ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଏବେ ଦୁଃସାହସିକ ପର୍ଯ୍ୟଟନର ମଜା ନେବେ ପର୍ଯ୍ୟଟକ, ସ୍ୱତନ୍ତ୍ର ନୀତି ଆଣିବେ ସରକାର

ଭୁବନେଶ୍ୱର,୦୪/୧୦: ଏବେ ଦୁଃସାହସିକ ପର୍ଯ୍ୟଟନ (ଆଡ୍‌ଭେଞ୍ଚର ଟୁରିଜିମ୍‌)ର ମଜା ନେବେ ପର୍ଯ୍ୟଟକ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି  ଆଣିବେ, ଯାହା ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଲାଗି  ମୁଖ୍ୟ ଆକର୍ଷଣ ପାଲଟିବ । ଏ ନେଇ ସରକାର ଯୋଜନା କରୁଥିବା ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ  ପ୍ରଭାତୀ ପରିଡ଼ା ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ  ଭୁବନେଶ୍ୱରରେ ଏକ ଉତ୍ସବରେ ବିସ୍ତୃତ ସୂଚନା ଦେଇଥିଲେ ।  

ଗୁରୁବାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସହ ପର୍ଯ୍ୟଟନ  ବିଭାଗର ଅଧିକାରୀବୃନ୍ଦ ଦୁଃସାହସିକ ପର୍ଯ୍ୟଟନ, ପରିବେଶ  ପର୍ଯ୍ୟଟନ (ଇକୋ ଟୁରିଜିମ୍‌) ଏବଂ କୃଷିଭିତ୍ତିକ ପର୍ଯ୍ୟଟନ  (ଆଗ୍ରୋ ଟୁରିଜିମ୍‌) ବିଷୟରେ ଜ୍ଞାନ ଆହରଣ କରିବାକୁ  ମେଘାଳୟର ରାଜଧାନୀ ସିଲଂ ଯାତ୍ରା କରିଛନ୍ତି । ପ୍ରତିନିଧି ଦଳ  ସିଲଂ ଠାରେ ଅନୁଷ୍ଠିତ ଦୁଃସାହସିକ ପର୍ଯ୍ୟଟନ ସମ୍ମେଳନ ବା  କନ୍‌କ୍ଲେଭ୍‌ରେ ଯୋଗ ଦେବେ । ଓଡ଼ିଶାରେ ଥିବା ସମ୍ଭାବନାକୁ  କିପରି ବାସ୍ତବତାରେ ପରିଣତ କରାଯାଇପାରିବ ସେଥିପାଇଁ  ମାଷ୍ଟର୍‌ ପ୍ଲାନ୍‌ ପ୍ରସ୍ତୁତିର ପରିକଳ୍ପନା ନେଇ ଫେରିବେ । ଶ୍ରୀମତୀ  ପରିଡ଼ା ଦୁଃସାହସିକ ପର୍ଯ୍ୟଟନ ସମ୍ମେଳନରେ ମୁଖ୍ୟ ଅତିଥି  ରହିଛନ୍ତି । ଗୌହାଟୀର ଅନ୍ତର୍ଜାତୀୟ ବିମାନବନ୍ଦରରେ  ପହଞ୍ଚିଲା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀମତୀ  ପରିଡ଼ା କହିଛନ୍ତି, ଆମେ ବି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ  ଭଳି ପର୍ଯ୍ୟଟକଙ୍କ ଲାଗି ବହୁତ କିଛି ସୁବିଧା କରିପାରିବା ।  

ଶ୍ରୀମତୀ ପରିଡ଼ା ଦାୟିତ୍ୱ ନେବା ପରେ ରାଜ୍ୟର  ପର୍ଯ୍ୟଟନସ୍ଥଳୀରେ ଦୁଃସାହସିକ ପର୍ଯ୍ୟଟନକୁ କିପରି  ଯୋଡ଼ାଯାଇପାରିବ ତା’ ଉପରେ ଅଧିକାରୀଙ୍କ ସହ ତର୍ଜମା  କରିଥିଲେ । ରାଜ୍ୟରେ ବହୁତ ସୁନ୍ଦର ପାହାଡ଼, ଜଙ୍ଗଲ, ନଦୀ,  ଝରଣା, ହ୍ରଦ ଏବଂ ୪୮୦ କିମି ବ୍ୟାପୀ ବିସ୍ତୀର୍ଣ୍ଣ ବେଳାଭୂମି  ରହିଛି । ତେଣୁ ଦୁଃସାହସିକ ପର୍ଯ୍ୟଟନକୁ ବିକଶିତ କରିବାକୁ  ପଡ଼ିବ ବୋଲି ସେ କହିଥିଲେ । ଦୁଃସାହସିକ ପର୍ଯ୍ୟଟନ ପାଇଁ ସୁଯୋଗ ଥିବା ପାହାଡ଼ିଆ ଅଞ୍ଚଳରେ ଟ୍ରେକିଂ ରୁଟ୍‌, ରୋପ୍‌ୱେ  ବ୍ୟବସ୍ଥା ଆଦି କରିବାକୁ ହେବ । ଏହାଛଡ଼ା ଅନ୍ୟାନ୍ୟ ସୁବିଧା  ବି ରହିବ । ପ୍ରତିବର୍ଷ ପର୍ଯ୍ୟଟକଙ୍କ ପାଇଁ କିଛି ନୂଆ ସୁବିଧା,  ସୁଯୋଗ ସୃଷ୍ଟି କରିବାକୁ ହେବ । 

୨୦୨୩-୨୪ରେ ପର୍ଯ୍ୟଟନ  ବଜେଟ୍‌ ୬୬୦ କୋଟି ଥିବାବେଳେ ୨୦୨୪-୨୫ରେ  ୮୧୨ କୋଟିର ବଜେଟ୍‌ ରଖାଯାଇଛି । ଓଡ଼ିଶା ପର୍ଯ୍ୟଟନକୁ  ସମୃଦ୍ଧ କରିବା ପାଇଁ କେନ୍ଦ୍ରୀୟ ବଜେଟ୍‌ରେ ବି ସ୍ୱତନ୍ତ୍ର  ସହାୟତା ଘୋଷଣା କରାଯାଇଛି ଯାହା ରୋଜଗାର ସୃଷ୍ଟି  କରିବ । ତେଣୁ ପର୍ଯ୍ୟଟନରେ ପ୍ରଚୁର କର୍ମନିଯୁକ୍ତି, ଆଞ୍ଚଳିକ  ବ୍ୟବସ୍ଥାକୁ ପ୍ରୋତ୍ସାହନ ଏବଂ ବାହାରେ ରାଜ୍ୟର ପ୍ରଚାର,  ପ୍ରସାର ଆମର ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।  

ସୂଚନାଯୋଗ୍ୟଯେ, ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ରେ ବି ଦୁଃସାହସିକ ପର୍ଯ୍ୟଟନ ସ୍ଥାନ ପାଇଥିଲା ।  କିନ୍ତୁ ପ୍ରକଳ୍ପ ଲାଗି ଉପକରଣ, ଭିତ୍ତିଭୂମି ଏବଂ ପରିଚାଳନା  ଲାଗି ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବ ରହିଲା । ବିଭିନ୍ନ  କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିପାରିଲା ନାହିଁ । ପର୍ଯ୍ୟଟକଙ୍କ  ଲାଗି ସ୍ଥାନୀୟ ରହଣି ତଥା ହୋଟେଲ, ରେସ୍ତୋରାଁ, ଖାଦ୍ୟ,  ପାନୀୟ, ଶୌଚାଳୟ ଭଳି ଜରୁରି ବ୍ୟବସ୍ଥା ଠିକଣା ଭାବେ  ହୋଇନପାରିବା ଯୋଗୁ କିଛି ସ୍ଥାନରେ ଏହା ଆରମ୍ଭ  ହୋଇଥିଲେ ବି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଇପାରିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.