ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଛତିଶଗଡ଼କୁ ମିଳିଲେ ଦ୍ବିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ବିଷ୍ଣୁଦେବ ସାଏ କିଏ ?

ରାୟପୁର: ବହୁ ମାନସ ମନ୍ଥନ ପରେ ଛତିଶଗଡ଼ ଲାଗି ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ କରିଛି ବିଜେପି । ଛତିଶଗଡ଼ରେ କଂଗ୍ରେସକୁ ପରାସ୍ତ କରି ବିଜେପି ବିଜୟୀ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ସସପେନ୍ସ ଲାଗିରହିଥିଲା । ହେଲେ ଆଜି ବସିଥିବା ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଆଦିବାସୀ ନେତା ବିଷ୍ଣୁଦେବ ସାଏଙ୍କ ନାଁ ଉପରେ ମୋହର ଲାଗିଛି । ଛତିଗଡ଼ର ପରିବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବିଷ୍ଣୁଦେବ ସାଏ । 

ବିଷ୍ଣୁଦେବ ସାଏ କିଏ ?

୧. ରାଜ୍ୟର ବିଜେପି ଅଧ୍ୟକ୍ଷ ଭାବେ ୨୦୨୦ରୁ ୨୦୨୨ ଭାବେ କାର୍ଯ୍ୟ କରିଛନ୍ତି ବିଷ୍ଣୁଦେବ ସାଏ । 

୨. ଅଜିତ ଯୋଗୀଙ୍କ ପରେ ଛତିଶଗଡ଼ର ଦ୍ବିତୀୟ ଆଦିବାସୀ ନେତା ଭାବେ ବିଷ୍ଣୁଦେବ ସାଏ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । 

୩. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କ୍ୟାବିନେଟରେ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ବିଷ୍ଣୁଦେବ ସାଏ । 

୪. ବିଷ୍ଣୁଦେବ ସାଏ ରାଇଗଡ଼ରୁ ସାଂସଦ ମଧ୍ୟ ଅଛନ୍ତି । ହେଲେ ବିଧାୟକ ହେବା ପରେ ସେ ଏହି ସିଟରୁ ଇସ୍ତଫା ଦେବେ ।

୫. ସେ ନିଜର ରାଜନୈତିକ କ୍ୟାରିୟର ମଧ୍ୟପ୍ରଦେଶରୁ ବିଧାୟକ ଭାବେ ଆରମ୍ଭ କରିଥିଲେ। ହେଲେ ତା ପୂର୍ବରୁ ବଗିଆ ଗାଁର ସରପଞ୍ଚ ହୋଇଥିଲେ ସିଏମ ସାଏ । ମଧ୍ୟପ୍ରଦେଶରୁ ଛତିଶଗଡ଼ ଅଲଗା ହବା ପୂର୍ବରୁ ୧୯୯୦-୯୮ ମଧ୍ୟରେ ସେ ମଧ୍ୟପ୍ରଦେଶ ବିଧାସଭାର ସଦସ୍ୟ ଥିଲେ ।

୬. ୨୦୨୩ ବିଧାନସଭା ନିର୍ବାଚନରେ ବିଷ୍ଣୁଦେବ ସାଏ କୁଙ୍କୁରି ଆସନରେ କଂଗ୍ରେସ ବିଧାୟକ ୟୁଡି ମିଞ୍ଜଙ୍କୁ ହରାଇ ବିଜୟୀ ହୋଇଛନ୍ତି ।

୭. ବିଷ୍ଣୁଦେବ ସାଏ ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ରାଇଗଡ଼ରୁ ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ।

୮. ୨୦୧୯ରେ ସିଏମ ସାଏଙ୍କୁ ଲୋକସଭା ନିର୍ବାଚନ ଲାଗି ଟିକେଟ ମିଳିନଥିଲା ।

୯.  ୨୧ ଫେବୃଆରି ୧୯୬୪ରେ ଛତିଶଗଡ଼ର ଜଶପୁର ଜିଲ୍ଲା ଅନ୍ତର୍ଗତ ବଗିଆ ଗାଁରେ ଜନ୍ମଗ୍ରହଣ କରିଥିଲେ ବିଷ୍ଣୁଦେବ ସାଏ । ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ କୃଷି ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ ।

୧୦. ବିଷ୍ଣୁଦେବ ସାଏ ସାହୁ ସଂପ୍ରଦାୟର ବ୍ୟକ୍ତି । 

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.