ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପନିକିରେ ବେକ କାଟି ଯୁବକର ଆତ୍ମହତ୍ୟା

କେନ୍ଦୁଝର ସଦର,୧୮/୭ :  କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମୁକୁନା ଗ୍ରାମର ଜଣେ ଯୁବକ ପନିକିରେ ବେକ କାଟି ଆତ୍ମହତ୍ୟା କରିଛି। ଯୁବକ ଜଣକ ହେଲେ  ସର୍ଗତ ଘନ ନାଏକ ପୁଅ ରଣଜିତ କୁମାର ନାଏକ(୩୫)। 

ବୁଧବାର ରାତି ୯ ଘଟିକା ସମୟରେ ଦୋକାନରୁ ସଉଦା ଆଣିକି ଆସି ରଣଜିତ ଘରେ ଥିବା ପନିକିରେ ନିଜ ବେକ କାଟି ହୋଇଥିଲେ।ପ୍ରବଳ ରକ୍ତସ୍ରାବ ହେବା ସହିତ ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରଣଜିତଙ୍କ ମୃତ୍ୟୁ ଘଟିଛି। ଖବର ପାଇଁ ସଦର ଥାନା ଏସ୍ ଆଇ ଦିଲ୍ଲିପ ମୁର୍ମୁ ମେଡିକାଲରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପରେ ଶବ ବ୍ୟବଛେଦ କରାଇ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ବର୍ଷେ ତଳେ ବ୍ଲେଡ଼ରେ ବେକ କାଟି କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ରଣଜିତ ଫେରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.