ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ, ତଦନ୍ତ ପରେ ଜଣାପଡ଼ିବ ପ୍ରକୃତ ସତ୍ୟ

ବିନିକା, ୨୯।୭: ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ କଲେ ପରିବାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗଡ଼ଗଡ଼ବାହାଲ ଗ୍ରାମର ପୁଷ୍ପାଞ୍ଜଳି ଜାଲଙ୍କୁ ଯୌତୁକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପୁଷ୍ପାଞ୍ଜଳି ଜାଲଙ୍କ ସ୍ଵାମୀଙ୍କ କହିବା ଅନୁସାରେ, ଘରେ କେହି ନ ଥିବା ସମୟରେ ପୁଷ୍ପାଞ୍ଜଳି ଦଉଡ଼ି ଦେଇ ଘର ଛାତରେ ଆତ୍ମହତ୍ୟା କରିଛନ୍ତି । ପୁଷ୍ପାଞ୍ଜଳି ଜାଲଙ୍କ ସ୍ୱାମୀ ତାଙ୍କ ବାଡ଼ିରେ କାମ କରୁଥିବା ସମୟରେ ପରିବାର ଲୋକେ ଖବର ଦେବା ପରେ ତୁରନ୍ତ ଘରକୁ ଦୌଡ଼ି ଆସିଥିଲେ । ଆସି ଦେଖିବା ପରେ ପୁଷ୍ପାଞ୍ଜଳି ଜାଲ ନିଜ ବେକରେ ଦଉଡ଼ି ଲଗାଇ ଘର ଛାତରେ ଝୁଲୁଥିବା ଦେଖିବାକୁ ପାଇଥିଲେ । 

ସ୍ତ୍ରୀକୁ ଝୁଲୁଥିବା ଦେଖି ସ୍ଵାମୀ ଛାତରେ ଲାଗିଥିବା ଦଉଡ଼ି କାଟି ତାଙ୍କୁ ତୁରନ୍ତ ବିନିକା ଡାକ୍ତରଖାନାକୁ ଆଣିଥିଲେ । ପରେ ପୁଷ୍ପାଞ୍ଜଳିଙ୍କ ବାପଘର ଲୋକଙ୍କୁ ସ୍ୱାମୀ ଘଟଣାକୁ ନେଇ ଖବର ଦେଇଥିଲେ । ତେବେ ବିନିକା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଝିଆରୀକୁ ଯୌତୁକ ପାଇଁ ପୂର୍ବରୁ ଘରେ ସବୁବେଳେ ଗାଳିଗୁଲଜ ହୋଇଆସୁଥିବା ପୁଷ୍ପାଞ୍ଜଳିଙ୍କ କାକା ନନ୍ଦଳାଲ ଥପ୍ପା କହିଛନ୍ତି । ଏହା ଆତ୍ମାହତ୍ୟା ନୁହେଁ ହତ୍ୟା ବୋଲି ବିନିକା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି । ବିନିକା ଡାକ୍ତରଖାନାରେ ପୁଷ୍ପାଞ୍ଜଳି ଜାଲଙ୍କ ମୃତଦେହକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ବିନିକା ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅନୁସନ୍ଧାନ ଚଳାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.