ପ୍ରମୂଖ ଖବର
  • NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍, ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ୍‌ ମୋଦି
  • ||
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ବଳଙ୍ଗା ପୀଡ଼ିତାଙ୍କ ଭିଡିଓ ଭାଇରାଲ କଲା କିଏ ? ଖୋଜୁଛି କ୍ରାଇମବ୍ରାଞ୍ଚର ସାଇବର ଟିମ୍‌

Published By : Manoj | August 18, 2025 10:45 AM

ପୁରୀ,୧୮/୦୮: ଭୁବନେଶ୍ୱର ଏବଂ ପରେ ନୂଆଦିଲ୍ଳୀ  ଏମ୍‌ସରେ ଚିକିତ୍ସା  ହେଉଥିଲେ ବଳଙ୍ଗାର ନାବାଳିକା ପୀଡିତା । ତାଙ୍କଠାରୁ ବୟାନ ସଂଗ୍ରହ କରାଯାଉଥିବାର  ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଘଟଣାକୁ  ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରାଯାଇଥିବା ନେଇ ରବିବାର ଗଣମାଧ୍ୟମକୁ ସୂଚନା  ଦେଇଛନ୍ତି ଏସ୍‌ପି ପିନାକ ମିଶ୍ର ।

ଶ୍ରୀ ମିଶ୍ର କହିଛନ୍ତି, ଏହି ସମ୍ବେଦନଶୀଳ ଭିଡିଓ କିଏ  ଓ କ’ଣ ପାଇଁ ଭାଇରାଲ କରିଛି ତାହାର ଅନୁସନ୍ଧାନ ଜାରି ରହିଛି । କ୍ରାଇମ୍‌ବ୍ରାଞ୍ଚ ଓ ସାଇବର ଟିମ୍‌ର ଅଧିକାରୀମାନଙ୍କ ସହଯୋଗରେ ଏହାର ତଦନ୍ତ ଜାରି ରହିଛି । ଉକ୍ତ  ଘଟଣାର ଭିଡିଓ ଭାଇରାଲ କରିବା ଅନୁଚିତ୍‌ । ପୀଡ଼ିତାଙ୍କ ବୟାନ ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାର ଚୂଡ଼ାନ୍ତ ରିପୋର୍ଟ ଖୁବ୍‌ଶୀଘ୍ର କୋର୍ଟକୁ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଏହି  ଭିଡିଓକୁ ଭାଇରାଲ୍‌ ନ କରିବା ସହିତ ନ ଦେଖିବାକୁ ଅପିଲ କରିଛନ୍ତି ଏସ୍‌ପି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.