ପ୍ରମୂଖ ଖବର

ଇସ୍ରୋ ସୂର୍ଯ୍ୟ ମିଶନ୍‌ର ଉଦ୍ଦେଶ୍ୟ କ’ଣ ? ଜାଣନ୍ତୁ...

ନୂଆଦିଲ୍ଲୀ ୩/୦୯: ଭାରତର ମହତ୍ତ୍ୱାକାଂକ୍ଷୀ ସୌର ମିଶନ ଆଦିତ୍ୟ-ଏଲ୍‌୧ ସୌର କୋରୋନା (ସୂର୍ଯ୍ୟର ବାୟୁମଣ୍ଡଳର  ସବୁଠୁ ବାହ୍ୟ ଭାଗ)ର ସୃଷ୍ଟି ଓ ଏହା ତାତିବା  ପ୍ରକ୍ରିୟା, ଏହାର ତାପମାତ୍ରା, ସୌର ବିସ୍ଫୋରଣ ଏବଂ  ସୌର ଝଡ଼ର କାରଣ ଏବଂ ଉତ୍ପତ୍ତି, କୋରୋନା ଓ କୋରୋନଲ୍‌ ଲୁପ୍‌ ପ୍ଲାଜ୍‌ମାର ସୃଷ୍ଟି, ୱେଗ୍‌ ଓ ଘନତ୍ୱ,  କୋରୋନାର ଚୁମ୍ବକୀୟ କ୍ଷେତ୍ରର ମାପ, କୋରୋନଲ୍‌  ମାସ୍‌ ଇଜେକ୍‌ସନ (ସୂର୍ଯ୍ୟରେ ହେଉଥିବା ଶକ୍ତିଶାଳୀ  ବିସ୍ଫୋରଣ ଯାହା ସିଧା ପୃଥିବୀ ଅଭିମୁଖେ ଆସିଥାଏ)ର  ଉତ୍ପତ୍ତି, ବିକାଶ ଓ ଗତି, ସୌର ପବନ ଓ ପାଣିପାଗକୁ ପ୍ରଭାବିତ କରୁଥିବା କାରକଗୁଡ଼ିକର ଅଧ୍ୟୟନ କରିବ । 

ଭିଇଏଲ୍‌ସି: ଆଦିତ୍ୟ ଏଲ୍‌-୧ ମିଶନ ସୂର୍ଯ୍ୟର ବ୍ୟବସ୍ଥିତ  ଅଧ୍ୟୟନ କରିବ ପାଇଁ ୭ ବୈଜ୍ଞାନିକ ପେଲୋଡ୍‌ର ଏକ  ସେଟ୍‌ ସାଙ୍ଗରେ ନେଇଛି । ଭିଜିବଲ୍‌ ଏମିସନ୍‌ ଲାଇନ୍‌  କୋରୋନାଗ୍ରାଫ୍‌ (ଭିଇଏଲ୍‌ସି) ସୂର୍ଯ୍ୟର ବାୟୁମଣ୍ଡଳର ସବୁଠୁ ବାହ୍ୟ ବା ସୌର କୋରୋନା ଏବଂ ସୂର୍ଯ୍ୟରେ  ଥିବା ସବୁଠୁ ଶକ୍ତିଶାଳୀ ବିସ୍ଫୋରଣ ବା କୋରୋନଲ୍‌  ମାସ୍‌ ଇଜେକ୍‌ସନର ଗତିଶୀଳତାର ଅଧ୍ୟୟନ କରିବ । 

ଏସ୍‌ୟୁଆଇଟି: ସୋଲାର୍‌ ଅଲ୍‌-ଭାୟୋଲେଟ୍‌ ଇମେଜିଂ  ଟେଲିସ୍କୋପ (ଏସ୍‌ୟୁଆଇଟି) ନାମକ ପେଲୋଡ୍‌ ଅଲ୍‌ଟ୍ରା  ଭାୟୋଲେଟ୍‌ (ୟୁଭି)ର ନିକଟ ସୌର ପ୍ରକାଶମଣ୍ଡଳ  ଏବଂ କ୍ରୋମୋସ୍ଫିୟରର ଫଟୋ ଉତ୍ତୋଳନ କରିବ ।  ଏଥିସହ ଏସ୍‌ୟୁଆଇଟି ୟୁଭିର ନିକଟ ସୌର  ବିକିରଣରେ ହେଉଥିବା ପରିବର୍ତ୍ତନକୁ ପରଖିବ । ଏଏସ୍‌ପିଇଏକ୍ସ: ଏଏସ୍‌ପିଇଏକ୍ସ ( ଆଦିତ୍ୟ ସୋଲାର୍‌  ୱିଣ୍ଡ ପାର୍ଟିକଲ୍‌ ଏକ୍ସପେରିମେଣ୍ଟ) ଏବଂ ପ୍ଲାଜ୍‌ମା  ଆନାଲାଇଜର୍‌ ପ୍ୟାକେଜ୍‌ ଫର୍‌ ଆଦିତ୍ୟ (ପିଏପିଏ)  ପେଲୋଡ୍‌ ସୌର ପବନ ଏବଂ ଶକ୍ତିଶାଳୀ ଆୟନଗୁଡ଼ିକ  ସହ ସେମାନଙ୍କ ଶକ୍ତି ବିତରଣର ଅଧ୍ୟୟନ କରିବ । 

ଏସ୍‌ଓଏଲ୍‌ଇଏକ୍ସଏସ୍‌: ସୋଲାର ଏନର୍ଜି ଏକ୍ସ-ରେ ସ୍ପେକ୍ଟ୍ରୋମିଟର୍‌ (ଏସ୍‌ଓଏଲ୍‌ଇଏକ୍ସଏସ୍‌) ଏବଂ  ଉଚ୍ଚଶକ୍ତି ଏଲ୍‌-୧ ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟ୍ରୋମିଟର୍‌  (ଏଚ୍‌ଇଏଲ୍‌ ୧ଓଏସ୍‌) ବିସ୍ତୃତ ଏକ୍ସ-ରେ ଶକ୍ତି  ରେଞ୍ଜ୍‌ରେ ସୂର୍ଯ୍ୟରୁ ଆସୁଥିବା ଏକ୍ସ-ରେ କିରଣର  ଅଧ୍ୟୟନ କରିବ । ସେହିଭଳି ମ୍ୟାଗ୍ନୋମିଟର୍‌  ପେଲୋଡ୍‌କୁ ଏଲ୍‌-୧ ବିନ୍ଦୁ ମଧ୍ୟରେ ଚୁମ୍ବକୀୟ  କ୍ଷେତ୍ରକୁ ମାପିବା ଲାଗି ବନାଯାଇଛି । ଆଦିତ୍ୟ  ଏଲ୍‌-୧ର ୭ଟି ବୈଜ୍ଞାନିକ ପେଲୋଡ୍‌ର ବଡ଼ କଥା  ହେଉଛି ଏହା ଦେଶରେ ବିଭିନ୍ନ ପ୍ରୟୋଗଶାଳା  ଦ୍ୱାରା ସ୍ୱଦେଶୀ ଭାବେ ବିକଶିତ କରାଯାଇଛି । ଏହି  ସମସ୍ତ ପେଲୋଡ୍‌ ଇସ୍ରୋର ବିଭିନ୍ନ କେନ୍ଦ୍ରଗୁଡ଼ିକର  ସହଯୋଗ ଦ୍ୱାରା ବିକଶିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.