ଭୁବନେଶ୍ବର, ୨୩/୩ : ମହାନଦୀ ପ୍ରସଙ୍ଗକୁ ନେଇ ୨୦୧୬ରେ ଯେତେବେଳେ ଚର୍ଚ୍ଚା ଆରମ୍ଭ ହେଲା ଦୁଇଟି ରାଜ୍ୟକୁ ଡାକି କେନ୍ଦ୍ର ସରକାର ସମାଧାନ କରିବାକୁ ଚେଷ୍ଟା କଲେ ହେଲେ ମୁଖ୍ୟମନ୍ତ୍ରୀ ଥରେ ମାତ୍ର ବୈଠକରେ ଯୋଗଦେଇ ଆଉ ଦୁଇ ଥର ଗଲେନି । ସେତେବେଳେ ସେ ଏହି ପ୍ରସଙ୍ଗରେ ନିଜ ଫାଇଦା ପାଇଁ ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କଲେ ଟ୍ରିବ୍ୟୁନାଲକୁ ନ ଯିବାକୁ ଆମେ ବି କହିଥିଲୁ ହେଲେ ବିଜେଡି ଜିଦ ନେଇ ଯାଇଥିଲା । ଆଜି ବିଜେଡି ନେତା ମହାନଦୀ ପାଇଁ କାନ୍ଦୁଛି କହି ଓଲଟା କଥା କହୁଛନ୍ତି । ଓଡିଶା ସ୍ୱାର୍ଥ ପାଇଁ ମହାନଦୀ ଜଳ ବିବାଦ କେମିତି ସମାଧାନ ହେବ ମୋହନ ମାଝୀଙ୍କ ସରକାର କାମ ଆରମ୍ଭ କରିଛନ୍ତି । ଆଜି ବଡ଼ ପାଟିରେ କହୁଥିବା ନେତା ଜଣେ ରାଜ୍ୟ ବାହାର ଲୋକଙ୍କ ଡରରେ ପାଟି ବନ୍ଦ କରିଥିଲେ । ଏବେ ଆମକୁ ବିଜେଡିର ଉପଦେଶ ନେବାର କିଛି ଆବଶ୍ୟକ ନାହିଁ ।
ସେହିଭଳି ଡ଼ିଲିମିଟେସନ ନେଇ ଚେନ୍ନାଇରେ ବସିଥିବା ବୈଠକରେ ବିଜେଡି ଯୋଗ ଦେବାକୁ ନେଇ ବିଜେପି କଡା ଟାର୍ଗେଟ କରିଛି । ଗତ ୮ରୁ ୧୦ବର୍ଷ ଧରି ସରକାରକୁ ଦକ୍ଷିଣ ଭାରତୀୟ ଲୋକ ଚଳେଇଲେ । ଏବେ ଦକ୍ଷିଣ ଭାରତ ସହ ଅସୁବିଧା କଣ ଅଛି । ଡିଲିମିଟେସନ ପାଇଁ ନୋଟିଫିକେସନ ଆସିନି ହେଲେ ଏବେଠୁ ନଇ ନ ଦେଖୁନୁ ନଙ୍ଗଳା ହେଲା ଭଳି ନ ହୁଅନ୍ତୁ । ଯଦି କିଛି ଭୁଲ ଥିବ ପରାମର୍ଶ ଦେବାର ଅଧିକାର ବିରୋଧୀଙ୍କର ଅଛି । କେନ୍ଦ୍ର ସରକାର ସବୁବେଳେ ଗଣତନ୍ତ୍ରର ପରିସୀମା ଭିତରେ ଚାଲିଥାନ୍ତି ଗଣତନ୍ତ୍ର ର ଅଧିକାର କୌଣସି ଜାଗାରେ କ୍ଷୁର୍ଣ୍ଣ ହେବାର ନାହିଁ ବିରୋଧୀ ଦଳ ଏତେ ଭୟଭୀତ ନ ହୋଇ ଅପେକ୍ଷା କରନ୍ତୁ ।