ଟିକିରି,୩୦/୭ : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ସରକାରୀ ଉଚ୍ଚବିଦ୍ୟାଳୟ ହଷ୍ଟେଲ ଛାତ୍ର ମୃତ ଘଟଣା ମନରୁ ନ ଲିଭୁଣୁ ପୁଣିଥରେ ଉକ୍ତ ବ୍ଲକର କୁଚେଇପଦର ପ୍ରାଥମିକ ବିଦ୍ୟାଳୟର ଛାତ୍ର ବାସରେ ପଢୁଥିବା ଜଣେ ଚତୁର୍ଥ ଶ୍ରେଣୀ ଅଧ୍ୟୟନ କରୁଥିବା ଜଣେ ଛାତ୍ରର ଆଜି ମୃତ ଘଟିଛି । ଉକ୍ତ ପଞ୍ଚାୟତ ଅନ୍ତର୍ଗତ ମାଳାମ୍ବ ଗ୍ରାମର ଧନେଶ୍ଵର ଝୋଡ଼ିଆଙ୍କ ୧୦ବର୍ଷିୟ ପୁଅ ଅଶୋକ କୁଚେଇପଦର ହଷ୍ଟେଲ ରହି ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ । ଗତ ଶନିବାର ହଠାତ୍ ଦେହ ଅସୁସ୍ଥ ଥିବାରୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଚେଇପଦର ମେଡ଼ିକାଲ ନେଇଥିଲେ କିନ୍ତୁ ମେଡିକାଲରେ ଡାକ୍ତର ନ ଥିବାରୁ ହଷ୍ଟେଲକୁ ନେଇ ଆସିଥଲେ ।
ଛାତ୍ର ଜଣକ କାନ୍ଦିବା ସହ ଘରେ ଛାଡି ଦିଅ କହିବାରୁ ପ୍ରଧାନଶିକ୍ଷକ ଘରକୁ ନେଇ ଛାଡି ଦେଇଥିଲେ । ପରିବାର ଲୋକ ମଧ୍ୟ ଛାତ୍ର ଟିକୁ ମେଡିକାଲ ନ ନେଇ ଦେଶୀ ଚେର ମୂଳି କରିଥିଲେ ବୋଲି ଜଣାପଡିଛି । ଶିକ୍ଷକ ଜଣକ ମଧ୍ୟ ଅନ୍ୟ କୌଣସି ମେଡ଼ିକାଲ ନେବା କଥା କିନ୍ତୁ ନେଇନାହାନ୍ତି ଚିକିତ୍ସାର ଅବହେଳା କରିଛନ୍ତି ବୋଲି ଛାତ୍ରଟିର ବାପା ଧନେଶ୍ମର ଝୋଡିଆ ଅଭିଯୋଗ କରିଛନ୍ତି । ଏହି ଛାତ୍ରାବାସରେ ପଢୁଥିବା ଗ୍ରାମର ଅନ୍ୟ ଏକ ଛାତ୍ର ରାମନାଥ ଝୋଡିଆ ପୁଅ ଦର୍ଶନ ମଧ୍ୟ ଅଶୁସ୍ଥ ହୋଇ ଗାଁ ରହିଛନ୍ତି ।
ଖବରପାଇ ଉକ୍ତ ଗାଁକୁ ଏବଂ ବିଦ୍ୟାଳୟକୁ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ମେଡ଼ିକାଲ ଟିମ ଆସି ସ୍ବାସ୍ଥ୍ୟ ପରୀକ୍ଷା କରି ମେଡିସିନ ଦେଇଥିଲେ। ବ୍ଲକ ଶିକ୍ଷଧିକାରୀ ଦିପ୍ତିମୟୀ ସିଂ ଓ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅକ୍ଷକ ସାହୁ ପହଞ୍ଚି ତଦନ୍ତ କରି ଫେରିଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ ଟିକିରି ସରକାର ଉଚ୍ଚବିଦ୍ୟାଳୟ ମଧ୍ୟ ଛାତ୍ରବାସରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ର ମୃତ ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବାବେଳେ ଜଣେ ରୋଷେୟାଙ୍କୁ ଚାକିରୀରୁ ବାହାର କରାଯାଇଥିଲା।