ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଟିମ୍‌ ଇଣ୍ଡିଆର ଘରୋଇ ସିଜିନ୍‌ ପାଇଁ ଖେଳସୂଚୀ ଜାରି କଲା ବିସିସିଆଇ

Image Courtesy: abplive

ନୂଆଦିଲ୍ଲୀ : ବିସିସିଆଇ ଆଜି ୨୦୨୪-୨୫ ଘରୋଇ ସିଜିନର ମ୍ୟାଚ୍ ତାରିଖ ଓ ଭେନ୍ୟୁ ଘୋଷଣା କରିଛି। ଏହି ଘରୋଇ ସିଜିନରେ ଭାରତ ଗସ୍ତରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଟିମ୍‌ ଆସିବେ। ଏହି ସମୟରେ ଭାରତୀୟ ଦଳ ମୋଟ୍ ୫ଟି ଟେଷ୍ଟ, ୮ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ।

ବଂଲାଦେଶ- ପ୍ରଥମେ ଭାରତୀୟ ଟିମ୍‌ ସେପ୍ଟେମ୍ବର ମାସରେ ବାଂଲାଦେଶ ସହ ଘରୋଇ ମଇଦାନରେ ମ୍ୟାଚ୍‌ ଖେଳିବ । ଭାରତ ବନାମ ବାଲାଦେଶ ମ୍ୟାଚ୍‌ ୧୯ ସେପ୍ଟେମ୍ବରରୁ ୧୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଚେନ୍ନାଇ ଏବଂ କାନପୁରରେ ହେବ । ୬ରୁ ୧୨ ଅକ୍ଟୋବର ମଧ୍ୟରେ ଦୁଇ ଟିମ ୩ଟି ଟି-୨୦ ମ୍ୟାଚ୍‌ ଖେଳିବେ । ଏହି ୩ଟି ମ୍ୟାଚ୍‌ ଧର୍ମଶାଳା, ଦିଲ୍ଲୀ ଏବଂ ହାଇଦ୍ରାବାଦରେ ଖେଳାଯିବ ।

ନ୍ୟୁଜିଲାଣ୍ଡ- ବାଂଲାଦେଶ ବିପକ୍ଷରେ ସିରିଜ୍‌ ଶେଷ ହେବାର ୪ ଦିନ ପରେ ନ୍ୟୁଜିଲାଣ୍ଡ ସହ ୩ଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ ଭାରତ । କିଓ୍ବି ଟିମ୍‌ ୧୬ ଅକ୍ଟୋବରରୁ ୧ ଡିସେମ୍ବର ପର୍ଯ୍ୟନ୍ତ ଭାରତ ସହ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ବେଙ୍ଗାଲୁରୁ, ପୁଣେ ଏବଂ ମୁମ୍ବାଇରେ ଖେଳାଯିବ ।

ଇଂଲଣ୍ଡ- ୨୦୨୫ ଅର୍ଥାତ ନୂଆବର୍ଷ ଆରମ୍ଭରୁ ଇଂଲଣ୍ଡ ସହ ମୁହାଁମୁହିଁ ହେବ ଭାରତ । ଜାନୁଆରୀ ୨୨ରୁ ଫେବୃଆରୀ ୧୨ ପର୍ଯ୍ୟନ୍ତ ଭାରତରେ ରହିବ ଇଂଲଣ୍ଡ କ୍ରିକେଟ ଟିମ୍‌ ।ପ୍ରାୟ ୩ ସପ୍ତାହ ମଧ୍ୟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ । ୮ଟି ମ୍ୟାଚ୍‌ ଭାରତର ୮ଟି ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳାଯିବ ।  

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.