ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

କେଜ୍ରିୱାଲଙ୍କ ‘ଭୋଟ୍‌ବ୍ୟାଙ୍କ’କୁ ଭାଙ୍ଗିବ ବିଜେପି ! ଦାୟିତ୍ୱ ନେଲେ ଶାହ

Published By : Prameya | January 9, 2025 4:54 PM

ନୂଆଦିଲ୍ଲୀ : ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଏବେ ଏକ ମାସରୁ ମଧ୍ୟ କମ୍‌ ସମୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଟି ରାଲି ପରେ ଏବେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦିଲ୍ଲୀ ଦଙ୍ଗଲରେ ମୋର୍ଚ୍ଚା ସମ୍ଭାଳିବାକୁ ଯାଉଛନ୍ତି। ମୋଦିଙ୍କ ପରି ଶାହ ମଧ୍ୟ ନିଜର ଅଭିଯାନର ଆରମ୍ଭ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ସବୁଠୁ ବଡ଼ ଭୋଟ୍ ବ୍ୟାଙ୍କକୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ଅମିତ ଶାହଙ୍କର ଏହି କାର୍ଯ୍ୟକ୍ରମ ପାଖାପାଖି ୩୦ ଲକ୍ଷର ଜନସଂଖ୍ୟା ବିଶିଷ୍ଟ ଓ ୨୦ଟି ସିଟ୍‌କୁ ଧ୍ୟାନରେ ରଖି କରାଯାଉଛି। 

ଉଲ୍ଲେଖନୀୟ ଯେ , ଗୃହମନ୍ତ୍ରୀ ଅମିତ ଶାହ ୧୧ ଜାନୁୟାରୀରେ ବସ୍ତି ବାସିନ୍ଦାଙ୍କ ଲିଡରଙ୍କ ସହ ସାକ୍ଷାତ କରିବାକୁ ଯାଉଛନ୍ତି। ସେ ଦିଲ୍ଲୀର ଅଲଗା ଅଲଗା ଅଞ୍ଚଳରେ ଥିବା ବସ୍ତି ଝୁମ୍ପୁଡିରେ ଥିବା ୩ହଜାର କଲୋନିର ମୁଖ୍ୟଙ୍କ ସହ କଥାବାର୍ତ୍ତା ହେବେ। ଏବି ବୈଠକ ଶନିବାର ଜବାହରଲାଲ ନେହରୁ ଷ୍ଟାଡିୟମରେ ହେବାକୁ ଯାଉଛି। ଏହା ମାଧ୍ୟମରେ ବିଜେପିର ଚେଷ୍ଟା ବସ୍ତି ଝୁମ୍ପୁଡିର ଭୋଟର୍ସଙ୍କୁ ନିଜ ଆଡ଼କୁ ଆଣିବେ, ଯିଏ ଏବେସୁଦ୍ଧା ବିଶେଷ ଭାବେ ଆପ୍‌ର ସମର୍ଥକ ଭାବେ ଜଣାଶୁଣା।

ବିଜେପି ଏହି ଥର ବସ୍ତି ଝୁମ୍ପୁଡ଼ିରେ ଥିବା ଆପ୍‌ର ସବୁଠୁ ବଡ଼ ଭୋଟବ୍ୟାଙ୍କକୁ ହାତେଇବାକୁ ଅନେକ ଦାବି କରାଯାଉଛି। ଗତ ଅନେକ ମାସରୁ ଦିଲ୍ଲୀର ସାଂସଦ , ବିଧାୟକ ଓ ଅନ୍ୟ ନେତା ଝୁମ୍ପୁଡ଼ିରେ ଯାଇ ରାତି ବିତାଉଛନ୍ତି। ପାଖାପାଖି ଦୁଇ ଜର୍ଡନ ନେତା ସପ୍ତାହରେ ଗୋଟିଏ ରାତି ବସ୍ତିରେ ଯାଇ ରହୁଛନ୍ତି। ଏଠାରେ ରହୁଥିବା ଲୋକଙ୍କ ସମସ୍ୟା ଶୁଣୁଛନ୍ତି ଏବଂ ସରକାର ଆସିଲେ ସବୁ ସମସ୍ୟା ଦୂର କରିବାର ଭରସା ଦେଉଛନ୍ତି। ଯେଉଁଠି ବସ୍ତି ସେଠି କୋଠ ର ନାରାକୁ ମଧ୍ୟ ଖୁବ୍‌ ପ୍ରଚାରିତ କରାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଅଶୋକ ବିହାରରେ ୧୬୭୫ ଟି କୋଠା ବସ୍ତି ବାସିନ୍ଦାଙ୍କୁ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି ଯେ , ସେ ଘର ଘର ଯାଇ ସବୁ ବସ୍ତିବାସୀଙ୍କୁକହିବେ କି ତାଙ୍କୁ ବି ଏହିପରି ପକ୍କା ଘର ଦିଆଯିବ। 

ଦିଲ୍ଲୀପେ ପାଖାପାଖି ୬୭୫ଟି ବସ୍ତି କଲଷ୍ଟର ଅଛି , ଯେଉଁଠିରୁ ୧୮-୨୦ ପ୍ରତିଶତ ପୂର୍ବ ଓ ଉତ୍ତର ପୂର୍ବ ଲୋକସଭା କ୍ଷେତ୍ରରେ ଅଛି। ଗତ ଦୁଇଟି ବିଧାନସଭା ନିର୍ବାଚନରେ ବସ୍ତି ଝୁମ୍ପୁଡ଼ିକୁ ଭୋଟର୍ସ ଆପ୍‌ କୁ ହୃଦୟ ଖୋଲି ଭୋଟ୍‌ ଦେଇଛନ୍ତି। ହେଲେ ବିଜେପିର କହିବା ହେଲା କି, ଆମ୍‌ ଆଦମୀ ପାର୍ଟି ବସ୍ତିବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଛି। ବିଜେପି କହୁଛି କି, ୧୦ ବର୍ଷରେ ବସ୍ତିବାସିନ୍ଦାଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସି ନାହିଁ।

ଦିଲ୍ଲୀର ବସ୍ତି ଗୁଡ଼ିକରେ ପାଖାପାଖି ୩୦ ଲକ୍ଷ ଲୋକଙ୍କ ଜନସଂଖ୍ୟା। ରହିଛି, ଯେଉଁଥିରେ ପାଖାପାଖି ଅଧା ଭୋଟର ମଧ୍ୟ ଅଛନ୍ତି। ଏକ ସର୍ଭେ ମୁତାବିକ, ୨୦୨୦ରେ ପାଖାପାଖି ୬୧ ପ୍ରତିଶତ ଏମିତି ଭୋଟର୍ସ ଆପ୍‌ର ସମର୍ଥନ କରିଛନ୍ତି, ଯାହାର ସାହାଯ୍ୟରେ ପାର୍ଟି ୭୦ମଧ୍ୟରୁ ୬୭ ସିଟ୍‌ ଜିତିବାରେ ସଫଳ ହୋଇଛି। 

ଏହି ସିଟ୍‌ରେ ଅଧିକ ବସ୍ତି ରହିଛି –

୧-ନରେଲା 

୨- ବଜିରପୁର

୩-ଆଦର୍ଶନଗର 

୪- ରାଜେନ୍ଦ୍ର ନଗର 

୫-ମଡେଲ ଟାଉନ

୬-ବଦରପୁର

୭-ସଙ୍ଗମ ବିହାର 

୮-ଆମ୍ୱେଦକର ନଗର

୯- ତୁଗଲକାବାଦ

୧୦-ସୀମାପୁରୀ

୧୧- ବଦରପୁରୀ

୧୨-ତ୍ରିଲୋକପୁରୀ

୧୩- କାଲକାଜି

୧୪-କୋଣ୍ଡଲୀ 

୧୫- ଓଖଲା

୧୬- ମୋତିନଗର

୧୭-ମାଦିପୁର

୧୮ଶାଲୀମାର ବାଗ୍‌

୧୯ କିରାଡି 

୨୦- ମଟିଆମହଲ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.