ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶ୍ରୀଗୁଣ୍ଡିଚା ମନ୍ଦିର ଚକଡ଼ା ଛୁଇଁ ପାରିଲାନି ବ୍ରହ୍ମତାଳଧ୍ୱଜ

କେନ୍ଦ୍ରାପଡ଼ା, ୧୦/୦୭ : କେନ୍ଦ୍ରାପଡ଼ା ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ଆଗରେ ଅଟକି ରହିଥିବା ଶ୍ରୀବଳଦେବଜିଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମଙ୍ଗଳବାର ତୃତୀୟ ଦିନରେ ପ୍ରାୟ ୫୦ ମିଟର ଆଗକୁ ଗଡ଼ିବା ପରେ ପୁଣି ଅଟକିଛି । ମଙ୍ଗଳବାର ରଥଟଣା ଆରମ୍ଭ ହେବା ପରଠାରୁ ଦୁଇ ଦୁଇ ଥର ଏଭଳି ଅଟକିବା ଦେଖିବାକୁ ମିଳିଛି । ରଥ ଫୁଟ୍‌ପାଥ୍‌ ଆଡ଼କୁ ମାଡ଼ିଯିବାରୁ ଆଉ ଆଗକୁ ଯାଇ ପାରିନଥିଲା । ଅପରାହ୍ଣ ପ୍ରାୟ ୧ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ପ୍ରାୟ ୨୦ ମିଟର ଗଡ଼ିବା ପରେ ରଥ ପୂର୍ବବତ୍‌ ବାମ ପଟକୁ ମାଡ଼ି ଚାଲିଲା । ଧଳା ଚିହ୍ନିତ ଅଂଶକୁ ନଫେରିବାରୁ ପୁନର୍ବାର ଅପରାହ୍ଣ ୨ଟା ପରେ ହାଇଡ୍ରୋଲିକ୍‌ ଜ୍ୟାକ୍‌ ମେସିନ୍‌ରେ ରଥକୁ ପଥକୁ ଆଣିବା ପାଇଁ ଉଦ୍ୟମ ହୋଇଥିଲା । ପରେ ପୁନର୍ବାର ରଥ ଟାଣିବା ପାଇଁ ଉଦ୍ୟମ ହୋଇଥିଲା । ରଥ ପଥକୁ ଫେରୁଥିବା ବେଳେ ପୁଣି ବାମପଟକୁ ମାଡ଼ି ଚାଲିଲା । ସୂର୍ଯ୍ୟାସ୍ତ ହେବାରୁ ଓ ରାତିରେ ରଥଟଣା ବିଧି ନଥିବାରୁ ପାଇଁ ରଥଟଣା ବନ୍ଦ ରହିଥିଲା । ଶ୍ୟାମାକାଳୀ ମଣ୍ଡପର ପ୍ରାୟ ୧୦୦ ପୁଟ୍‌ ଦୂରରେ ରଥ ଅଟକିଛି । ଆଜି ଶ୍ରୀଗୁଣ୍ଡିଚା ଯାତ୍ରାର ତୃତୀୟ ଦିନ ହୋଇଥିଲେ ସୁଦ୍ଧା ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଚକଡ଼ାରେ ଲାଗି ପାରିଲା ନାହିଁ । ଯାହାକୁ ନେଇ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

ତ୍ରୁଟିପୂର୍ଣ୍ଣ ରଥ ନିର୍ମାଣ, ରଥଟଣା ଓ ରଥ ଚାଳନାରେ ଅନଭିଜ୍ଞତା, ଅସମତଳ ରଥଦାଣ୍ଡ ଓ ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜିଲା ବୋଲି ଅଭିଯୋଗ ହୋଇଛି । ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ବୈଠକ ବହୁ ବିଳମ୍ବରେ ଡାକିଥିଲା ପ୍ରଶାସନ । ରଥଯାତ୍ରାକୁ ମାତ୍ର ୯ ଦିନ ଥିବା ବେଳେ ଜୁନ୍‌ ୨୭ରେ ପ୍ରଶାସନ ପ୍ରସ୍ତୁତି ବୈଠକ ଡାକି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲା । ଯେତେବେଳେ କି ବିଗତ ଦିନରେ ଏକାଧିକ ବାର ପ୍ରଶାସନିକ ପ୍ରସ୍ତୁତି ବୈଠକ ହେବାର ନଜିର ରହିଛି । ଅନ୍ୟପକ୍ଷେ ରଥ କେମିତି ପଥକୁ ଫେରିବ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯାତ୍ରୀନିବାସ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି । ହାଇଡ୍ରୋଲିକ୍‌ ମେସିନ୍‌ ଜ୍ୟାକ୍‌ରେ ଚକକୁ ଫୁଟ୍‌ପାଥ୍‌କୁ ଆଣିବା ପାଇଁ ଚେଷ୍ଟା ଚାଲିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ପାରାଦୀପରୁ ଆସିଥିବା ଜ୍ୟାକ୍‌ରେ ରଥ ଚକଗୁଡ଼ିକୁ ପଥକୁ ଅଣାଯିବା ପାଇଁ ଉଦ୍ୟମ ଜାରି ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.