ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଚାମ୍ପିଅନ୍ସ ଟ୍ରଫି ସ୍କ୍ବାର୍ଡରେ ନାହାନ୍ତି ନମ୍ବର ୱାନ ବୋଲର, ବିସିସିଆଇକୁ ପଡୁନି ଫରକ

Published By : Ankita S | February 15, 2025 3:20 PM

ନୂଆଦିଲ୍ଲୀ,୧୫/୦୨: ୧୯ରୁ ଚାମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏ ନେଇ ଭାରତୀୟ ଦଳରୁ ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମରା ବାଦ୍ ପଡିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ବୁମରାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା । ଆହତ ସମସ୍ୟା ପାଇଁ ବୁମରାଙ୍କୁ ବାଦ ଦିଆଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଥିଲା । ଏହାକୁ ନେଇ ମୁହଁ ଖୋଲିଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ । ସେ କହିଛନ୍ତି ଦଳରେ ବୁମରାଙ୍କ ଅନୁପସ୍ଥିତିକୁ ନେଇ କୌଣସି ଫରକ ପଡିବ ନାହିଁ । ଚାମ୍ପିଅନ୍ସ ଟ୍ରଫି ସ୍କ୍ବାର୍ଡରେ ନାହାନ୍ତି ନମ୍ବର ୱାନ ବୋଲର । ଏହାର କୌଣସି ପ୍ରଭାବ ବିସିସିଆଇ ଉପରେ ପଡୁନାହିଁ । ବିସିସିଆଇ ସମ୍ପାଦକଙ୍କ ଏହି ବୟାନକୁ ନେଇ ହଲଚଲ ଦେଖିବାକୁ ମିଳିଛି ।

କଣ କହିଲେ BCCI ସମ୍ପାଦକ- ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ବୁମରାଙ୍କ ଅନୁପସ୍ଥିତିକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଦେଇ ବଡ ବାୟନ ଦେଇଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ । ସେ କହିଛନ୍ତି କି, ଆମେ ଚାମ୍ପିଅନ୍ସ ଟ୍ରଫି ପାଇଁ ଆମେ ଏକ ବେଷ୍ଟ ଟିମ୍ ଗଠନ କରିଛୁ ଯାହା ସର୍ବଶ୍ରେଷ୍ଠ । ଆମର ଦୃଢ ବିଶ୍ବାସ ଅଛି କି ଆମେ ଟ୍ରଫି ଜିତିବୁ । ଚାମ୍ପିଅନ୍ସ ଟ୍ରଫି ଏକ ଶକ୍ତିଶାଳୀ ଦଳ ଗଠନ ହୋଇଛି । ମୁଁ ଭାବୁ ନାହିଁ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ଦଳ ଉପରେ କିଛି ଫରକ ପକାଇବ । ଦଳର ପ୍ରଦର୍ଶନ ଉପରେ ବୁମାରଙ୍କ ଅନୁପସ୍ଥିତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ଅଧିକ ପଢନ୍ତୁ...ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଲେ ଯଶପ୍ରୀତ ବୁମରା; ହର୍ଷିତଙ୍କୁ ସୁଯୋଗ, ଜାଣନ୍ତୁ କିଏ ରିଜର୍ଭ ପ୍ଲେୟାର

ଭାରତୀୟ ଦଳର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମରା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟର ଆହତ ହୋଇଥିଲେ । ସୁସ୍ଥ ହୋଇନଥିବାରୁ ଆଗାମୀ ଚାମ୍ପିଅନ୍ସ ଟ୍ରଫିରୁ ସେ ବାଦ ପଡ଼ିଛନ୍ତି । ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି ଓ ବୁମରାଙ୍କୁ ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଯୁବ ପେସ୍‌ ବୋଲର ହର୍ଷିତ ରାଣାଙ୍କୁ ସାମିଲ କରାଯାଇଛି । ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ ବାଦ ଦିଆଯାଇ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଡାକରା ମିଳିଛି । ଜୈସ୍ୱାଲ ୩ ଜଣିଆ ରିଜର୍ଭ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି । ପେସ୍‌ ବୋଲର ମହମ୍ମଦ ସିରାଜ ଓ ଅଲ୍‌ରାଉଣ୍ଡର ଶିବମ ଦୁବେ ଅନ୍ୟ ୨ ରିଜର୍ଭ ଖେଳାଳି ଭାବେ ରହିଛନ୍ତି । ଆଜି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଦୁବାଇ ଅଭିମୁଖେ ଯାତ୍ରା କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.