ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

୩୦୦୦ ଟନ୍ ମାଛ ପଠାଇବ ବାଂଲାଦେଶ , ଭାରତକୁ ଖୁସି କରାଇବା ଚେଷ୍ଟାରେ ୟୁନୁସ୍ ସରକାର ...

ନୂଆଦିଲ୍ଲୀ : ଦୁର୍ଗାପୂଜା ପୂର୍ବରୁ ଭାରତୀୟଙ୍କୁ ସ୍ୱତନ୍ତ୍ର ଉପହାର ଦେବାକୁ ଯାଉଛି ବାଂଲାଦେଶ। ଦୀର୍ଘ ଦିନର ପ୍ରତୀକ୍ଷା ପରେ ବାଂଲାଦେଶ ଭାରତକୁ ୩ ହଜାର ଟନ୍‌ ହିଲସା ମାଛ ପଠାଇବାକୁ ଘୋଷଣା କରିଛି। ଶନିବାର ବାଂଲାଦେଶର ସରକାରର ବାଣିଜ୍ୟ ମନ୍ତ୍ରଣାଳୟ ଏକ ଅଧିସୂଚନା ଜାରି କରିଛି। ଭାରତ-ବାଂଲାଦେଶ ମଧ୍ୟରେ କୂଟନୀତିକ ସମ୍ୱନ୍ଧ ଗୁଡ଼ିକୁ ଆହୁରି ଦୃଢ କରିବାର ଚେଷ୍ଟାରେ ଏହି ନିଷ୍ପତ୍ତି ନିଆଯାଇଛି।

କହି ରଖୁଛୁ କି, ଅନେକ ଦିନରୁ ଏହି ପରମ୍ପରା ଚାଲି ଆସୁଛି। ବାଂଲାଦେଶ ଭାରତକୁ ହିଲସା ମାଛ ପଠାଇ ଆସୁଛି। କିନ୍ତୁ ୟୁନୁସ୍‌ ସରକାର ଏହା ଉପରେ ବ୍ୟାନ୍‌ ଲଗେଇ ଥିଲା। ବିଶେଷଜ୍ଞଙ୍କ ଅନୁସାରେ , ଯଦି ଏଥର ହିଲସା ପଠାଯାଇ ନଥାନ୍ତା , ତ ଏଥିରେ ଦୁଇ ଦେଶର ସଂପର୍କରେ ପ୍ରଭାବ ପଡ଼ି ଥାନ୍ତା। ପ୍ରଥମେ ବାଂଲାଦେଶର ଅନ୍ତରୀଣ ସରକାର ସ୍ପଷ୍ଟ ଭାବେ କହିଥିଲେ କି, ଏହି ଥର ଦୁର୍ଗା ପୂଜା ବେଳେ ହିଲସା ମାଛ ପଠାଇବେ ନାହିଁ। କିନ୍ତୁ ଏବେ ଏହି ସମୟରେ ଏହି ନିଷ୍ପତ୍ତିକୁ ବଦଳାଇ ଦିଆଯାଇଛି। 

କିଛି ଦିନ ପୂର୍ବେ ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ୱର ଅନ୍ତରୀଣ ସରକାର ଘରୋଇ ଡିମାଣ୍ଡକୁ ପୂରା କରିବାକୁ ଭାରତକୁ ହିଲସା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗେଇ ଥିଲେ। ଏଥିରେ ବାଂଲାଦେଶ ଦ୍ୱାରା ନିଜର ପଡୋଶୀ ପ୍ରତି ସଦଭାବନା ସଙ୍କେତ ଭାବେ ଦୀର୍ଘ ଦିନରୁ ଚାଲି ଆସୁଥିବା ପରମ୍ପରା ସମାପ୍ତ ହୋଇ ଯାଇ ଥିଲା। ବାଣିଜ୍ୟ ମନ୍ତ୍ରଣାଳୟ ବୟାନରେ କହିଛି , ନିଜ ରପ୍ତାନୀକାରୀଙ୍କ ଅପିଲକୁ ଦେଖି ଆଗାମୀ ଦୁର୍ଗା ପୂଜା ଅବସରରେ, ବିଶେଷ ସର୍ତ୍ତକୁ ପୂରା କରି ୩ହଜାର ଟନ୍‌ ହିଲସା ମାଛ ( ଭାରତକୁ) ରପ୍ତାନୀ କରିବାକୁ ଅନୁମୋଦନ ଦିଆ ଯାଇଛି। 

ଅନ୍ୟପଟେ ମନ୍ତ୍ରଣାଳୟ ଆବେଦକଙ୍କ ଠାରୁ ରପ୍ତାନୀ ନେଇ ଅନୁମତି ପ୍ରାପ୍ତ କରିବାକୁ ସମ୍ୱନ୍ଧିତ ଶାଖା ସହ ସଂପର୍କ କରିବାକୁ କହିଛି। ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱର ଗତ ଅୱାମୀ ଲିଗ୍ ସରକାର ସଦ୍ଭାବନା ଭାବେ ପ୍ରତି ସେପ୍ଟେମ୍ୱର ଓ ଅକ୍ଟୋବର ମଧ୍ୟରେ ଭାରତକୁ ହିଲ୍ସା ରପ୍ତାନୀର ଅନୁମତି ଦେଇଥିଲେ। ଏହି ପରମ୍ପରା ବର୍ଷ ବର୍ଷରୁ ଚାଲୁ ଆସୁଥିଲା। ଅଧିକାରୀ ମାନେ କହିଛନ୍ତି କି, ବାଂଲାଦେଶ ୨୦୨୩ରେ ୭୯ କମ୍ପାନୀଙ୍କୁ ଭାରତକୁ ମୋଟ ୪ହଜାର ଟନ୍‌ ରପ୍ତାନୀ କରିବାକୁ ଅନୁମତି ଦେଇଥିଲା। ବାଂଲାଦେଶ ବିଶ୍ୱର ସବୁଠୁ ବଡ଼ ହିଲସା ଉତ୍ପାଦକ ଦେଶ, କିନ୍ତୁ ସ୍ଥାନୀୟ ଡିମାଣ୍ଡ ଅଧିକ ହେବାରୁ ସେ ଏହି ମାଛର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ଥାଏ। ହେଲେ , ଦୁର୍ଗାପୂଜା  ଉତ୍ସବ ବେଳେ , ସେ ସାଧାରଣ ଭାବେ ଏହି ମାଛର ରପ୍ତାନୀ ଉପରେ ପ୍ରତିବନ୍ଧକରେ ଢିଲା ଦେଇଥାଏ ,ଯାହା ବାଂଲାଦେଶର ଏକ ବହୁତ ପସନ୍ଦର ବ୍ୟଞ୍ଜନ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.