ରାୟଗଡ଼ା ୧୩/୦୫: ଦମ୍ପତିଙ୍କୁ ହାଣି ସୁନା ଓ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ଏହି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ। ଲୁଟର ଶୀକାର ହୋଇଥିବା ବ୍ୟବସାୟୀ ଉପେନ୍ଦ୍ର ବୋଲି ଜଣାପଡିଛି।
ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡିରେ ପ୍ରାୟ ୮ ରୁ ୧୦ ଦୃର୍ବୁତ୍ତ ସିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ମାରଣାସ୍ତ୍ର ଧରି ଘରେ ପଶି ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ସ୍ତ୍ରୀ ପିନ୍ଧିବା ସହିତ ଘରେ ରଖିଥିବା ପ୍ରାୟ ଦେଢ଼ କେଜି ଭରି ସୁନା ଅଳଙ୍କାର ଟାଣି ନେଇ ଯାଇଥିଲେ। ଏହାପରେ ଘରେ ଥିବା ଅତି ପୁରୁଣା ଆଲମାରୀ ମଧ୍ୟ ଉଠାଇ ନେଇଯାଇଛନ୍ତି। ସେଥିରେ ପ୍ରାୟ ୧୧ କେଜି ରୁପା ଅଳଙ୍କାର ଥିବା ଜଣାପଡିଛି। ଦୁର୍ବୁତ୍ତଙ୍କ ଭୁଜାଲି ଆକ୍ରମଣରେ ଗୋପାଳଚେଟି ଉପେନ୍ଦ୍ର ଆହତ ହୋଇଛନ୍ତି। ଖବରପାଇ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତନାଘନା କହୁଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁର୍ବୁତ୍ତଙ୍କ ଟେର ପାଇନି ପୁଲିସ।