ପ୍ରମୂଖ ଖବର
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ଚିଙ୍ଗୁଡ଼ି ପ୍ଲାଣ୍ଟ ବିଷାକ୍ତ ପାଣିରେ ଫସଲ ନଷ୍ଟ ଅଭିଯୋଗ : ତଦନ୍ତ ବାଟବଣା ନେଇ ଜିଲ୍ଲାପାଳଙ୍କୁ ଜଣାଇଲେ ଚାଷୀ

Published By : Prameya | January 6, 2025 10:10 PM

ନୀଳଗିରି,୬/୧(ଆ.ପ୍ର):ଚିଙ୍ଗୁଡି ପ୍ରୋସେସିଂ କାରଖାନାରୁ ବାହାରୁଥିବା ବିଷାକ୍ତ ପାଣିରେ ଧାନ ଫସଲ ନଷ୍ଟ ହୋଇଥିବା ଜମି ମାଲିକମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ  କରିଥିଲେ। ଏହା ପରେ ତଦନ୍ତ ପ୍ରକ୍ରିୟା ଆରମ୍ବ ହୋଇଥିଲା।ହେଲେ ତଦନ୍ତକାରୀ ଅଧିକାରୀ କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନେଇଥିବାରୁ ଚାଷୀମାନେ ତଦନ୍ତ ବାଟବଣା ହେବା ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ କ୍ଷତିଗ୍ରସ୍ତ ଚାଷୀ ଜଣାଇଛନ୍ତି। ଏଥିସହ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଗୋବିନ୍ଦ ଦାସଙ୍କୁ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବାଉଁଶମୁହାଁ ଅଞ୍ଚଳରେ ଥିବା ହାଇଲେଣ୍ଡ ଏଗ୍ରୋ ଚିଙ୍ଗୁଡ଼ି ପ୍ଲାଣ୍ଟରୁ ବାହାରୁଥିବା ବିଷାକ୍ତ ପାଣିରେ  ଏକର ଏକର ଧାନ ଫସଲ ବୁଡି ନଷ୍ଟ ହୋଇଥିବା ସମରେନ୍ଦ୍ର ମହାପାତ୍ର, ଗୌତମ କୁମାର ମହାକୁଡ଼, ଜଳଧର ମହାକୁଡ଼, ଅନିରୁଦ୍ଧ ମହାନ୍ତି, ଲକ୍ଷ୍ମୀଧର ମହାକୁଡ଼ ଅଭିଯୋଗ ଆଣିଥିଲେ। ଏପରିକି ଜମି ମାଲିକଙ୍କୁ ପ୍ଲାଣ୍ଟ କତ୍ତୃପକ୍ଷ ଧମକ ଚମକ ଦେବା ସହ ଜମି ଗୁଡିକ ବିକିଦେବା ପାଇଁ ମାନସିକ ଚାପ ପକାଉଥିବା ଅଭିଯୋଗ ହୋଇଥିଲା। 

ଏନେଇ କ୍ଷତିଗ୍ରସ୍ତ ଚାଷୀମାନେ ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଜିଲ୍ଲାପାଳଙ୍କୁ ଭେଟି  ଅଭିଯୋଗ ପତ୍ର ଦେଇ ନ୍ୟାୟ ମାଗିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ  ନ ଥିଲା। ଶେଷରେ ଚାଷୀମାନଙ୍କ ଏଭଳି ଏକ ସମସ୍ୟା ନେଇ ପ୍ରମେୟରେ ଖବର ପ୍ରକାଶିତ ପରେ ଜିଲ୍ଲା ପ୍ରଶାସନ ଚେଇଁ ଉଠିଥିଲା। ଜିଲ୍ଲାପାଳଙ୍କ ନିର୍ଦେଶ ପରେ ରାଜସ୍ୱ ବିଭାଗର କିଛି ଅଧିକାରୀ ହଠାତ କ୍ଷତିଗ୍ରସ୍ତ ବିଲକୁ ଯାଇ ତଦନ୍ତ କରିଥିଲେ।ଏପରିକି କ୍ଷତିଗ୍ରସ୍ତ ଚାଷୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆସିଥିବା ଅଧିକାରୀ ଚାଷୀମାନଙ୍କୁ ଏକ ସାଧାକାଗଜରେ ଦସ୍ତଖତ କରିବାକୁ କହିଥିଲେ।ଚାଷୀମାନେ ପଚାରିବାରୁ ଏବେ ସମୟ ନାହିଁ ଲେଖିବାକୁ ବିଶ୍ୱାସ ରଖି ଦସ୍ତଖତ କର ଅଫିସ ଯାଇ ତଦନ୍ତ ରିପୋର୍ଟ ନେଇ ଆସିବ ବୋଲି କହିବାରୁ ଚାଷୀମାନେ ଦସ୍ତଖତ କରିଦେଇଥିଲେ।ତେବେ ସାଧା କାଗଜରେ ଦସ୍ତଖତ କରିବାରୁ ତଦନ୍ତ ରିପୋର୍ଟ ବାଟବଣା ହେବା ଚାଷୀ ଆଶଙ୍କା କରିଥିଲେ।ପରେ କ୍ଷତିଗ୍ରସ୍ତଚାଷୀ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଗୋବିନ୍ଦ ଦାସଙ୍କ ଦୃଷ୍ଟି ଆକର୍ଷଣ କରି ଲିଖିତ ଅଭିଯୋଗ କରିଲେ। ଶ୍ରୀଯୁକ୍ତ ଦାସ ଏଭଳି ଏକ ଘଟଣାର ତଦନ୍ତ ତହସିଲଦାର କିମ୍ବା ଜଣେ ଓଏଏସ ଅଧିକାରୀ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।ସେପଟେ କ୍ଷତିଗ୍ରସ୍ତ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଯାଇ ନିଜର ଦୁଃଖ ଜଣାଇ ନ୍ୟାୟ ଭିକ୍ଷା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.