ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରୋଷେଇ ଘରେ ପଶିବ ଭୁଟାନ ଆଳୁ, ଦର ନିୟନ୍ତ୍ରଣ ଲାଗି ଆମଦାନି କରିପାରନ୍ତି ସରକାର

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ମାଡ଼ । ଡାଲି ଓ ପନିପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ଏବେ ଆଳୁ ଆହୁରି ଚିନ୍ତା ବଢ଼ାଇ ଦେଇଛି । ସାଧାରଣ ଲୋକଙ୍କ ରୋଷେଇ ଘରୁ ଉଭାନ ହେବାକୁ ଲାଗିଲାଣି ଆଳୁ । ଟମାଟୋ ଓ ପିଆଜ ପରେ ଏବେ ଅତ୍ୟାବଶ୍ୟକ ପରିବା ଭାବେ ଜଣାଶୁଣା ଆଳୁ ଗାଏବ ହେବାକୁ ବସିଛି । କିନ୍ତୁ ଏବେ ସରକାର ନୂଆ ଯୋଜନା କରିଥିବା କୁହାଯାଉଛି । ଖୁବଶୀଘ୍ର ଲୋକଙ୍କୁ ମିଳିବ ଭୁଟାନ ଆଳୁ । ବର୍ଦ୍ଧିତ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି ସରକାର ପଡ଼ୋଶୀ ଦେଶ ଭୁଟାନରୁ ଆଳୁ ଆମଦାନି ବଢ଼ାଇବେ । ଫଳରେ ଲୋକଙ୍କୁ ଶସ୍ତାରେ ଆଳୁ ମିଳିପାରିବ । 

ଦେଶରେ ଆଳୁ ଉତ୍ପାଦନ କମ୍‌ ଥିବାରୁ ସ୍ଥିତି ବିଗିଡ଼ିବା ପୂର୍ବରୁ ସରକାର ଭୁଟାନ ପାଖରୁ ଆଳୁ ଆମଦାନି କରିପାରନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଅନୁସାରେ, ଭାରତରେ ଆଳୁର ଚାହିଦାକୁ ଦେଖି ସରକାର ଭୁଟାନରୁ ଆମଦାନି ପାଇଁ ଖୁବଶୀଘ୍ର ମଞ୍ଜୁରି ଦେଇପାରନ୍ତି । ଏପରିକି ଅନ୍ୟ ଦେଶରୁ ମଧ୍ୟ ଆଳୁ ଆମଦାନି ଉପରେ ବିଚାର କରାଯାଉଛି ବୋଲି ସେ କହିଛନ୍ତି ।

ଗତବର୍ଷ ଭୁଟାନରୁ ଆଳୁ ଆମଦାନି ପାଇଁ ସରକାର ଅନୁମତି ଦେଇଥିଲେ । ଫଳରେ ବ୍ୟବସାୟୀ ବିନା ଲାଇସେନ୍ସରେ ଭୁଟାନରୁ ଆଳୁ କିଣୁଥିଲେ । କିନ୍ତୁ ଏହି ସମୟସୀମା ଜୁନ ୨୦୨୪ରେ ସମାପ୍ତ ହୋଇଯାଇଛି । ଏବେ ବ୍ୟବସାୟୀଙ୍କୁ କମ୍‌ ପରିମାଣରେ ଆଳୁ କିଣିବା ଲାଗି ସରକାର ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଏଥର ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ପ୍ରତିକୂଳ ଜଳବାୟୁ ଫଳରେ ଆଳୁ ଉତ୍ପାଦନ କମ୍‌ ହୋଇଛି । ଫଳରେ ଆଳୁ ଦାମ ବଢ଼ିବାରେ ଲାଗିଛି ।

ଆଳୁ ଉତ୍ପାଦନ କରିବା ମାମଲାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ଆଗରେ କେବଳ ଚୀନ୍‌ ରହିଛି । ଗତବର୍ଷ ଭାରତରେ ୬୦.୧୪ ମିଲିୟନ ଟନ ଆଳୁ ଉତ୍ପାଦନ ହୋଇଥିଲା । ଚଳିତବର୍ଷ ଆଳୁ ଉତ୍ପାଦନ ୫୮.୯୯ ଟନ୍‌ ରହିପାରେ ବୋଲି କୃଷି ମନ୍ତ୍ରାଳୟ ଆକଳନ କରିଥିଲା । ପ୍ରମୁଖ ଆଳୁ ଉତ୍ପାଦନକାରୀ ରାଜ୍ୟ ପଞ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ଚାଷ ପ୍ରଭାବିତ ହୋଇଛି । ଫଳରେ ପିଆଜ ଏବଂ ଟମାଟୋ ଭଳି ଆଳୁର ଦର ବୃଦ୍ଧି ଘଟିଛି । ସେପଟେ ଆଳୁ ଦାମ ଅକ୍ଟୋବର ମାସରେ କମିପାରେ ବୋଲି କୁହାଯାଉଛି । ଦେଶରେ ଏବେ ଆଳୁ କିଲୋ ପିଛା ୫୦ ଟଙ୍କା ତଳେ ରହିଛି । ଦିଲ୍ଳୀରେ ୪୦ ଟଙ୍କା ଥିବା ବେଳେ ନୋଏଡାରେ ୪୪ ଟଙ୍କାରେ ବିକ୍ରି ହେଉଛି ଆଳୁ । 

 

  • Price Hike
  • Vegetable Price
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.