ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ବେଆଇନ ମଦକୋଠି ଜାଳିଦେଲେ ଶତାଧିକ ମହିଳା

Published By : Anindita | January 3, 2025 2:46 PM

ନୂଆପଡ଼ା,୦୩/୦୧:  ୫ଟି ବେଆଇନ ମଦକୋଠି ଜାଳିଦେଲେ  ଶତାଧିକ ମହିଳା ।  ଅନେକ ଦିନ  ଧରି ମଦକୋଠି ବନ୍ଦ ନେଇ ଫାଣ୍ଡିରୁ ଥାନା ଓ ବ୍ଲକରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ବି କେହି ଶୁଣିଲେନି। ଶେଷରେ ନିଜ ପରିବାର ପାଇଁ ଆଇନକୁ ହାତକୁ ନେବା ସହ ୫ଟି ବେଆଇନ ମଦକୋଠିକୁ ଭାଙ୍ଗିଛନ୍ତି ମହିଳା ଗୋଷ୍ଠୀ। ତେବେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଠୋଙ୍ଗୋ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ  । 

ସୂଚନା ମୁତାବକ,  ଦୀର୍ଘ ବର୍ଷ ହେବ ଏହି ଗାଁରେ ବେଆଇନ ଭାବରେ ମଦକୋଠି ବଢ଼ି ଚାଲିଥିବା ବେଳେ ଛୋଟ ରୁ ବୁଢା ପର୍ଯ୍ୟନ୍ତ ମଦ ପିଇ ପଥଭ୍ରଷ୍ଟ ହେଉଛନ୍ତି। ଯାହାପାଇଁ ଗତବର୍ଷ ଠାରୁ ଅନେକ ସମୟରେ ଗାଁ ର ମହିଳା ଗୋଷ୍ଠୀ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଆସି ପ୍ରତିବାଦ କରିବା ସହ ଘେରାଉ କରିଥିଲେ। ହେଲେ କେହି ନ ଶୁଣି ନ ଥିଲେ । ତେଣୁ ବାଧ୍ୟ ହୋଇ ନୂଆବର୍ଷ ଆରମ୍ଭରୁ ଗାଁରେ ମଦକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଆଉ ଏହାପରେ ମହିଳା ଗୋଷ୍ଠୀ ଗତକାଲି ସନ୍ଧ୍ୟାରେ ଏକାଠି ହୋଇ ଯୋଜନା କରିବା ସହ ବେଆଇନ ଭାବରେ ଚାଲୁ ରଖିଥିବା ୫ଟି ମଦ ଭାଟିକୁ ଯାଇ ନିଆଁ ଲଗାଇ ଦେଇଥିଲେ। ଯାହା ଫଳରେ କୋଠି ଗୁଡିକ ପୋଡି ପାଉଁଶ ହୋଇ ଯାଇଛି।  ଏନେଇ ଖବର ପାଇ ରାତିରେ ଅଗ୍ନିଶମ ବିଭାଗୀୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏ ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। କୋଠି ମାନଙ୍କରୁ ଅନେକ ବିଦେଶୀ ମଦ ବୋତଲ ଉଦ୍ଧାର ହୋଇଥିବା ବେଳେ ଏନେଇ ଏବେ ସମସ୍ତ ଗ୍ରାମବାସୀଙ୍କୁ ନେଇ ଗାଁରେ ଚାଲିଛି ବୈଠକ।



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.