓରାମ, କ୍ଷୀରୋଦ ନାୟକ ୪  ୟୁନିଟ୍‌ ରକ୍ତଦାନ କରିଥିଲେ । ଆଶା ଥିଲା ଲିପି ନିଶ୍ଚୟ ସୁସ୍ଥ ହୋଇଯିବେ । ହେଲେ ସମସ୍ତଙ୍କ ପ୍ରଚେଷ୍ଟା ସତ୍ତେ୍ୱ ଆଖିବୁଜିଛନ୍ତି ଲିପି । ଘଟଣା ଜଣାପଡ଼ିବା ପରେ  ହସ୍ପିଟାଲ୍‌ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.