ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ,୨ ଅଭିଯୁକ୍ତ ଗିରଫ

ସମ୍ବଲପୁର,୦୪/୦୯: ବେଆଇନ ବ୍ରାଉନ ସୁଗର ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ । କଲିକତାରୁ ସମ୍ବଲପୁର ସହରକୁ ଟ୍ରେନ ଯୋଗେ ଚାଲାଣ ହେଉଥିଲା ୧୨୦ ଗ୍ରାମ ସୁଗର । ଏଥିରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ସୁନାପାଲି ଅଞ୍ଚଳର ଏମଡି ନସୀମ ଓ ବିନୋଦ ସାମଲ । ସମ୍ୱଲପୁରର ୩୩ ନମ୍ୱର ୱାର୍ଡ ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ଅନୁଯାୟୀ, କଲିକତାରୁ ସମ୍ବଲପୁର ସହରକୁ ବୋଆଇନ ବ୍ରାଉନ ସୁଗର ଚାଲାଣ ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏହି ବ୍ରାଉନ ସୁଗର ଟ୍ରେନ ଯୋଗେ ଚାଲାଣ କରାଯାଉଥିଲା । ଯେଉଁ ଅଞ୍ଚଳକୁ ବ୍ରାଉନ ସୁଗର ଚାଲାଣ ହେବାର ଥିଲା, ସେହି ଅଞ୍ଚଳରେ ପୂର୍ବରୁ ପହଞ୍ଚି ଛକି ରହିଥିଲେ ଅବକାରୀ ବିଭାଗର ଅଧିକାରୀ । ବ୍ରାଉନ ସୁଗର ନେଇ ଆସୁଥିବା ଯୁବକ ମାନେ ଅନ୍ୟ ଏକ ଷ୍ଟେସନରେ ଓଲ୍ହାଇ ଏକ ଆକ୍ଟିଭା ଯୋଗେ ସୁନାପାଲି ଅଞ୍ଚଳକୁ ଯାଇଥିଲେ । ସେଠାରେ ପହଞ୍ଚିବା କ୍ଷଣି ଅବକାରୀ ବିଭାଗର କର୍ମଚାରୀ ମାନେ ମାଡି ବସିଥିଲେ । ଏହି ଚଢାଉରେ ଦୁଇ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ତେବେ ସେମାନଙ୍କ ନିକଟରୁ ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଜାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଅବକାରୀ ବିଭାଗ । ସେପଟେ ଏମଡି ନସୀମ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ଅବକାରି ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି l

   

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.