ଗୋପାଳପୁର ୨୨/୪ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଷଷ୍ଠ ସେମିଷ୍ଟାର କଳା, ବିଜ୍ଞାନ ଓ ବାଣିଜ୍ୟ ରେଗୁଲାର ପରୀକ୍ଷା ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି l କଳାରେ ୧୭୪୦୩ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୧୭୩୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୬୭୫୩ ପାସ ହୋଇଛନ୍ତି। ଏଥିରେ ପାସ ହାର ୯୬.୮୨ ପ୍ରତିଶତ ରହିଛି।
ସେହିପରି ବାଣିଜ୍ୟରେ ୧୬୩୦ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୧୬୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୪୩୪ ପାସ ହୋଇଥିବା ବେଳେ ପାସ ହାର ୮୮.୯୦ % ରହିଛି। ସେହିପରି ବିଜ୍ଞାନରେ ମୋଟ ୫୨୫୬ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୫୨୨୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୪୯୯୬ ପାସ ହୋଇଥିବା ବେଳେ ପାସ ହାର ୯୩.୮୬% ହୋଇଛନ୍ତି l ଏହି ପରୀକ୍ଷା ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିଲା l
କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ କକ୍ଷରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡ, ଯୁଗ୍ମ କୁଳସଚିବ ଡ଼. ବାବୁଜୀ ସାମଲ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳପତି ଙ୍କ ସଚିବ ଏ . ସୂର୍ଯ୍ୟ ପ୍ରକାଶ,ପରୀକ୍ଷା ବିଭାଗର ସେକ୍ସନ ଅଫିସର ହରେ କୃଷ୍ଣ ପାମୁଲୁ, ସତ୍ୟ ନାରାୟଣ ଶତପଥୀ, ଶ୍ରୀକାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ l ଛାତ୍ରଛାତ୍ରୀ ମାନେ ବିଶ୍ଵବିଦ୍ୟାଳୟର ୱେବ୍ସ ସାଇଟ୍ www.buodisha.edu.in ମାଧ୍ୟମରେ ପରୀକ୍ଷା ଫଳ ଏବଂ ସାର୍ଟିଫିକେଟ ଡାଉନ୍ ଲୋଡ କରିପାରିବେ। ଏଥିସହ ବ୍ୟାକ୍ ପେପର ଶୀଘ୍ର ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଛି।