ନୂଆଦିଲ୍ଲୀ, ୧୩/୧୧ : ଅର୍ଜୁନ ତେନ୍ଦୁଲକର ଆଇପିଏଲରେ ଏବେ ପର୍ଯ୍ୟନ୍ତ କିଛି ଖାସ୍ କରି ପାରି ନାହାନ୍ତି । ମାତ୍ର ତାଙ୍କୁ ସୁଯୋଗ ବହୁତ କମ୍ ମିଳିଛି । ଅର୍ଜୁନ ଆଇପିଏଲରେ କେବଳ ୫ମ୍ୟାଚ୍ ଖେଳିଛନ୍ତି । ଅର୍ଜୁନ ଆଇପିଏଲ୍ ୨୦୨୫ର ମେଗା ଅକ୍ସନରେ ଭଲ ଅର୍ଥ ଉପାର୍ଜନ କରିପାରନ୍ତି । ଏହାର ସବୁଠାରୁ ବଡ଼ କାରଣ ତାଙ୍କର ବର୍ତ୍ତମାନର ପରଫର୍ମାନ୍ସ ଅଟେ । ଅର୍ଜୁନ ଏକ ରଣଜୀ ମ୍ୟାଚରେ ଖତରନାକ୍ ବୋଲିଂ କରିଛନ୍ତି । ସେ ୫ଓ୍ବିକେଟ ନେଇଛନ୍ତି । ଏହାକୁ ନେଇ ତାଙ୍କର ଚର୍ଚ୍ଚା ବି ହେବାରେ ଲାଗିଛି ।
ପ୍ରକାଶ ଯେ, ରଣଜୀ ଟ୍ରଫି ପ୍ଲେଟରେ ଗୋଆ ଏବଂ ଅରୁଣାଚଳପ୍ରଦେଶ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଅରୁଣାଚଳ ପ୍ରଥମ ପାଳିରେ ଅଲଆଉଟ ହେବା ପର୍ଯ୍ୟନ୍ତ ପ୍ରାୟ ୮୪ରନ୍ କରିଥିଲା । ଏହି ସମୟରେ ଗୋଆର ବୋଲର ଅର୍ଜୁନ ତେନ୍ଦୁଲକର ବ୍ୟାଟରମାନଙ୍କ ଉପରେ ଭାରି ପଡ଼ି ଯାଇଥିଲେ । ସେ ୯ ଓଭରରେ ୨୫ରନ୍ ଦେଇ ୫ ଓ୍ବିକେଟ ନେଇଥିଲେ । ଏହାସହ ୩ମେଡେନ ଓଭର ବି ବାହାର କରିଥିଲେ । ଅର୍ଜୁନ ଓପନର ଖେଳାଳୀ ନବମ ହଚାଙ୍ଗଙ୍କୁ ଶୂନ୍ୟରେ ଆଉଟ କରିଥିଲେ । ଜୟ ଭାବସରଙ୍କୁ ଶୂନ୍ୟରେ ଆଉଟ କରିଥିଲେ ।
ଅର୍ଜୁନ ଆଇପିଏଲରେ ଏବେ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ଭାଗିଦାରୀ ରହିଛନ୍ତି । ମୁମ୍ବାଇ ତାଙ୍କୁ ୨୦୨୦ରେ ୨୦ଲକ୍ଷ ଟଙ୍କାରେ କିଣିଥିଲା ପରେ ୨୦୨୨ରେ ତାଙ୍କର ଦରମା ବଢାଇ ୩୦ଲକ୍ଷ ଟଙ୍କା କରି ଦେଇଥିଲା । କିନ୍ତୁ ତାଙ୍କୁ ଅଧିକ ଖେଳିବାର ସୁଯୋଗ ମିଳିପାରିନଥିଲା । ଅର୍ଜୁନ ୫ ଆଇପିଏଲ୍ ମ୍ୟାଚରେ ୩ଓ୍ବିକେଟ ନେଇଛନ୍ତି । କିନ୍ତୁ ସେ ଫର୍ମରେ ଅଛନ୍ତି । ମାତ୍ର ମେଗା ଅକ୍ସନରେ ଭଲ ଆୟ କରିପାରନ୍ତି । ମୁମ୍ବାଇ ବି ପୁଣି ଥରେ ଅର୍ଜୁନଙ୍କ ଉପରେ ବାଜି ଲଗାଇପାରେ ।