ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ, ବାପା ଅଟକ

ବ୍ରହ୍ମପୁର, ୦୮/୧୦ : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ। ସୋମବାର ଯୁବତୀ ଜଣଙ୍କ ବ୍ଲକ ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି MKCGରେ ଭର୍ତ୍ତି କରିଥିଲେ। ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତେବେ ଯୁବତୀ ଜଣଙ୍କ କାହିଁକି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ତାର କାରଣ ଜଣା ପଡ଼ିନାହିଁ। ଘରୋଇ କଳି ପାଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ପୋଲିସ ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। 

ସୂଚନା ଥାଉକି, ବ୍ରହ୍ମପୁର ଆମ୍ବପୁଆର ରାଣୀ ପ୍ରଧାନ ବାପାଙ୍କ ସହ କୁକୁଡ଼ାଖଣ୍ଡିରେ ରହୁଥିଲେ। ସେ ବ୍ରହ୍ମପୁରର ଏକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷବର୍ଷର ଛାତ୍ରୀ । ତାଙ୍କ ମାଆଙ୍କ ବହୁ ବର୍ଷ ହେଲା ମୃତ୍ୟୁ ହୋଇଥିବା ବେଳେ ବାପା ଦ୍ୱିତୀୟ ବିବାହ କରିଛନ୍ତି । ବାପାଙ୍କ ସହ ତାଙ୍କର ବେଳେବେଳେ ଝଗଡ଼ା ହେଉଥିଲା । ସୋମବାର ସନ୍ଧ୍ୟାରେ ବାପା ଗାଳି କରିବାରୁ ସେ ନିଜ ଦେହରେ କିରୋସିନ ଠାଳି ନିଆଁ ଲଗାଇ ଦେଇଥିଲେ। ହୁତୁହୁତୁ ଜଳୁଥିବା ଅବସ୍ଥାରେ ସେ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ତାଙ୍କୁ ସ୍ଥାନୀୟ ଲୋକ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାଣୀଙ୍କ ଶରୀର ୭୦ ଭାଗରୁ ଅଧିକ ଜଳିଯାଇଥିଲା। ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.