ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ

Published By : Rasmita Pradhan | July 16, 2025 9:45 AM

ନୂଆଦିଲ୍ଲୀ,୧୬/୦୭ : ଭାରତର ପୋଷାକ ରପ୍ତାନିରେ ବଡ଼ ଧରଣର ବୃଦ୍ଧି ଘଟିପାରେ । କାରଣ ପୋଷାକ ରପ୍ତାନିରେ ଦୃଢ଼ ଉପସ୍ଥିତି ଥିବା କିଛି ଏସୀୟ ଦେଶଗୁଡ଼ିକ ସହ ଆମେରିକାର ବ୍ୟାପାର ଏବେ ଠିକ୍‌ ନାହିଁ । ଏହାର ଲାଭ ଉଠାଇପାରିବ ଭାରତ । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଆମେରିକାର ପୋଷାକ ଆମଦାନି ବଜାରରେ ଭାରତର ଅଂଶ ଏବେ ୬% ରହିଛି । ଯଦି ଭାରତ ଏହି ଅଂଶକୁ ଆଉ ୫% ବଢ଼ାଏ ତେବେ ଏହାକୁ ଅଧିକ ଫାଇଦା ହେବ । ଏହାଦ୍ୱାରା ଭାରତର ଜିଡିପିରେ ୦.୧% ବୃଦ୍ଧି ଘଟିପାରେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତ ରସାୟନ କ୍ଷେତ୍ରରେ ମଜଭୁତ ଥିବା ସହ ପୋଷାକ କ୍ଷେତ୍ରରେ ବି ଏହାର ସ୍ଥିତି ଦୃଢ଼ ରହିଛି । ଏହା ଆମେରିକାକୁ ପୋଷାକ ଏବଂ ତତ୍‌ସମ୍ବନ୍ଧୀୟ ଉତ୍ପାଦ ବିକ୍ରି କରିଥାଏ । ବୟନ ଶିଳ୍ପ କ୍ଷେତ୍ରରେ ଭାରତକୁ ବାଂଲାଦେଶ, କମ୍ବୋଡିଆ, ଇଣ୍ଡୋନେସିଆ ଏବଂ ଭିଏତ୍‌ନାମ ଭଳି ଦେଶଗୁଡ଼ିକରୁ କଡ଼ା ପ୍ରତିଯୋଗିତା ମିଳିଥାଏ । ଏଥିମଧ୍ୟରୁ ଭିଏତ୍‌ନାମ ଉପରେ ଏବେ ଆମେରିକା ପକ୍ଷରୁ କମ୍‌ ଟାରିଫ୍‌ ଲଗାଯାଇଛି, ଯାହାଦ୍ୱାରା ଏହାକୁ ଫାଇଦା ହେବ । କିନ୍ତୁ ବାଂଲାଦେଶ, କମ୍ବୋଡିଆ ଏବଂ ଇଣ୍ଡୋନେସିଆକୁ ଆମେରିକାର ଟିକସ ନିୟମ ଯୋଗୁ ବଡ଼ କ୍ଷତି ସହିବାକୁ ପଡୁଛି । 

ଏଥିରେ ଆହୁରି କୁହାଯାଇଛି ଯେ, ବାଂଲାଦେଶ, କମ୍ବୋଡିଆ ଏବଂ ଇଣ୍ଡୋନେସିଆର ପୋଷାକ ରପ୍ତାନି ଭାଗକୁ ଭାରତ ହାସଲ କରିପାରେ । ଏହାର ଅର୍ଥ ଭାରତ ଏହି ଦେଶଗୁଡ଼ିକ ତୁଳନାରେ ଆମେରିକାକୁ ଅଧିକ ପୋଷାକ ବିକ୍ରି କରିପାରେ । ଆମେରିକା ବାଂଲାଦେଶ, କମ୍ବୋଡିଆ ଏବଂ ଇଣ୍ଡୋନେସିଆରୁ ଯେଉଁ ସାମଗ୍ରୀ କିଣିଥାଏ ସେଥିମଧ୍ୟରୁ ଅଧିକାଂଶ ହେଉଛି ପୋଷାକ ଏବଂ ତତ୍‌ସମ୍ବନ୍ଧୀୟ ଉତ୍ପାଦ । ବାଂଲାଦେଶ ଏହାର ମୋଟ ରପ୍ତାନିର ୮୮.୨% ଭାଗ କପଡ଼ା ଆକାରରେ ଆମେରିକାକୁ ପଠାଇଥାଏ । କମ୍ବୋଡିଆ ୩୦.୮% ଏବଂ ଇଣ୍ଡୋନେସିଆ ୧୫.୩% ପୋଷାକ ପଠାଇଥାଏ । ଏବେ ଏହି ଦେଶଗୁଡ଼ିକୁ ଆମେରିକାରେ ଅଧିକ ଟିକସ ଦେବାକୁ ପଡ଼ିବ । ଏହା ଦ୍ୱାରା ଭାରତ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ । ଫଳରେ ଏହା ନିଜର କାରବାର ବଢ଼ାଇପାରିବ । ଏସ୍‌ବିଆଇ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତ ଅନ୍ୟ କ୍ଷେତ୍ରରେ ବି ଏହାର ରପ୍ତାନି ବଢ଼ାଇପାରେ । ଏହାମଧ୍ୟରେ ରହିଛି କୃଷି ସାମଗ୍ରୀ ଏବଂ ପଶୁଜାତ ଉତ୍ପାଦ । ବର୍ତ୍ତମାନ ସ୍ଥିତିରେ ଭାରତକୁ ଏହି ବାଣିଜ୍ୟିକ ପରିବର୍ତ୍ତନର ଲାଭ ଉଠାଇବାକୁ ପଡ଼ିବ ଏବଂ ରପ୍ତାନିକୁ ମଜଭୁତ କରିବାକୁ ପଡ଼ିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.