ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶପଥ ସମାରୋହ ପାଇଁ ନବୀନଙ୍କୁ ନିମନ୍ତ୍ରଣ, ମହାପ୍ରଭୂଙ୍କୁ ନିମନ୍ତ୍ରଣ କରିବାକୁ ପୁରୀ ଗଲା ବିଜେପି ଟିମ୍

ଭୁବନେଶ୍ଵର, ୧୧/୦୬ : ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ।  ରାଜ୍ୟ କାର୍ଯ୍ୟାଳୟରୁ ଗୁଆ, ନଡ଼ିଆ ଓ ନିମନ୍ତ୍ରଣ ପତ୍ର ନେଇ ପୁରୀ ଗଲା ବିଜେପି ଟିମ୍। ବିଜେପିର ନବ ନିର୍ବାଚିତ ବିଧାୟକ ପ୍ରଭାତୀ ପରିଡା, ପୃଥ୍ବୀରାଜ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ ପ୍ରମୁଖ ପୁରୀ ଯାଇଛନ୍ତି। ଓଡ଼ିଆ ପରମ୍ପରା ଅନୁସାରେ ଶୁଭ କାମରେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଏ। ସେଥିପାଇଁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବା ପରେ ଅନ୍ୟ ନିମନ୍ତ୍ରଣ କାର୍ଡ ବଣ୍ଟାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। 

ସେପଟେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ନବୀନ ନିବାସରେ ଯାଇ ବିଜେପିର ୫ ବରିଷ୍ଠ ନେତା ନିମନ୍ତ୍ରଣ ଦେଇଛନ୍ତି। ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ଓ ସମୀର ମହାନ୍ତି ନିମନ୍ତ୍ରଣ ଦେବାକୁ ପହଞ୍ଚିଥିଲେ। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.