ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଦୁଇ ବିଶାଳକାୟ ବ୍ଲାକ୍‌ହୋଲର ସର୍ବବୃହତ ବିଲୟ; ଲିଗୋ ସାହାଯ୍ୟରେ ଚିହ୍ନଟ କଲେ ବୈଜ୍ଞାନିକ

Published By : Anindita Ratha | July 16, 2025 3:03 PM

ନୂଆଦିଲ୍ଲୀ,୧୬/୦୭: ବୈଜ୍ଞାନିକମାନେ ପରସ୍ପର ଧକ୍କା ହେଉଥିବା ଦୁଇଟି ବ୍ଲାକ୍‌ହୋଲ୍‌ର ଅଦ୍ୟାବଧିର ସର୍ବବୃହତ ବିଲୟ ଚିହ୍ନଟ କରିଛନ୍ତି । ବ୍ରହ୍ମାଣ୍ଡରେ ଏଭଳି ବିଶାଳକାୟ ପିଣ୍ଡର ବୃଦ୍ଧି କିଭଳି ହୁଏ, ତାହା ବୁଝିବାକୁ ସଦ୍ୟ ଆବିଷ୍କାର ବୈଜ୍ଞାନିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଖୋଲିଛି । କନେକ୍ଟିକଟ୍‌ର ନ୍ୟୁ ହେଭେନ୍‌ ସ୍ଥିତ ୟେଲ୍‌ ବିଶ୍ୱବିଦ୍ୟାଳୟର ନକ୍ଷତ୍ରବିଜ୍ଞାନୀ ପ୍ରିୟମ୍ବଦା ନଟରାଜନ୍‌ କହିଛନ୍ତି, ଏହା ଅତ୍ୟନ୍ତ ଉତ୍ସାହଜନକ । ଦୁଇ ବିଶାଳକାୟ ବ୍ଲାକ୍‌ହୋଲ ମଧ୍ୟରେ ବିଲୟ ଏତେ ବଡ଼ ଥିଲା ଯେ ଏହାର ବର୍ଣ୍ଣନା କରିବା ବୈଜ୍ଞାନିକଙ୍କ ପାଇଁ ସହଜ ହୋଇଛି । ସେମାନେ ଏହି ବିଶାଳକାୟ ଦୁଇ ବ୍ଲାକ୍‌ହୋଲକୁ ଦେଖିପାରୁଛନ୍ତି । ଲେଜର୍‌ ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍‌ୱେଭ୍‌ ଅବ୍‌ଜର୍ଭେଟୋରୀ (ଲିଗୋ) ସାହାଯ୍ୟରେ ଏହି ଆବିଷ୍କାର କରାଯାଇଛି । 

ଏହାର ତଥ୍ୟ ବ୍ରିଟେନର ଗ୍ଲାସ୍‌ଗୋ ସ୍ଥିତ ଜିଆର୍‌-ଆମାଲଡି ଗ୍ରାଭିଟେସ୍‌ନାଲୱେଭ୍‌ସ ବୈଠକରେ ଉପସ୍ଥାପନ କରାଯାଇଛି । ଲିଗୋ ନିଜର ଲମ୍ବା, ଏଲ୍‌-ଆକୃତିର ବାହୁରେ ଲେଜର୍‌ ପକାଇ ଲିଗୋ ମାଧ୍ୟାକର୍ଷଣ ତରଙ୍ଗ ଚିହ୍ନଟ କରେ । ବାହୁର ଲମ୍ବରେ ସୂକ୍ଷ୍ମ ପରିବର୍ତ୍ତନ ଗ୍ରହ ଜରିଆରେ ମାଧ୍ୟାକର୍ଷଣ ତରଙ୍ଗର ମାର୍ଗ ଉନ୍ମୋଚନ କରେ । ଏହି ତରଙ୍ଗ ମହାକାଶ-ସମୟରେ ଲହଡ଼ି । ଦୁଇ ବିଶାଳ ଉତ୍ତେଜକ ବ୍ଲାକ୍‌ହୋଲ କିମ୍ବା ନ୍ୟୁଟ୍ରନ୍‌ ନକ୍ଷତ୍ରଙ୍କର ଯେତେବେଳେ ବିଲୟ ହୁଏ, ଏହି ତରଙ୍ଗ ଉତ୍ପନ୍ନ ହୁଏ । ୨୦୧୫ ମସିହାରେ ଲିଗୋ ପ୍ରଥମେ ଏଭଳି ବିଲୟ ଚିହ୍ନଟ କରିଥିଲା । ସେବେଠୁ ମାଧ୍ୟାକର୍ଷଣ ତରଙ୍ଗ ପ୍ରୟୋଗ ଜରିଆରେ ଶତାଧିକ ବିଲୟ ଘଟଣା ଅବଲୋକନ କରାଯାଇଛି । କିନ୍ତୁ ନଭେମ୍ବର, ୨୦୨୩ରେ ହୋଇଥିବା ସଦ୍ୟତମ ଆବିଷ୍କାର ସବୁଠୁ ବିଶାଳ । ଲିଗୋ ଦ୍ୱାରା ଚିହ୍ନଟ ସଙ୍କେତର ମଡେଲିଂ ଜରିଆରେ ବୈଜ୍ଞାନିକମାନେ ଆକଳନ କଲେ, ‘ଜିଡବ୍ଲ୍ୟୁ୨୩୧୧୨୩’ ନାମକ ଏହି ଘଟଣା ସୂର୍ଯ୍ୟଠୁ ୧୦୦-୧୪୦ ଗୁଣ ବିଶାଳ ଦୁଇ ବ୍ଲାକ୍‌ହୋଲ ଯୋଗୁ ହୋଇଛି ।

୨୨୫ ସୌର ଘନତ୍ୱଯୁକ୍ତ ଏକ ଚୂଡ଼ାନ୍ତ ବିଶାଳକାୟ ବ୍ଲାକ୍‌ହୋଲ ସୃଷ୍ଟି କରିବାକୁ ଦୁଇ ବ୍ଲାକ୍‌ହୋଲଙ୍କର ପରସ୍ପର ମଧ୍ୟରେ ବିଲୟ ହେଉଛି । ଲିଗୋ ଅନ୍ତର୍ଗତ ମାଧ୍ୟାକର୍ଷଣ-ତରଙ୍ଗର ଏକ ବ୍ୟାପକ ନେଟ୍‌ୱର୍କ ଏଲ୍‌ଭିକେ କୋଲାବରେସନ୍‌ର ସଦସ୍ୟ ବ୍ରିଟେନର କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାର୍କ ହନମ୍‌ କହିଛନ୍ତି, ଏହି ବିଲୟ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଘଟଣା । ପୂର୍ବର ସର୍ବବୃହତ ବିଲୟ ଘଟଣାର ଏହା ପ୍ରାୟ ୫୦ ପ୍ରତିଶତ ବିଶାଳ । ଲିଗୋ ଦ୍ୱାରା କଏଦ ହୋଇଥିବା ଅଧିକାଂଶ ଘଟଣାରେ ବ୍ଲାକ୍‌ହୋଲଗୁଡ଼ିକ ନିଜ ନକ୍ଷତ୍ର (ସୂର୍ଯ୍ୟ)ର ପ୍ରାୟ ୧୦୦ ଗୁଣ ବିଶାଳ । ବିଶାଳ ନକ୍ଷତ୍ରଙ୍କର ଯେତେବେଳେ ସୁପର୍‌ନୋଭା ଭାବେ ଜୀବନ ଶେଷ ହୁଏ, ସେତେବେଳେ ବ୍ଲାକ୍‌ହୋଲ ସୃଷ୍ଟି ହୁଏ ବୋଲି କୁହାଯାଏ ।

 ତେବେ ଜିଡବ୍ଲ୍ୟୁ୨୩୧୧୨୩ ଘଟଣାରେ ସମ୍ପୃକ୍ତ ଏହି ଦୁଇ ବ୍ଲାକ୍‌ହୋଲ ୬୦-୧୩୦ ସୌର ଘନତ୍ୱର ଆନୁମାନିକ ସୀମା କିମ୍ବା ତା’ର ପାଖାପାଖି ସୀମାରେ ଆସନ୍ତି । ଉକ୍ତ ସୀମାରେ ଏହି ପ୍ରକ୍ରିୟା କାମ କରେ ନାହିଁ । ତେଣୁ ସେମାନଙ୍କର ଉତ୍ପତ୍ତି ବୋଧହୁଏ ଏହି ସ୍ୱାଭାବିକ ତନ୍ତ୍ର ଜରିଆରେ ହୋଇନାହିଁ ବୋଲି ହନମ୍‌ କହିଛନ୍ତି । ଦୁଇ ବ୍ଲାକ୍‌ହୋଲ ସମ୍ଭବତଃ ପୂର୍ବର ବିଲୟ ଘଟଣାରୁ ସୃଷ୍ଟି ହୋଇଥିଲେ, ଯାହା ୨୩୦ରୁ ୧୩୪୦ କୋଟି ଆଲୋକ ବର୍ଷ ଦୂରରେ ଘଟିଛି । ଅର୍ଥାତ୍‌ ୪ ଜେଜେବାପା ଦୁଇ ଅଭିଭାବକରେ ବିଲୟ ହେଉଛନ୍ତି ଏବଂ ସେହି ଦୁଇଜଣ ଗୋଟିଏ ଶିଶୁ ବ୍ଲାକ୍‌ହୋଲରେ ବିଲୟ ହେଉଛନ୍ତି । ଏଲ୍‌ଭିକେ କୋଲାବରେସନ୍‌ର ଅନ୍ୟତମ ସଦସ୍ୟ କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକ ଆଲାନ ୱିନ୍‌ଷ୍ଟିନ୍‌ କହିଛନ୍ତି । ବ୍ଲାକ୍‌ହୋଲଙ୍କର ମଡେଲ ମଧ୍ୟ ଦର୍ଶାଇଛି ଯେ ସେମାନେ ଅତ୍ୟନ୍ତ ଦ୍ରୁତ ବେଗରେ ଘୂରୁଥିଲେ, ସେକେଣ୍ଡ୍‌କୁ ପ୍ରାୟ ୪୦ ଗୁଣ । ଏମାନଙ୍କର ଘୂର୍ଣ୍ଣନ ଓ ଘନତ୍ୱ ବ୍ରହ୍ମାଣ୍ଡରେ ବ୍ଲାକ୍‌ହୋଲଗୁଡ଼ିକର ବୃଦ୍ଧି ସମ୍ପର୍କରେ ସଙ୍କେତ ଦେଇପାରିବେ । ନକ୍ଷତ୍ରବିଜ୍ଞାନରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମିଲ୍‌କି ୱେ ଭଳି ଆକାଶଗଙ୍ଗାଗୁଡ଼ିକର କେନ୍ଦ୍ରରେ ଚିହ୍ନଟ ହୋଇଥିବା ସର୍ବବୃହତ ବ୍ଲାକ୍‌ହୋଲଗୁଡ଼ିକ ପ୍ରାରମ୍ଭିକ ବ୍ରହ୍ମାଣ୍ଡରେ କିଭଳି ବଢ଼ିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.