ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବକୁଳବନକୁ ଭୁଲିଗଲେ, ଜନ୍ମଦିନରେ ଅପୂଜା ରହିଲେ ଗୋପବନ୍ଧୁ

ପୁରୀ, ୧୦/୧୦ : ବୁଧବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଥିଲା । ଓଡ଼ିଆ ଅସ୍ମିତାର ସୂତ୍ରଧର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର, ଗୋଦାବରିଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ସମସ୍ତେ ଭୁଲି ଗଲେ । ଏହି ପଞ୍ଚାଶଖାଙ୍କ ମଣିଷଗଢ଼ା କାରଖାନା ବକୁଳବନ ବିଦ୍ୟାଳୟରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଏଠାରେ ପଞ୍ଚାଶଖାଙ୍କ ପୂଜନ ଓ ସମ୍ମାନ ଦିଆଯିବ ବୋଲି ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚିତ କରାଯାଇଥିଲା । ହେଲେ ପୂଜନ ଓ ସମ୍ମାନ ଦିଆଯିବା ଦୂରକଥା ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତି ଚାରିପାର୍ଶ୍ୱ ଅନାବନା ଗଛକୁ ସଫେଇ କରିବାକୁ ପ୍ରଶାସନ ପଦକ୍ଷେପ ନେଲାନି । ଅପରାହ୍ନ ୪ଟାରେ କିଛି ସାମାଜିକ କର୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ପଞ୍ଚଶଖା ପୂଜନ ନିମନ୍ତେ ଏଠାରେ ପହଞ୍ଚି ପ୍ରତିମୂର୍ତ୍ତିଗୁଡ଼ିକ ଅବ୍ୟବସ୍ଥାରେ ପଡ଼ିଥିବା ଦେଖି ହତବାକ୍‌ ହୋଇଥିଲେ । ନିଜ ସାଧ୍ୟ ମୁତାବକ ପ୍ରତିମୂର୍ତ୍ତି ସ୍ଥଳ ସଫେଇ କରିଥିଲେ । ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଅନାବନା ଗଛ ଭିତରେ ରହିଥିବା ବେଳେ ପ୍ରତିମୂର୍ତ୍ତି ଦେହରୁ ରଙ୍ଗ ଛାଡ଼ି ବିବର୍ଣ୍ଣ ଦିଶୁଥିଲା । 

ସେହିପରି ଗୋଦାବରିଶଙ୍କ ପ୍ରତିମୂର୍ତ୍ତି ଉପରେ ଚଢ଼େଇ ମଳତ୍ୟାଗ କରି ବିବର୍ଣ୍ଣ କରିଦେଇଛନ୍ତି । ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ମଧ୍ୟ ସମାନ ଅବ୍ୟବସ୍ଥାରେ ରହିଥିଲା । ଏଠାକୁ ପହଞ୍ଚି ପୁଷ୍ପମାଲ୍ୟ ଦେବା ଅସମ୍ଭବ ହେବାରୁ ଅନେକ ପୁରୁଖା ସ୍ୱାଧୀନତା ସଂଗ୍ରାମୀ ଘରକୁ ଫେରି ଯାଇଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ଶିକ୍ଷା ଓ ସଂଗ୍ରାମର ଚେତନା ଜାଗ୍ରତ କରିବା ନିମନ୍ତେ ଉତ୍କଳମଣି ସମେତ ପଞ୍ଚଶଖା ଗଢ଼ିଥିଲେ ଏହି ବକୁଳବନ ବିଦ୍ୟାଳୟ । ଉତ୍କଳମଣିଙ୍କ ଜନ୍ମ ଦିନରେ ଏହା ପରିସରରେ ଥିବା ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତିକୁ ଧୂପଦୀପ ଫୁଲ ଦେଇ ସମ୍ମାନ ଜଣାଇବା ଦୂର କଥା ପୂରା ଭୁଲିଗଲେ । ବକୁଳବନ ବିଦ୍ୟାଳୟ ସମ୍ମୁଖ ସ୍ମୃତି ସ୍ଥଳକୁ ନେତା, ମନ୍ତ୍ରୀ, ପ୍ରଶାସକ ଆସିଥିଲେ ହେଁ ବକୁଳବନ ବିଦ୍ୟାଳୟ ପରିସରରେ କାହାରି ପାଦ ପଡ଼ି ନ ଥିଲା । ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ତନ୍ମୟ ଚାଟ୍ଟାର୍ଜୀ ଏବଂ ଚନ୍ଦ୍ରଶେଖର ମିଶ୍ର । ପୁରୀରୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ବେଳେ ଏଭଳି ଅବ୍ୟବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । 

୨୦୨୨-୨୩ ବକୁଳବନ ଓ ଏହି ପାରିପାଶ୍ୱିର୍କ ଉନ୍ନତୀକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯ କୋଟି ୪୮ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୬ କୋଟି ୯୧ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ସରିଲାଣି । ପ୍ରାୟ ୨୦ ଏକର ଜମିରେ ବ୍ୟାପ୍ତ ଏହି ବକୁଳବନରେ ଦଶନ୍ଧି ତଳେ ହୋଇଥିବା ଚଲାପଥ, ଆଲୋକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ମୁକ୍ତାକାଶ ରଙ୍ଗମଞ୍ଚ ମାଟିରେ ଲୋଟିଛି । ସନ୍ଧ୍ୟା ହେଲେ ଏହା ତଳେ ହୋଇଥିବା ଘର ଓ ପିଣ୍ଡିଗୁଡ଼ିକ ନିଶାଖୋରଙ୍କ ଆଡ୍ଡା ସ୍ଥଳ ପାଲଟୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.