ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଜମି ବିବାଦରୁ ନିଆଁପାଣି ବନ୍ଦ, କଙ୍ଗାରୁ କୋର୍ଟ ବିରୋଧରେ ନ୍ୟାୟ ନିବେଦନ

ବ୍ରହ୍ମପୁର, ୧୧/୦୯ : କଥା କଥାକେ ସାମାଜିକ ବାସନ୍ଦ । ନିଆଁପାଣି ବନ୍ଦ । ଏଭଳି ଅଜବ ହାକିମାତି ଏବେ ବି ଚଳି ଆସୁଛି । କୌଣସି ଉପାନ୍ତ ଇଲାକା ନୁହଁ । ବ୍ରହ୍ମପୁର ମହାନଗରଠାରୁ ମାତ୍ର ୨୦ କିମି ଲଉଡ଼ିଗାଁର ଘଟଣା । ଏଭଳି ଅନ୍ୟାୟ ନିଷ୍ପତ୍ତିର ପ୍ରତିବାଦ କରି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି ପୀଡ଼ିତ ପରିବାର । କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି ୮୦ ବର୍ଷୀୟ ବୃଦ୍ଧ ଏସ୍‌. ମହେଶଙ୍କ ପରିବାର । ମହେଶଙ୍କ ଘର ଗୋଳନ୍ଥରା ଥାନା ଲଉଡ଼ି ଗାଁରେ । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଗ୍ରାମ୍ୟ କମିଟିର ଫତୁଆକୁ ବିରୋଧ କରି ନ୍ୟାୟ ଭିକ୍ଷା କରିଛନ୍ତି । 

ମହେଶ ଅଭିଯୋଗ କରିଛନ୍ତି, ପୁରୁଷାନୁକ୍ରମେ ନିଜ ନାମରେ ଥିବା ଜମିକୁ ଗାଁର କିଛି ବ୍ୟକ୍ତି ଅକ୍ତିଆର କରିବାକୁ ଚେଷ୍ଟା କରିଥିଲେ । ଏନେଇ ୬ ମାସ ତଳେ ସେମାନେ ଗୋଳନ୍ଥରା ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ଅଧିକାରୀ ସେହି ଲୋକଙ୍କୁ ତାଗିଦ୍‌ କରିବା ସହ ମହେଶଙ୍କୁ ଜମିରେ ଚାଷ କରିବାକୁ କହିଥିଲେ । ଉକ୍ତ ଘଟଣାକୁ ନେଇ ଗତ ଅଗଷ୍ଟ ୨୩ ତାରିଖଠାରୁ ଗ୍ରାମ କମିଟି ପକ୍ଷରୁ ମହେଶଙ୍କ ପରିବାରକୁ ନିଆଁ ପାଣି ବନ୍ଦ କରିବା ସହ ଦୋକାନ ସଉଦା, ପିଲାମାନଙ୍କ ସ୍କୁଲ, ଟିଉସନ ବନ୍ଦ କରି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ମହେଶଙ୍କ ପରିବାର ସହ ସମ୍ପର୍କ ରଖିଲେ କିମ୍ବା କଥା ହେଲେ ୩୦ ହଜାର ଟଙ୍କା ଜରିମାନା ଦେବାକୁ ଗ୍ରାମ କମିଟି ଧମକ ଦେଇଛନ୍ତି । ଏହାସହ ଭାଟି ମାଲିକଙ୍କୁ ସେମାନଙ୍କଠାରୁ କିଆ ଫୁଲ ନେବାକୁ ମନା କରିଛନ୍ତି । ବର୍ତ୍ତମାନ ମହେଶଙ୍କ ପରିବାର ବଞ୍ଚିବା ମୁସ୍କିଲ୍‌ ହୋଇଛି । 

କମିଟିର କିଛି ସଦସ୍ୟ ରୋଜଗାରର ସମସ୍ତ ପନ୍ଥା ବନ୍ଦ କରିଥିବା ମହେଶ କହିଛନ୍ତି । ଏଭଳି ଅନ୍ୟାୟ ପ୍ରତିବାଦରେ ମଙ୍ଗଳବାର ଆଇନଜୀବୀ ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ମହେଶଙ୍କ ପରିବାର ଉପଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଛନ୍ତି । ଏସ୍‌ଡିପିଓଙ୍କୁ ତଦନ୍ତ କରି ଖୁବ୍‌ଶୀଘ୍ର ଘଟଣାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବି ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଲଉଡ଼ିଗାଁ ସଭାପତି ତଥା ନାଇଡୁ ଏନ୍‌. ଦିଲେଶ ଏ ନେଇ କହିଛନ୍ତି ଯେ, ବହୁ ବର୍ଷ ପୂର୍ବରୁ ୩ ଜଣ ମୁଖିଆଙ୍କ ନାମରେ ଗାଁ କୋଠ ଜମି ପଟ୍ଟା ହୋଇଥିଲା । ସେମାନଙ୍କ ମୁତ୍ୟୁ ପରେ ଗ୍ରାମର ୫ ଭଦ୍ର ବ୍ୟକ୍ତିଙ୍କ ନାମରେ କରାଗଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୁତ୍ୟୁ ହୋଇଛି । ଗତ ବର୍ଷ ଗ୍ରାମ କମିଟି ବୈଠକରେ ଗାଁ ଠାକୁରାଣୀ ମନ୍ଦିର ନାମରେ ଏହି ଜମି ରଖିବା ପାଇଁ ନିଷ୍ପତ୍ତି କରାଗଲା । ସେଥିମଧ୍ୟରୁ ୪ ଜଣ ହସ୍ତାନ୍ତର କରିଥିବା ବେଳେ ମହେଶଙ୍କ ପରିବାର ହସ୍ତାନ୍ତର ନ କରି ଆମ ପୂର୍ବ ପୁରୁଷ ସମ୍ପତ୍ତି କହି ମାମଲାକୁ ବଢ଼ାଉଛନ୍ତି । ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି, ୨୦୨୩ ନଭେମ୍ବରରେ ଥାନାକୁ ଲଉଡ଼ି ଗାଁର ଏସ. ମହେଶ ଅଭିଯୋଗ ନେଇ ଆସିଥିଲେ । ଏହାପରେ ଗ୍ରାମର ଭଦ୍ର ଲୋକଙ୍କୁ ନେଇ ଆଲୋଚନା କରିବା ସହ ଯାହା ନାମରେ ଜମି ରହିଛି ତାଙ୍କୁ ହସ୍ତାନ୍ତର ପାଇଁ ବୁଝାମଣା ହୋଇ ଘଟଣାର ସମାଧାନ ହୋଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.