ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଘରେ ନିଆଁ ଲାଗି ଭାଇଭଉଣୀ ଜୀବନ୍ତ ଦଗ୍ଧ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

କେନ୍ଦ୍ରାପଡ଼ା,୧୫/୮ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତ ବଳରାମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଘରେ ନିଆଁ ଲାଗି ୨ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାପଡ଼ିଛି । ଦୁଇ ଶିଶୁଙ୍କ ମଧ୍ୟରେ ଜଣେ ୧୧ ବର୍ଷୀୟା ଝିଅ ଅନୁପମା ସାହାଣୀ ଓ ୯ ବର୍ଷର ପୁଅ ରିଷି ସାହାଣୀ। ଉଭୟ ସମ୍ପର୍କରେ ଭାଇଭଉଣୀ ବୋଲି ମଧ୍ୟ ସୂଚନା ମିଳିଛି । 

ବର୍ତ୍ତମାନ ସୁଦ୍ଧା ଘରେ କେମିତି ନିଆଁ ଲାଗିଲା ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଗୃହ କର୍ତ୍ତା ସୁକାନ୍ତ ସାହାଣୀ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଆଜି ସ୍ୱାଧୀନତା ଦିବସ ଅବସରରେ ଅନୁପମା ଓ ରିଷି ବିଦ୍ୟାଳୟକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୂର୍ବାହ୍ନ ସମୟରେ ସୁକାନ୍ତଙ୍କ ଦୁଇ ବଖରା ଚାଳ ଛପର ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ଘର ଭିତରେ ନିଆଁ ଏପରି ବ୍ୟାପି ଯାଇଥିଲା ଯେ ଉଭୟ ଭାଇ ଭଉଣୀ ଘର ଭିତରୁ ବାହାରକୁ ବାହାରି ପାରିନଥିଲେ ।  

ଅନ୍ୟପଟେ ନିଆଁର କରାଳ ରୂପ ଦେଖି କେହି ଭିତରକୁ ପ୍ରବେଶ କରି ପାରିନଥିଲେ। ଏହି ସମୟରେ ଘର ଭିତରେ ରୋଷେଇ ପାଇଁ ରଖା ଯାଇଥିବା ଟାଙ୍କି ବିସ୍ଫୋରଣ ହୋଇଥିଲା। ତେବେ ପରେ ଅଗ୍ନିଶମ ବିଭାଗ ଏବଂ ଗାଁ ଲୋକେ ନିଆଁ ଆୟତ୍ତକୁ ଆଣିବାକୁ ଚେଷ୍ଟା କରିବା ସମୟରେ ଅନୁପମା ଓ ରିଷି ସମ୍ପୁର୍ଣ୍ଣ ରୂପେ ଦଗ୍ଧ ହୋଇଥିବା ଦେଖି ଉଭୟଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। 

ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ କେନ୍ଦ୍ରାପଡା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ରାଜନଗର ବିଧାୟକ, ତହସିଲଦାର ଘଟଣାସ୍ଥଳରେ ଓ ମେଡ଼ିକାଲରେ ପହଞ୍ଚିଥିବା ବେଳେ ମୃତକ ଭାଇ ଭଉଣୀଙ୍କୁ ଜିଲ୍ଲା ଜରୁରୀକାଳୀନ ପାଣ୍ଠିରୁ ୬୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.