ରାଉରକେଲା, ୪।୦୮: ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ । ଶନିବାର ମନ୍ଦିରା ଡ୍ୟାମ୍ର ୧୧ଟି ଗେଟ୍ ଖୋଲିଛି । ଏହି କାରଣରୁ ବନ୍ୟା ପାଣି ବାଲୁ ଘାଟରେ ପଶିଛି । ଫଳରେ ବାଲୁଘାଟର ୯ଟି ଘରେ ପାଣି ପଶିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ଅନୁଯାୟୀ, ବିଗତ ଦିନରେ ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବନ୍ୟା ଜଳ ତଳିଆ ଅଞ୍ଚଳ ବାଲୁ ଘାଟରେ ପଶିଛି । ଏହି କରାଣରୁ ବାଲୁଘାଟର ୯ଟି ଘରେ ପାଣି ପଶିଛି । ମହାନଗର ନିଗମର ଡ୍ରେନ୍ ଠିକ୍ ରୂପେ ନିର୍ମାଣ ହୋଇନଥିବାରୁ ପ୍ରତ୍ୟେକ ବର୍ଷ ବାଲିଘାଟରେ ପାଣି ପଶୁଛି । ଏଥିପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଡ୍ରେନ୍ ବ୍ୟବସ୍ଥା ସୁଧାରିବାକୁ ବାରମ୍ବାର କହିବା ସତ୍ତ୍ୱେ ଶୋଇ ରହିଛି ପ୍ରଶାସନ । ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି ।