ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଚାମ୍ପିଅନ୍ସ ଟ୍ରଫି; ଆଜି ବୁମରାଙ୍କ ଉପରେ ଚୂଡାନ୍ତ ନିଷ୍ପତ୍ତି

Published By : Ankita S | February 11, 2025 10:31 AM

ମୁମ୍ବାଇ,୧୧/୦୨: ଆସନ୍ତା ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ଆଉ ମାତ୍ର କିଛି ଦିନ ବାକି ରହିଛି । ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା ହୋଇଥିଲା । ସେଥିରେ ଯଶପ୍ରୀତ ବୁମରା ସାମିଲ ଥିଲେ ମାତ୍ର ସେ ଆହତ ଥିବାରୁ ଖେଳିବେ ନାହିଁ ତାହା ଚୂଡାନ୍ତ ହୋଇନଥିଲା । ସମ୍ପ୍ରତି ଆହତ ଥିବା ଭାରତୀୟ ଦଳର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମରା ଆଗାମୀ ଚାମ୍ପିଅନ୍ସ ଟ୍ରଫି ଖେଳିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିସିସିଆଇର ଘୋଷଣାକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟ୍‌ ପ୍ରେମୀ । ଆଜି (ମଙ୍ଗଳବାର) ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପାଇଁ ଚୂଡ଼ାନ୍ତ ଭାରତୀୟ ଦଳ ଘୋଷଣା କରିବ । ବୁମରା ଦଳରେ ସ୍ଥାନ ବଜାୟ ରଖିବେ କି ନାହିଁ, ତାହା ସ୍ପଷ୍ଟ ହୋଇଯିବ ।

ଯଶପ୍ରୀତ ବୁମରା ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସିତ ହେଉଛନ୍ତି । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟରେ ସେ ଆହତ ହୋଇଥିଲେ । ବୋଲିଂ ବେଳେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷିତ ସମ୍ଭାବ୍ୟ ଦଳରେ ବୁମରାଙ୍କୁ ସ୍ଥାନ ମିଳିଛି । ମାତ୍ର ସେ ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଗତ ୭ ତାରିଖରେ ବୁମରାଙ୍କ ଆଘାତ ସ୍ଥାନର ଦ୍ୱିତୀୟ ସ୍କାନ କରାଯାଇଥିଲା । ଏନସିଏ ମେଡିକାଲ୍‌ ଟିମ୍‌ ମଧ୍ୟ ବୁମରାଙ୍କ ଆଘାତ ସ୍ଥାନର ଚିକିତ୍ସା ଚଳାଇଛି । କିନ୍ତୁ ପୂର୍ବରୁ ତାଙ୍କ ପିଠିରେ ଅସ୍ତ୍ରୋପଚାର କରିଥିବା ନ୍ୟୁଜିଲାଣ୍ଡର ଡାକ୍ତର ରୋୱାନ ସାଉଟେନ ଉକ୍ତ ସ୍କାନ ରିପୋର୍ଟ ଦେଖିବାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ଅଧିକ ପଢନ୍ତୁ... ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଯୋଦ୍ଧା ଘୋଷଣା; ସାମି-ଯଶସ୍ୱୀଙ୍କ ଏଣ୍ଟ୍ରୀ, ଶୁଭମନ ଗିଲଙ୍କୁ ଗୁରୁ ଦାୟିତ୍ବ

ଏନ୍‌ସିଏ ପକ୍ଷରୁ ଚୟନ କମିଟି ଓ ଟିମ ମ୍ୟାନେଜମେଣ୍ଟ ସହ ଆଲୋଚନା କରିବା ପରେ ବୁମରାଙ୍କ ଉପରେ ନିଷ୍ପତ୍ତି ନିଆଯିବ । ଗତ ମାସରେ ବୁମରାଙ୍କ ଯନ୍ତ୍ରଣା ସ୍ଥାନର ସ୍କାନ ରିପୋର୍ଟ ଦେଖିଥିଲେ ଡଃ ସାଉଟେନ୍‌ । ୨ ତାରିଖରେ ବୁମରା ଏନ୍‌ସିଏରେ ପହଞ୍ଚିଥିଲେ । ସାଉଟେନଙ୍କ ପରାମର୍ଶ ପରେ ଦ୍ୱିତୀୟ ସ୍କାନ କରାଯାଇଛି । ୧୨ ତାରିଖ ସୁଦ୍ଧା ଚୂଡ଼ାନ୍ତ ଦଳ ତାଲିକା ପ୍ରଦାନ କରିବା ପାଇଁ ସମସ୍ତ ବୋର୍ଡକୁ ଆଇସିସି ନିର୍ଦ୍ଦେଶ ଦେଇଛି । ଏହାପରେ ଦଳରେ ପରିବର୍ତ୍ତନ ହୋଇପାରିବ ନାହିଁ । ତେଣୁ ବିସିସିଆଇ ଚୟନ କମିଟି ଓ ଟିମ୍‌ ଇଣ୍ଡିଆ ମଧ୍ୟ ବୁମରାଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.