ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଶିବ ମନ୍ଦିରରୁ ତାଲା କାଟି ଚୋରି ଉଦ୍ୟମ, ଗାଁ ଲୋକେ ପହଞ୍ଚିଯିବାରୁ ଚମ୍ପଟ ମାରିଲେ ଲୁଟେରା

Published By : Swapna Ray | December 8, 2024 1:47 PM

ସାଲେପୁର, ୮।୧୨: ଲୁଟେରାମାନଙ୍କ ଟାର୍ଗେଟ୍‌ରେ ମଠ-ମନ୍ଦିର । ଗୁରୁବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ଥାନା ଓଡାସିଂ ପଞ୍ଚାୟତ କଟିକଟା ଦୁଇଟି ଶିବ ମନ୍ଦିରରୁ ତାଲା କାଟି ଚୋରି ଉଦ୍ୟମ । ଗାଁ ଲୋକ ଉଠିଯିବାରୁ ଘଟଣାସ୍ଥଳରୁ ଲୁଟେରା ଫେରାର ହୋଇଯାଇଥିବା ଜଣାପଡ଼ିଛି । ଶନିବାର ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗିଥିଲେ ଲୁଟେରା । ହେଲେ ଲୁଟ୍ କରିବା ସମୟରେ ସ୍ଥାନୀୟ ଲୋକଙ୍କ ପାଟି ଶୁଣି ଘଟଣାସ୍ଥଳରେ ଚମ୍ପଟ୍ ମାରିଥିଲେ । ଅନ୍ୟ ଏକ ଶିବ ମନ୍ଦିରରୁ ଲୁଟ୍ କରିଥିବା ଦୁଇଟି ରୂପା ମୁକୁଟ, ଏକ ହଳ ରୂପା ପାଦୁକା, ଦୁଇଟି ରୂପା ହାର, ଏକ କଟର, କିଛି ରେଜା ଟଙ୍କା, ଇମିଟେସନ ହାର ସହ ଏକ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଲୁଟେରା । 

ଘଟଣାସ୍ଥଳରେ ସାଲେପୁର ଥାନା ଜପକୂଦ ପୋଲିସ ପହଞ୍ଚି ସମସ୍ତ ଜିନିଷ ସହ ବାଇକକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଲୁଟେରାଙ୍କ ଟେର୍ ପାଇପାରିନାହିଁ । ମନ୍ଦିରରୁ ଲୁଟ୍ ଘଟଣା ସାଲେପୁର ଅଞ୍ଚଳରେ ବାରମ୍ବାର ହୋଇ ଆସୁଥିବା ବେଳେ ସାଲେପୁର ଥାନା ଜପକୂଦ ଫାଣ୍ଡି ମାଳଶାସନ ଗ୍ରାମରୁ ମନ୍ଦିରରୁ ଦୁଇଦିନ ତଳେ ଚୋରି ଘଟଣାରେ ପୋଲିସ କୌଣସି ଲୁଟେରାଙ୍କୁ ଧରିବାରେ ସଫଳ ହୋଇନାହିଁ । ପୋଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇନାହିଁ । ଯାହାକୁ ନେଇ ଜନସଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.