ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଜଳ ସଞ୍ଚୟ କାର୍ଯ୍ୟକ୍ରମରେ ସାମିଲ ହେବେ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ, ସଂରକ୍ଷଣ ହେବ ବର୍ଷା ଜଳ

Published By : Prameya | October 12, 2024 8:59 AM

ଭୁବନେଶ୍ୱର, ୧୨/୧୦ : ଜଳ ସଞ୍ଚୟ ଜନ ଭାଗିଦାରୀ ପଦକ୍ଷେପ କାର୍ଯ୍ୟକ୍ରମରେ ସାମିଲ ହେବେ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ। ଉଚ୍ଚଶିକ୍ଷାନୁଷ୍ଠାନ ପରିସରରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଓ ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥା କରିବାକୁ କୁହାଯାଇଛି । ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏନେଇ ସ୍ୱତନ୍ତ୍ର ରୋଡ୍‌ ମ୍ୟାପ୍‌ କରିବେ । ଏହାକୁ ରକ୍ଷାଣବେକ୍ଷଣ ଓ ସଫେଇ କରିବାକୁ ପଦକ୍ଷେପ ନିଆଯିବ । ଏନେଇ ନିଜର ଖର୍ଚ୍ଚ କିମ୍ବା ସମାଜ ପ୍ରତି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପଦକ୍ଷେପ ଦ୍ୱାରା କରିବେ । କେବଳ ଏତିକି ନୁହେଁ ଉଚ୍ଚଶିକ୍ଷାନୁଷ୍ଠାନ ପକ୍ଷରୁ ଜନସଚେତନା କରାଯିବ । ଯେଉଁଥିରେ ନାଗରିକମାନେ କମ୍‌ ଖର୍ଚ୍ଚରେ ବର୍ଷା ଜଳ ସଂରକ୍ଷଣ କରିପାରିବେ ସେନେଇ ସଚେତନତା ସୃଷ୍ଟି କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି କରାଯାଇଛି । 

ଗତ ସେପ୍ଟେମ୍ବର ୬ରେ ସୁରଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । କେନ୍ଦ୍ର ସରକାର ସିଏସ୍‌ଆର ପାଣ୍ଠି, ସରକାରୀ କିମ୍ବା ବେସରକାରୀ ପାଣ୍ଠି, ଶିଳ୍ପାନୁଷ୍ଠାନ, ନାଗରିକ ସଂସ୍ଥା କ୍ଷେତ୍ରରୁ ଅର୍ଥ ବ୍ୟୟ କରି ଏହି ଜଳ ସଞ୍ଚୟ ଅଭିଯାନ କରିପାରିବେ । ଏଥିରେ ଭୂତଳ ଜଳ ସ୍ତର ବୃଦ୍ଧି କରିବାକୁ ପଡ଼ିବ । ବର୍ଷା ଜଳ ସଂରକ୍ଷଣ, ଆକ୍ୱାଫର ରିଚାର୍ଜ, ବୋରୱେଲ୍‌ ରିଚାର୍ଜ ଆଦି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।  ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବା ଏବଂ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରୋତ୍ସାହନ କରିବା । ତେଣୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, ବିଶ୍ୱବିଦ୍ୟାଳୟ, ହଷ୍ଟେଲ, ଅଙ୍ଗନବାଡ଼ି କେନ୍ଦ୍ର, ଏଫ୍‌ପିଓ ଆଦିରେ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.