ମୁମ୍ବାଇ ୧୧/୧୦: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ। ଆଜି ତାଙ୍କର ୮୨ତମ ଜନ୍ମ ଦିନ ପାଳନ କରୁଛନ୍ତି। ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ରହି ପ୍ରଶଂସକଙ୍କ ମନୋରଞ୍ଜନ କରିଆସୁଛନ୍ତି ସେ। ଇଣ୍ଡଷ୍ଟ୍ରିରେ ଆଜି ବି ସେ ସେତିକି ପରିଶ୍ରମକ ସହ କାମ କରୁଛନ୍ତି, ଯେତିକି କ୍ୟାରିୟର୍ ଆରମ୍ଭରୁ କରୁଥିଲେ। ସେଥିପାଇଁ ତ ଶ୍ରଦ୍ଧାରେ ତାଙ୍କୁ ଫ୍ୟାନ୍ସ ଡାକନ୍ତି ବିଗ୍ ବି। କିନ୍ତୁ ଆପଣ ଜାଣନ୍ତି କି ଏହି ବିଗ୍ ବିଙ୍କ ପ୍ରକୃତ ନାମ ଅମିତାଭ ବଚ୍ଚନ ନୁହେଁ ବରଂ ଅନ୍ୟ କିଛି?
ଅମିତାଭ ବଚ୍ଚନଙ୍କ ବାପା ଉତ୍ତରପ୍ରଦେଶର ଥିଲେ। ସେ କାୟସ୍ତ ପରିବାରର ଥିଲେ ଏବଂ ମା ଶିଖ ପରିବାରରୁ ଆସିଥିଲେ। ଅମିତାଭଙ୍କ ପ୍ରକୃତ ନାମ ଥିଲା ଇନକିଲାବ ଶ୍ରୀବାସ୍ତବ, ଯାହା ପରେ ପରିବର୍ତ୍ତନ କରାଯାଇଥିଲା । ଅମିତାଭ ତାଙ୍କର ଉପନାମ ଶ୍ରୀବାସ୍ତବ ବଦଳାଇ ବଚ୍ଚନ କରିଥିଲେ । ଏହା ନିଜେ ଅଭିନେତା ଖୁଲାସା କରିଥିଲେ।
କୌନ ବନେଗା କରୋଡପତିରେ ବିଗ୍ ବି କହିଥିଲେ ବଚ୍ଚନ ଉପନାମ ତାଙ୍କ ବାପା ଶ୍ରୀ ହରିବଂଶ ରାୟ ବଚ୍ଚନଙ୍କ ଉପହାର। ଅମିତାଭ କହିଛନ୍ତି- “ମୋ ବାପା ଜାତିର ବନ୍ଧନରେ ବନ୍ଧା ହେବାକୁ ଚାହୁଁନଥିଲେ। ସେ ମୁକ୍ତ ହେବାକୁ ଚାହୁଁଥିଲେ। ସେ ଜଣେ କବି ଥିବାରୁ ଥାଙ୍କୁ ବଚ୍ଚନଙ୍କ ଉପନାମ ମିଳିଥିଲା । ତା’ପରେ ଯେତେବେଳେ ମୁଁ ଆଡମିଶନ ପାଇଁ ବିଦ୍ୟାଳୟକୁ ଗଲି, ଶିକ୍ଷକ ମୋର ଉପନାମ ପଚାରିବାରୁ ବାପା ବଚ୍ଚନ କହିଥିଲେ। ସେବେଠାରୁ ବଚ୍ଚନ ଉପନାମ ଆରମ୍ଭ ହେଲା । ଆମର ଉପନାମରୁ ଆପଣ ଜାତି ବିଷୟରେ ଜାଣିପାରିବେ ନାହିଁ। ସେଥିପାଇଁ ବାପା ଜାଣିଶୁଣି ଏପରି କରିଥିଲେ। ମୁଁ ଭାଗ୍ୟଶାଳୀ ଯେ ଏପରି ପରିବାରରେ ଜନ୍ମ ହୋଇଛି”।