ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ, କଟକ ନରାଜ ମାର୍ଥାପୁର, ବାଙ୍କୀ ରୋଡ୍‌ ଓ କୁସୁପାଙ୍ଗୀକୁ ଚାଲିବ ଟ୍ରେନ୍‌

କଟକ ୨୬/୦୭: କଟକ ଜିଲ୍ଲାର ନରାଜ ମାର୍ଥାପୁର, ବାଙ୍କୀ ରୋଡ ଓ  କୁସୁପାଙ୍ଗୀ ନୂଆ ରେଳଲାଇନ୍‌ରେ ଯୋଡ଼ି ହେବ ।  ପ୍ରସ୍ତାବିତ ନରାଜ ମାର୍ଥାପୁର-କାଇପଦର ରୋଡ୍‌  ନୂଆ ରେଳପଥ ଦ୍ୱାରା ଯୋଡ଼ିବାକୁ ଯୋଜନା  ଚାଲିଛି । ଏହି ପ୍ରକଳ୍ପକୁ ରେଳ ମନ୍ତ୍ରାଳୟ ନୈତିକ  ଅନୁମୋଦନ ଦେଇଛି । ରାଜ୍ୟ ସରକାରଙ୍କ ରେଳ  ଭିତ୍ତିଭୂମି ଉନ୍ନୟନ ଲିମିଟେଡ୍‌(ଓରିଡଲ୍‌) ଏଥିପାଇଁ  ପଦକ୍ଷେପ ନେଉଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନା ବିଧାନସଭାରେ ଏହି ଉତ୍ତର  ରଖିଛନ୍ତି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ  ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କଟକ  ଭୁବନେଶ୍ୱର ପାଇଁ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପର  ପ୍ରଥମ ପର୍ଯ୍ୟାୟରେ କଟକ ତ୍ରିଶୁଳିଆରୁ ଭୁବନେଶ୍ୱର  ବିମାନବନ୍ଦର ଯାଏ ୨୬କିମି ଦୂରତାକୁ ସରକାର  ଅନୁମୋଦନ କରିଛନ୍ତି । ଏ ପ୍ରକଳ୍ପ ପାଇଁ ୬୨୫୫  କୋଟି ଟଙ୍କା ଅଟକଳ ହୋଇଛି । ଓଡ଼ିଶା ସରକାର  ସମସ୍ତ ଖର୍ଚ୍ଚ ବହନ କରିବେ । ଆବଶ୍ୟକ ହେଲେ  କେନ୍ଦ୍ରର ସହାୟତା ନିଆଯିବ । ୨୦୨୭ ସୁଦ୍ଧା ମେଟ୍ରୋ  ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.