ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଦେଶର ସର୍ବଶ୍ରେଷ୍ଠ ଥାନା ପୁରସ୍କାର, ଦୌଡ଼ରେ ଗଞ୍ଜାମର ୨ ଥାନା

ବ୍ରହ୍ମପୁର/ସାନଖେମୁଣ୍ଡି,୧୫/୦୯:  ଦେଶର ସର୍ବଶ୍ରେଷ୍ଠ ଥାନାକୁ ପୁରସ୍କୃତ କରାଯିବ ।  ଏଥିପାଇଁ ପ୍ରତି ରାଜ୍ୟରୁ ୨ରୁ ୩ଟି ଥାନାକୁ କେନ୍ଦ୍ର  ଗୃହ ମନ୍ତ୍ରାଳୟ ଚୟନ କରିଛି । ଓଡ଼ିଶାରୁ ବଛା  ହୋଇଛି ଗଞ୍ଜାମର ଧରାକୋଟ ଓ ପାଟପୁର ଥାନା ।  ଅପରାଧ ଓ ଆଇନଶୃଙ୍ଖଳାକୁ ନେଇ ରାଜ୍ୟରେ  ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଗଞ୍ଜାମ  ଜିଲ୍ଲାରୁ କିଛି ବର୍ଷ ହେଲା ଦେଶର ସର୍ବଶ୍ରେଷ୍ଠ  ଥାନା ପୁରସ୍କାର ମିଳୁଛି ।  

୨୦୨୨ ମସିହାରେ ଗଞ୍ଜାମ ଜିଲ୍ଲାର ଆସିକା  ଥାନା ସର୍ବଶ୍ରେଷ୍ଠ ପୁରସ୍କାର ପାଇଥିଲା । ଏହାପୂର୍ବରୁ  ଗାଙ୍ଗପୁର ଥାନାକୁ ଦେଶର ୩ୟ ସର୍ବଶ୍ରେଷ୍ଠ ଥାନା  ପୁରସ୍କାର ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା,  ଚଳିତବର୍ଷ ରାଜ୍ୟର ୨ଟି ଥାନା ଗଞ୍ଜାମ ଜିଲ୍ଲାରୁ  ଚୟନ ହୋଇଛି । ଏଥିରୁ କୌଣସି ଗୋଟିଏ ଥାନା  ପୁରସ୍କାର ପାଇବାର ଆଶା କରାଯାଉଛି ।  

କ୍ରାଇମ୍‌ ଆଣ୍ଡ୍‌ କ୍ରିମିନାଲ୍‌ ଟ୍ରାକିଂ ନେଟ୍‌ୱର୍କ  ଆଣ୍ଡ୍‌ ସିଷ୍ଟମ (ସିସିଟିଏନ୍‌ଏସ୍‌)ରେ କାର୍ଯ୍ୟଦକ୍ଷତା  ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପୁରସ୍କୃତ କରିବା  ପାଇଁ ଥାନା ଚୟନ କରିଥାଏ । ସମ୍ଭାବ୍ୟ ପୁରସ୍କାର  ତାଲିକାରେ ଥିବା ଏହି ଦୁଇ ଥାନାର ସବୁ କାର୍ଯ୍ୟକୁ  ଏବେ ଅନୁଧ୍ୟାନ କରିବ କେନ୍ଦ୍ର ଗୃହ ବିଭାଗ ଟିମ୍‌ ।  କେନ୍ଦ୍ରୀୟ ଟିମ୍‌ର ପରିଦର୍ଶନ ପୂର୍ବରୁ ଗଞ୍ଜାମ ଏସ୍‌ପି  ଜଗମୋହନ ମୀନାଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରସ୍ତୁତି  ଆରମ୍ଭ ହୋଇଛି ।

ଏସ୍‌ପି ମୀନା ଓ ଅନ୍ୟ ବରିଷ୍ଠ  ଅଧିକାରୀ ଥାନା ପରିର୍ଶନ କରି ସବୁ କାର୍ଯ୍ୟ  ତଦାରଖ କରୁଛନ୍ତି । ଥାନା ପରିସରକୁ ପରିଷ୍କାର  ରଖିବା ସହ ସୌନ୍ଦର୍ଯ୍ୟକରଣ କରାଯାଉଛି । ଦୀର୍ଘବର୍ଷ ଧରି ପଡ଼ି ରହିଥିବା ଜବତ ଗାଡ଼ିକୁ ଠିକ୍‌  ଭାବେ ରଖାଯାଉଛି । ପାଟପୁର ଥାନା ପରିସରରେ ଥିବା ପୁରୁଣା କୋଠା ଭଙ୍ଗାଯାଇଛି । ଚାରିପାଶ୍ୱର୍  ସଫେଇ କରାଯିବା ସହ ରଙ୍ଗ ଦେବାକୁ ଯୋଜନା  ରହିଛି । ଥାନା କ୍ୟାମ୍ପସ୍‌କୁ ସୌନ୍ଦର୍ଯ୍ୟକରଣ କରିବା  ପାଇଁ ଆଲୋକସଜ୍ଜା ସାଙ୍ଗକୁ ଫୁଲ ଚାରାରୋପଣ  କରାଯାଉଛି । ମୁକ୍ତାକାଶ ଜିମ୍‌ ସହ ଅନ୍ୟ ଉପକରଣ  ଲଗାଯାଉଛି । 

ପାଟପୁର ଥାନା ଆଇଆଇସି ଅଜୟ  କୁମାର ସ୍ୱାଇଁ, ପୂର୍ବତନ ଆଇଆଇସି ତଥା ବର୍ତ୍ତମାନ  ଆର୍‌.ଉଦୟଗିରି ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ, ଧରାକୋଟ ଥାନା ଆଇଆଇସି ଚନ୍ଦ୍ରିକା ସ୍ୱାଇଁ  ଓ ଆସିକା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ଏସବୁ  କାର୍ଯ୍ୟ ତଦାରଖ କରୁଛନ୍ତି ।  ଏସ୍‌ପି ଜଗମୋହନ ମୀନା କହିଛନ୍ତି,  ଜିଲ୍ଲାରେ ସିସିଟିଏନ୍‌ଏସ୍‌କୁ ଗୁରୁତ୍ୱ ଦିଆଯାଇଛି । ଫଳରେ ଅଫିସରଙ୍କ କାମ ସ୍ମାର୍ଟ ହେବ ଏବଂ ଅଧିକାରୀମାନେ କମ୍ପ୍ୟୁଟର କାମ ଜାଣିବାକୁ ବାଧ୍ୟ ହେଉଛନ୍ତି । ଲଗାତାର ଭାବେ ଜିଲ୍ଲାର  ବିଭିନ୍ନ ଥାନା ଦେଶର ସର୍ବଶ୍ରେଷ୍ଠ ତାଲିକାରେ ସ୍ଥାନ ପାଉଥିବାରୁ ଆମ ପାଇଁ ଗୌରବ । ଏହାର  ଶ୍ରେୟ ସମସ୍ତ ଅଧିକାରୀଙ୍କୁ ଯିବ ।

ଗତବର୍ଷ ଦେଶରେ ୭୫ଟି ଥାନାକୁ ନେଇ  ଏହିସର୍ଭେ ହୋଇଥିଲା । ଓଡ଼ିଶାର ଆସିକା ଓ  ବଅଁରପାଳ ଥାନା ସମ୍ଭାବ୍ୟ ପୁରସ୍କାର ତାଲିକାରେ  ଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟିମ୍‌ ଆସିକା ଥାନା ପରିଦର୍ଶନରେ ଆସିଥିଲେ । ବ୍ୟବସାୟୀ,  ପରିବହନ ସଂଘ, ଥାନାକୁ ଆସୁଥିବା ଲୋକଙ୍କ ମତ ନିଆଯାଇଥିଲା । ଏଥିସହ ଥାନାରେ ଜିମ୍‌,  କ୍ରୀଡ଼ା, ମନୋରଞ୍ଜନ ବ୍ୟବସ୍ଥା ତଦାରଖ କରାଯାଇଥିଲା । ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା, ନିଷ୍ଠାପରତା, ତ୍ୱରିତ  କାର୍ଯ୍ୟାନୁଷ୍ଠାନ, ବ୍ୟବହାର, ପ୍ରତିବଦ୍ଧତା, ଦଣ୍ଡବିଧାନ,  ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ସମୟ ସୀମା ଆଦି ୧୬୫ଟି ପ୍ରସଙ୍ଗରେ ବିଭିନ୍ନ ଥାନାର ପ୍ରଦର୍ଶନ ନେଇ  ମୂଲ୍ୟାଙ୍କନ କରାଯାଇଥିଲା । 

ଥାନାଗୁଡ଼ିକର ଦୈନନ୍ଦିନ  କାର୍ଯ୍ୟ ପରିଚାଳନା, ତ୍ୱରିତ ସେବା ପ୍ରଦାନ, ମେଡିକାଲ  କେସ୍‌, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ,  ମାମଲାର ଉପଯୁକ୍ତ ପରିଚାଳନା ସହ ଅଭିଯୁକ୍ତଙ୍କୁ  ଚିହ୍ନଟ, ଚାର୍ଜସିଟ୍‌ ଦାଖଲ, ଅପରାଧ ଓ ଅପରାଧୀଙ୍କ  ତଥ୍ୟ ପ୍ରସ୍ତୁତି ସହ ଫଟୋ ଅପ୍‌ଲୋଡ୍‌ କରିବା,  ମାମଲାରେ ଅଭିଯୁକ୍ତଙ୍କୁ ଅଦାଲତର ଦଣ୍ଡାଦେଶ ଆଦି  ତଥ୍ୟକୁ ହିସାବକୁ ନେଇ ମୂଲ୍ୟାୟନ କରାଯାଉଛି । ଏ  ଦିଗରେ ଉତ୍ତମ ପ୍ରଦର୍ଶନ କରି ଆସିକା ଥାନା ଏବଂ  ତା’ ପୂର୍ବରୁ ଗାଙ୍ଗପୁର ଥାନା ପୁରସ୍କୃତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.