ନୂଆଦୀଲ୍ଲି: ବର୍ତ୍ତମାନ ଆମ ଦେଶରେ ଥଣ୍ଡାର ପ୍ରକେପ ସମ୍ପୂର୍ଣ୍ଣ ରୁପେ କମିନାହିଁ। ଅନ୍ୟପଟେ ବ୍ରାଜିଲରେ ଚଳିତ ବର୍ଷର ପ୍ରଥମ ହିଟୱେଭ ଅନୁଭୁତ ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ସେଠାକାର ଲୋକମାନେ ବର୍ତ୍ତମାନ ୪୪ ଡିଗ୍ରିର ଭୀଷଣ ଗରମରେ କାଳାତିପାତ କରୁଛନ୍ତି। ବ୍ରଜିଲର ଏହି ହିଟୱେଭ ବିଗତ ଏକ ଦଶନ୍ଧିର ରେକର୍ଡ ଭାଙ୍ଗିଛି ବୋଲି ସୂଚନା ମିଳିଛି।
ତେବେ ବ୍ରାଜିଲର ଦକ୍ଷିଣ-ପୂର୍ବରେ ଥିବା ରିଓ ସହରରେ ଗତ ସୋମବାର ଦେଶର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା।
ବ୍ରାଜିଲର ରାଷ୍ଟ୍ରିୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏନଏମଇଟି)ର ସୂଚନା ଅନୁସାରେ ଆସନ୍ତା ଗ୍ରିଷ୍ମ ଋତୁରେ ଦେଶରେ ତାପମାତ୍ରା ସର୍ବକାଳିନ ରେକର୍ଡ ଭାଙ୍ଗିବାକୁ ଯାଉଛି। ଏନେଇ ପାଣିପାଗ ବିବାଗ ଚେତାବନି ମଧ୍ୟ ଜାରି କରିଛି।
ବ୍ରାଜିଲର ରିଓ ସହରରେ ରେକର୍ଡ ତାପମାତ୍ରା ଦେଶର ଅନେକ ଅଞ୍ଚଳକୁ ପ୍ରଭାବିତ କରିଛି। କେବଲ ରିଓ ନୁହେଁ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଅସମ୍ଭବ ଭାବେ ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହେଉଛି। ସାଓ ପାଓଲୋ ସହରରେ ତାପମାତ୍ରା ୩୭.୭ ଡିଗ୍ରି ସେଲସିୟସ, ପୋର୍ଟ ଏଲୋଗ୍ରେ ସହରର ତାପମାତ୍ରା ୩୬ ଡିଗ୍ରି ସେଲସିୟସ ଓ ବେଲୋ ହୋରିଜୋଟ ସହରର ୩୩ ଡିଗ୍ରି ସେଲସିୟସର ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ସାଲ୍ଭାଡୋରରେ ପାରା ୩୧ ଡିଗ୍ରି ସେଲସିୟସରୁ ଉପରେ ରେକର୍ଡ କରାଯାଇଛି।
ଦେଖିବାକୁ ଗଲେ ବର୍ତ୍ତମାନ ସମୟରେ ରିଓର ତାପମାତ୍ରା ୨୩ରୁ ୨୭ ଡିଗ୍ରି ସେଲସିୟସ ମଧ୍ୟରେ ରହିବା କଥା। କିନ୍ତୁ ବର୍ତ୍ତମାନର ତାପମାତ୍ରା ସାଧାରଣ ତାପମାତ୍ରାଠୁ ୧୦ ଡିଗ୍ରି ଅଧିକ ରହିଛି। ହିଟୱେଭ ଜାରି ରହିଥିବାରୁ ବ୍ରାଜିଲ ସରକାର ରିଓରେ ହିଟୱେଭ ପ୍ରୋଟୋକଲ ଲାଗୁ କରିଛନ୍ତି। ଯାହା ଫଳରେ ସହରର ବିଭିନ୍ନ ସ୍ଥାନରେ ଛାୟାଦାର ଯୁକ୍ତ ପଟି ବିଛା ଯିବା ସହ ଓ ହାଇଡ୍ରୋସନ ସାଇଟ ସହ ୫୮ ଟି କୁଲିଙ୍ଗ ଷ୍ଟେସନ ଖୋଲାଯାଇଛି।
ବ୍ରଜିଲରେ ଭିଷଣ ଗରମ ଅନୁଭୂତ ହେଉଥିବାରୁ ହଜାର ହଜାର ଲୋକ ସମୁଦ୍ର ଉପକୁଳବର୍ତ୍ତି ଅଞ୍ଚଳରେ ସମୟ ବିତାଉଛନ୍ତି। ଯାହା ଫଳରେ ଗରମରୁ ସେମାନଙ୍କୁ ସାମୟିକ ତ୍ରାହି ମିଳୁଛି।