ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବ୍ରେଟ ଲି ବାଛିଲେ ବିଶ୍ବର ଦୁଇ ମହାନ୍ କ୍ରିକେଟର, ଜାଣନ୍ତୁ କେଉଁ ୨ ଜଣ

Published By : Prameya | February 11, 2025 4:58 PM

ନୂଆଦିଲ୍ଲୀ, ୧୧/୨ :   ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲି ଏଭଳି ଦୁଇ ମହାନ କ୍ରିକେଟରଙ୍କ ନାଁ କହିଛନ୍ତି ଯେଉଁମାନେ ଯଦି ବର୍ତ୍ତମାନ କ୍ରିକେଟର ୩ଫର୍ମାଟ ଖେଳିଥାନ୍ତେ ତ ବିଶ୍ବକୁ ଆଶ୍ଚର୍ଯ୍ୟ କରିଦେଇଥାନ୍ତେ । ପୂର୍ବତନ ଅଷ୍ଟ୍ରେଲିଆ ବୋଲର ନିଜ ୟୁ-ଟ୍ୟୁବ ଚ୍ୟାନେଲରେ ଦୁଇ ଜଣ ମହାନ ଖେଳାଳୀଙ୍କ ଚୟନ କରିଛନ୍ତି । 

ପ୍ରକାଶ ଯେ, ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ଲି ଦୁଇ ମହାନ କ୍ରିକେଟରଙ୍କ ନାଁକୁ ନେଇ ନିଜ ରାୟ ଦେଇଛନ୍ତି । ବ୍ରେଟ ଲି ପ୍ରଥମ ନମ୍ବରରେ ପୂର୍ବତନ ଅଷ୍ଟେ୍ରଲିଆର ଦ୍ରୁତ ବୋଲର ଡେନିସ ଲିଲୀଙ୍କୁ ନେଇ କହିଛନ୍ତି କି, ଯଦି ଡେନିସ ଲିଲୀ ୩ଫର୍ମାଟରେ ଖେଳିଥାନ୍ତେ ତ ବିଶ୍ବ କ୍ରିକେଟରେ ନଜ ନାଁରେ ବହୁ ଓ୍ବିକେଟ ନେଇଥାନ୍ତେ । ଡେନିସ ଲିଲୀଙ୍କ କ୍ୟାରିୟର କଥା ଯଦି ଆମେ କହିବା ତେବେ ଏହି ପୂର୍ବତନ ବୋଲର ୭୦ଟେଷ୍ଟ ଖେଳି ପ୍ରାୟ ୩୫୫ଓ୍ବିକେଟ ନେଇଥିଲେ । ସେହିଭଳି ଓ୍ବାନଡେରେ ଲିଲୀଙ୍କ ନାଁରେ ୧୦୩ ଓ୍ବିକେଟ ନେବାର ରେକର୍ଡ଼ ରହିଛି। ବର୍ଷ ୧୯୭୧ରୁ ନେଇ ୧୯୮୮ପର୍ଯ୍ୟନ୍ତ ଡେନିଲ ଲୀଲି ଅଷ୍ଟ୍ରେଲିଆ ଲାଗି ଖେଳିଛନ୍ତି ।

ପୂର୍ବତନ ଓ୍ବେଷ୍ଟଇଣ୍ଡିଜର ମହାନ ଖେଳାଳୀ (ଭିଭି ରିଚାର୍ଡ) ନିଜ କ୍ୟାରିୟରରେ ୧୨୧ଟେଷ୍ଟ ମ୍ୟାଚ ଖେଳିଥିଲେ ଏବଂ ପ୍ରାୟ ୮୫୪୦ରନ୍ କରିବାରେ ସଫଳ ହୋଇଥିଲେ । ଭିଭିଲୟନ ରିଚାର୍ଡ୍ସ ଟେଷ୍ଟରେ ୫୦.୨୩ପ୍ରତିଶତ ସହ ରନ୍ କରିବାରେ ସଫଳତା ହାସଲ କରିଛନ୍ତି । ଓ୍ବାନଡେରେ ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟର ୧୮୭ମ୍ୟାଚରେ ୬୭୨୧ରନ୍ କରିଥିଲେ । ଓ୍ବାନଡେରେ ସାର ଭିଭିଲୟନ ରିଚାର୍ଡ଼୍ସ ୪୭.୦୦ପ୍ରତିଶତ ସହ ରନ୍ କରିଥିଳେ । ଭିଭିଲୟନ ରିଚାର୍ଡ୍ସ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରାୟ ୩୫ଶତକ ଲଗାଇଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.