ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ; ୩ ମୃତ ଓ ୩୮ ଆହତ

Published By : Bijay Swain | July 16, 2025 6:16 PM

ଖାରକିଭ: ରୁଷ ମଙ୍ଗଳବାର ରାତିରେ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣ ଆରମ୍ଭ କରିଛି। ଯେଉଁଥିରେ ୪୦୦ଟି ଲମ୍ବା ଦୂରଗାମୀ ଆଟାକ ଡ୍ରୋନ ଏବଂ ଗୋଟିଏ ବାଲିଷ୍ଟିକ ମିସାଇଲ ସାମିଲ ଥିଲା। ୟୁକ୍ରେନୀୟ ବାୟୁସେନା ଅନୁସାରେ, ଏହା ଗତ ସପ୍ତାହ ମଧ୍ୟରେ ରୁଷର ସବୁଠାରୁ ବଡ଼ ଆକ୍ରମଣ ଥିଲା। ଏହି ଆକ୍ରମଣ ଚାରୋଟି ପ୍ରମୁଖ ଅଞ୍ଚଳ କ୍ରିଭୀ ରିହ (ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଜନ୍ମସ୍ଥାନ), ଖାରକିଭ, ଭିନିତସିଆ, ଏବଂ ଓଡେସାକୁ ଟାର୍ଗେଟ କରାଯାଇଥିଲା ବୋଲି ସୂଚନା ମିଳିଛି। 

କ୍ରିଭୀ ରିହରେ ଋଷର ଜୋରଦାର ଆକ୍ରମଣ ପରେ ସହରର ସାମରିକ ପ୍ରଶାସନ ମୁଖ୍ୟ ଓଲେକ୍ସାଣ୍ଡର ଭିଲକୁଲ ଏହି ଆକ୍ରମଣକୁ "ଯୁଦ୍ଧ ଆରମ୍ଭ ହେବା ପରେ ସବୁଠାରୁ ବଡ଼ ଆକ୍ରମଣ" ବୋଲି ବର୍ଣ୍ଣନା କରିଛନ୍ତି। ସହର ଉପରେ ମୋଟ୍ ୨୮ଟି ଡ୍ରୋନ ଓ ଗୋଟିଏ ମିସାଇଲ ମାଡ ହୋଇଛି। ତେବେ ଏହି ଆକ୍ରମଣ ଯୋଗୁଁ ଅନେକ ସ୍ଥାନରେ ବିପୁଳ ପରିମାଣରେ କ୍ଷୟକ୍ଷତି ହେବା ସହ ଅଗ୍ନିକାଣ୍ଡ ଘଟିଛି। ଏହାସହ ସହରର କିଛି ଅଂଶରେ ବିଦ୍ୟୁତ ଓ ଜଳ ଯୋଗାଣରେ ମଧ୍ୟ ବାଧାପ୍ରାପ୍ତ ହୋଇଛି। 

ସେହିଭଳି ଖାରକିଭର ମେୟର ଇହୋର ତେରେଖୋଭ କହିଛନ୍ତି ଯେ, ସହରରେ ମାତ୍ର ୧୪ ମିନିଟ ମଧ୍ୟରେ ୧୬ ଥର ଆକ୍ରମଣର ଶିକାର ହୋଇଥିଲା। ଆକ୍ରମଣ ଏତେ ତୀବ୍ର ଥିଲା ଯେ ବାୟୁସେନାର ରାଡାର ଏହାକୁ ସଠିକ ଭାବେ ଚିହ୍ନଟ କରିବାରେ ସକ୍ଷମ ହୋଇପାରି ନଥିଲା। ଯାହାଫଳରେ ଖାରକିଭରେ ବିପୁଳ ପରିମାଣରେ କ୍ଷୟକ୍ଷତି ଘଟିଛି। 

ଭିନିତସିଆ ଓ କିଭ୍ ର ଦକ୍ଷିଣପଶ୍ଚିମାଞ୍ଚଳରେ ଆକ୍ରମଣ ଯୋଗୁଁ ଆଠ ଜଣ ଆହତ ହୋଇଥିବା ବେଳେ ଦୁଇଟି ଭିତ୍ତିଭୂମିରେ ନିଆଁ ଲାଗିଯାଇଥିଲା। ଓଡେସାରେ ମଧ୍ୟ ଆକ୍ରମଣର ପ୍ରଭାବ ଦେଖାଯାଇଥିଲା। ତେବେ ଅନେକ ଅଞ୍ଚଳରେ ରାତି ସାରା ଋଷ ନିଜ ଆକ୍ରମଣ ଜାରି ରଖିଥିଲା ବୋଲି ଜେଲେନସ୍କି ସୂଚନା ଦେଇଛନ୍ତି। 

ୟୁକ୍ରେନୀୟ ବାୟୁସେନା ଦାବି କରିଛି ଯେ ସେମାନେ ୪୦୦ ଡ୍ରୋନ ମଧ୍ୟରୁ ୩୪୫ ଟିକୁ ଧ୍ୱଂସ କିମ୍ବା ନିଷ୍କ୍ରିୟ କରିଛନ୍ତି। ଯାହା ତାଙ୍କର ପ୍ରତିରକ୍ଷା କ୍ଷମତାକୁ ଦର୍ଶାଉଛି। ତଥାପି, କ୍ରିଭୀ ରିହରେ ହୋଇଥିବା କ୍ଷୟକ୍ଷତି ସହରବାସୀଙ୍କ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଗତ ୨୪ ଘଣ୍ଟାରେ ୟୁକ୍ରେନରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି।

ଆମେରିକା ପୁଣି ଥରେ ୟୁକ୍ରେନ ମୁହାଁ ହେଉଥିବାରୁ ଋଷ ନିଜ ଆଡୁ ଆକ୍ରମଣକୁ ବୃଦ୍ଧି କରିବାରେ ଲାଗି ରହିଛି। ଏହାସହ ଆମେରିକୀୟ ରାଷ୍ଟ୍ରପତି ମଧ୍ୟ ଋଷୀୟ ରାଷ୍ଟ୍ରପତି ପୁଟିନଙ୍କ ସହ ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି। ଏନେଇ ଟ୍ରମ୍ପ ସୋମବାର ୟୁକ୍ରେନ ପାଇଁ ଆମେରିକା ତରଫରୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବା ଓ ମସ୍କୋ ଉପରେ ସେକେଣ୍ଡାରି ଟାରିଫ ଘୋଷଣା କରିବା ପାଇଁ ଘୋଷଣା କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.