ହେମଗିର୍, ୧୩/୦୫ : କୋଇଲା ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ୨ ଅଭିଯୁକ୍ତ ଗିରଫ। ସୋମବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ କନିକା ପଞ୍ଚାୟତର ଟାଙ୍ଗରଡିହି ରାସ୍ତାରେ ପୋଲିସ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଆଉ ୨ ଜଣ ଫେରାର୍ ହୋଇଯାଇଛନ୍ତି।
ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ହେମଗିର ବ୍ଲକ ଅନ୍ତର୍ଗତ କନିକା ପଞ୍ଚାୟତର ଟାଙ୍ଗରଡିହି ରାସ୍ତାରେ ୪ ଜଣ ବ୍ୟକ୍ତି ୨ଟି ବାଇକରେ ୬ ବସ୍ତା କୋଇଲା ନେଇ ଯାଉଥିଲେ। ଏନେଇ ଖବର ପାଇ ପୋଲିସ ସେମାନଙ୍କ ଗାଡ଼ିକୁ ପିଛା କରିଥିଲା। ଏତିକି ବେଳେ ୨ ଜଣ ବାଇକ୍ ଛାଡ଼ି ଫେରାର୍ ହୋଇଯାଇଥିବା ବେଳେ ଆଉ ୨ ଜଣ ପୋଲିସ ହାବୁଡ଼ରେ ପଡ଼ିଯାଇଥିଲେ। ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋଇଲା ଜବତ କରିଛି। ଫେରାର୍ ଥିବା ୨ ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢାଉ ଜାରି ରଖିଛି। ଏହି ସବୁ କୋଇଲା ବେଆଇନ ଭାବେ ଚାଲିଥିବା ଇଟା ଭାଟିକୁ ଯାଉଥିବା ସୂଚନା ମିଳିଛି।
ଏହି ଖବରଟିକୁ ପଢନ୍ତୁ-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବିଭତ୍ସ ହତ୍ୟା