ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅନାସ୍ଥାକୁ ନେଇ ଡ୍ରାମା, ପୌର କାର୍ଯ୍ୟାଳୟ ଆଗରେ ବିଜେଡି କର୍ମୀଙ୍କ ଧାରଣା

ଫୁଲବାଣୀ,୧୯/୭ : ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଏବେ ନୂଆ ମୋଡ ନେଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଏବଂ ଆବଶ୍ୟକ ସ୍ଥଳେ ମତଦାନ ହେବା ପାଇଁ ସ୍ଥିର ହୋଇ ସମସ୍ତ କାଉନସିଲରଙ୍କୁ ଜିଲ୍ଲାପାଳ ନୋଟିସ କରିଥିଲେ। କାଉନସିଲରମାନେ ନୋଟିସ ମୁତାବକ ସକାଳ ୧୦ଟା ସୁଦ୍ଧା ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ପ୍ରଶାସନ ପକ୍ଷରୁ ବୈଠକ କରାଇବାରେ ଅହେତୁକ ବିଳମ୍ବ କରାଯାଇଥିବା ଅଭିଯୋଗ କରିଛନ୍ତି ବିଦ୍ରୋହୀ କାଉନସିଲରମାନେ। 

ପୌର ପରିଷଦ ସମ୍ମିଳନୀ କକ୍ଷ ଭିତରେ ପ୍ରଶାସନିକ ଅଧିକାରୀ ଏବଂ କାଉନସିଲରମାନେ ବସି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବୈଠକ ଆୟୋଜିତ ହୋଇପାରି ନାହିଁ। ପ୍ରଶାସନ ପକ୍ଷରୁ ବୈଠକ ଘୁଞ୍ଚାଇ ଦିଆଯିବା ପାଇଁ ପ୍ରସ୍ତାବ ଦିଆ ଯାଇଥିବା ଶୁଣିବାକୁ ମିଳିଛି। ତେବେ ଏହାର ପ୍ରତିବାଦ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ବିଜେଡି କର୍ମୀ। ମ୍ୟୁନିସିପାଲିଟି ଆଇନ ଅନୁସାରେ ବୈଠକ ଘୁଞ୍ଚାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିବା କହିଛନ୍ତି ଧାରଣାରତ ବିଜେଡି ନେତା ବିକ୍ରମ ବେହେରା ଓ ଅନ୍ୟମାନେ। ସରକାରଙ୍କ ଚାପରେ ଜିଲ୍ଲା ପ୍ରଶାସନ ଅନାସ୍ଥା ଟାଳିଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି କର୍ମୀ। ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇ ପାରିନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.