ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବ୍ରିଟେନରେ ବଢ଼ିଲାଣି ଚିନ୍ତା; ପ୍ରଥମ ‌ଥର ମଣିଷ ଦେହରୁ ମିଳିଲା ଘୁଷୁରୀ ଠାରେ ଦେଖାଦେଉଥିବା ଭୁତାଣୁ

ଲଣ୍ଡନ,୨୮/୧୧: ବ୍ରିଟେନରେ ଏକ ଚିନ୍ତା ବଢ଼ାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଘୁଷୁରି ଠାରେ ମିଳୁଥିବା ଏକ ଭୂତାଣୁ ଚିହ୍ନଟ କରାଯାଇଛି। ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (ୟୁକେଏଚ୍‌ଏସ୍‌ଏ) ଏହି ସୂଚନା ଦେଇଛି। ଏଜେନ୍ସି କହିଛି ଯେ, ବ୍ରିଟେନରେ ପ୍ରଥମ ଥର ପାଇଁ ମଣିଷ ଦେହରେ ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ ଏ (H1N2) v ଚିହ୍ନଟ ହୋଇଛି। ରୁଟିନ୍ ଚେକଅପ୍ ସମୟରେ ଏହି ସୂଚନା ସାମ୍ନାକୁ ଆସିଥିଲା।

ୟୁକେଏଚ୍‌ଏସ୍‌ଏ କହିଛି ଯେ, ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଛି, ସେମାନେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି। ଯେତେବେଳେ ଏହାର ପରୀକ୍ଷଣ କରାଯାଇଥିଲା, ଏହା ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ H1N2 ବୋଲି ଜଣାପଡିଛି, ପ୍ରକୃତରେ ଏହା ଏକ ଭୂତାଣୁ, ଯାହା ଘୁଷୁରିଙ୍କ ଠାରେ ବ୍ୟାପିଥାଏ। କିନ୍ତୁ ମଣିଷ ଶରୀରରେ ଏହି ଷ୍ଟ୍ରେନ୍‌ର ଏହା ପ୍ରଥମ ମାମଲା ଅଟେ। ତେବେ ବର୍ତ୍ତମାନ ବ୍ୟକ୍ତି ସମ୍ପୁର୍ଣ୍ଣ ଭଲ ଅଛନ୍ତି କିନ୍ତୁ ତାଙ୍କୁ ନିରନ୍ତର ନଜର ରଖାଯାଉଛି।

ପଢ଼ନ୍ତୁ: ଜ୍ଞାନବ୍ୟାପୀ ମସଜିଦ ଉପରେ କୋର୍ଟ ସର୍ଭେ ରିପୋର୍ଟ ପାଇବେ କି? ଆଜି ଶେଷ ତାରିଖ

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ଘଟଣା ନିର୍ଦ୍ଦେଶକ ଡକ୍ଟର ମୀରା ଚାନ୍ଦ କହିଛନ୍ତି ଯେ, ବ୍ରିଟେନର ଜଣେ ବ୍ୟକ୍ତିଙ୍କଠାରେ ଆମେ ପ୍ରଥମ ଥର ଏହି ଭୁତାଣୁ ଚିହ୍ନଟ କରିଛୁ। ଏହି ଭୂତାଣୁ ସାଧାରଣତଃ ଘୁଷୁରିଙ୍କ ଠାରେ ଦେଖାଯାଏ। ସୂଚନା ଯୋଗ୍ୟ ଯେ, ୨୦୦୮ ରେ ସ୍ୱାଇନ୍ ଫ୍ଲୁ ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା। ଏହା ସେହି ଭୂତାଣୁ ଦ୍ବାରା ବ୍ୟାପି‌ଥିଲା, ଯାହାକି ଘୁଷୁରି, ପକ୍ଷୀ ଏବଂ ମଣିଷ ମଧ୍ୟରେ ବ୍ୟାପି‌ଥିବା ଭୂତାଣୁର ଜେନେଟିକ ସାମିଲ ଥିଲା। 

ଚୀନ୍‌ ପାଇଁ ବିପଜ୍ଜନକ ନିମୋନିଆ: 

ସୂଚନାଯୋଗ୍ୟ ଯେ, ବିଶ୍ବରେ ପୁଣି ଥରେ ଭୁତାଣୁ ଦ୍ବାରା ବିପଦ ବଢ଼ିବା ଆଶଙ୍କା ଦେଖାଦେଇଛି। ଚାଇନାରେ ନିମୋନିଆ ଦ୍ରୁତ ଗତିରେ ବ୍ୟାପିଛି। ଡାକ୍ତରଖାନାରେ ନିମୋନିଆରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କିନ୍ତୁ ଚୀନ୍ ଏହି ସମ୍ବନ୍ଧରେ କୌଣସି ସରକାରୀ ତଥ୍ୟ ପ୍ରକାଶ କରୁନାହିଁ, ଯାହା ଦ୍ବାରା ଏପର୍ଯ୍ୟନ୍ତ ଏହି ରହସ୍ୟମୟ ଜ୍ୱରରେ କେତେ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଚୀନ୍‌ର କେତେ ରାଜ୍ୟକୁ ଏହି ନିମୋନିଆ ବ୍ୟାପିଛି ତାହା ଜଣାପଡ଼ନ୍ତା। ଚୀନ୍‌ର ଅଧିକାଂଶ ପିଲା ଏହି ରୋଗର ଶିକାର ହେଉଛନ୍ତି। କୁହାଯାଉଛି ଯେ ଗୋଟିଏ ଦିନରେ ସାତ ହଜାରରୁ ଅଧିକ ପିଲା ଡାକ୍ତରଖାନାରେ ପହଞ୍ଚୁଛନ୍ତି। ଚୀନ୍ ନିମୋନିଆ ବିଷୟରେ ମଧ୍ୟ ଭାରତ ସତର୍କ ଅଛି କାରଣ କରୋନା ମହାମାରୀ ମଧ୍ୟ ଚୀନ୍‌ରୁ ଆସିଥିଲା, ଯାହା ସମଗ୍ର ବିଶ୍ୱରକୁ ଦୋହଲାଇ ଦେଇଥିଲା।  

You can also read: ସେହି ବିପଜ୍ଜନକ ଡଙ୍କି ରୁଟ୍‌, ଯେଉଁଥିରେ ଯାଇଛି ଅନେକ ଲୋକଙ୍କ ଜୀବନ; ଏହି ରାସ୍ତାକୁ ଅତିକ୍ରମ କେତେ କଷ୍ଟକର?


 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.