ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବହୁତ ସାବଧାନର ସହ ଅପରେସନ ଜାରି ରହିଛି : ସୁଡ଼ଙ୍ଗରେ ଶ୍ରମିକଙ୍କ ସ୍ଥିତି ବିଷୟରେ ଜଣାଇଲା ଏନଡିଏମଏ

ନୂଆଦିଲ୍ଲୀ : ସରୁନି ଉଦ୍ଧାର କାର୍ଯ୍ୟ। ଦିନ ଗଡ଼ି ଚାଲିଛି, ଆଉ ଆଶା ଆଶଙ୍କା ବି ହୃଦୟକୁ ବିଦାରୁଛି। ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ଘର ଲୋକଙ୍କ ଠାରୁ ନେଇ ସାରା ଦେଶର ଜନତାଙ୍କ ପ୍ରତୀକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ୁନି। କେବେ ଆସିବେ। କେମିତି ସୁଡ଼ଙ୍ଗରୁ ବାହାରିବେ। ଏନେଇ ଅନେକ ପ୍ରଶ୍ନ , ଅନେକ ଅନୁଶୋଚନା। ସେପଟେ କିନ୍ତୁ, ସରକାର ଏହି ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ନିଜର କଳ ବଳ କୌଶଳ ଲଗେଇ ଦେଇଛନ୍ତି। ଅନେକ ବିଶେଷଜ୍ଞ ଟିମ୍‌ ଏହି ଉଦ୍ଧାର କାର୍ଯ୍ୟରେ ଦିନରାତି ଗୋଟିଏ କରି ଦେଇଛନ୍ତି। 

ଶ୍ରମିକଙ୍କୁ ଚାପମୁକ୍ତ କରିବାକୁ ପଠାଯିବ ତାସ୍ ଓ ଲୁଡୋ, ଡ୍ରୋନ୍ ମାଧ୍ୟମରେ ଡ୍ରିଲିଂର ଅନୁଧ୍ୟାନ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪୧ ଜଣ ଶ୍ରମିକଙ୍କୁ ସୁଡ଼ଙ୍ଗରୁ ବାହାର କରିବାର ମିଶନ ଲଗାତାର ଭାବେ ୧୩ ତମ ଦିନ ଧରି ଜାରି ରହିଛି। ଏବେ ମଧ୍ୟ ଶ୍ରମିକଙ୍କୁ ବାହାର କରିବା ପାଇଁ ଭଗ୍ନାବଶେଷରେ ୧୫ ମିଟର ଗର୍ତ୍ତ କରି ପାଇପ୍‌ ଭର୍ତ୍ତି କରିବାର କାମ ବାକି ଅଛି। ଏହି ମଧ୍ୟରେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି (ଏନଡିଏମଏ) ଏହି ମିଶନକୁ ଖୁବ୍‌ ମୁସ୍କିଲ କହି ଏହାର ତୁଳନା ଯୁଦ୍ଧ ସହ କରିଛି । 

ଲେଫ୍ଟେନାଣ୍ଟ ଜେନେରାଲ (ଅବସର) ସୈୟଦ ଅତା ହସନୈନ ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀରେ ସିଲକ୍ୱାରା ସୁଡ଼ଙ୍ଗକୁ ନେଇ ମିଡ଼ିଆକୁ ଅପଡେଟ୍‌ କରିଥିଲେ। କହିଥିଲେ , ଏହା ଏକ ବଡ଼ ମୁସ୍କିଲ ଅପରେସନ , ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ। ଏହା କୌଣସି ଲଢେଇ ଠାରୁ କମ୍‌ ନୁହେଁ । ଏହା ଭାରତର ସନ୍ତାନଙ୍କୁ ବଞ୍ଚାଇବାର ଯୁଦ୍ଧ , ଯିଏ ପାହାଡରେ ପରିଶ୍ରମ କରୁଛନ୍ତି । ଭାରତ ସରକାର ଏହା ସୁନିଶ୍ଚିତ କରୁଛନ୍ତି କି କୌଣସି ଏମିତି ଜିନିଷ ନରହୁ , କୌଣସି ଉତ୍ସ ଏମିତି ରହି ନଯାଉ କି ଯାହାର ଆବଶ୍ୟକ ହେଉ ଏବଂ ଉପଲବ୍ଧ ନ ହେଉ। 

ହସନୈନ କହିଛନ୍ତି କି ପାଇପ୍‌ର ୱେଲଡିଂ ପରେ ଅଗରକୁ ଆଉ ଥରେ ବ୍ୟବହାର କରାଯିବ ଏବଂ ଏଥିରେ କିଛି ସମୟ ଲାଗିବ। ସେ ଆଗାମୀ ମିଶନକୁ ନେଇ କହିଛନ୍ତି , ଭଲ କଥା ଏହାକି ଗ୍ରାଉଣ୍ଡ ପେନେଟ୍ରେନିଂ ରାଡାରର ବ୍ୟବହାର କରାଯାଇଛି , ଯାହା ଏକ କମ୍ପାନୀ ଠାରୁ ଅଣାଯାଇଛି। ଏହା କ୍ଷମତା ଏହା କି ଭଗ୍ନାବଶେଷରେ ୫ମିଟର ଯାଏ ଧାତୁ ବିଷୟରେ ଜଣାଇ ପାରିବ। ଏଥିରୁ ଜଣାପଡ଼ିଛି ଆଗକୁ ୫ ମିଟର ଯାଏ କୌଣସି  ପ୍ରତିବନ୍ଧକ ନାହିଁ। ଏହାପରେ ପୁଣି ରାଡାରରେ ଆଗକୁ ୫ ମିଟରର ଯାଞ୍ଚ କରାଯିବ। ଏହା ଖୁବ୍‌ ଟେକ୍ନିକାଲ ଜିନିଷ। ବହୁତ ସାବଧାନର ସହ ଅପରେସନ ଜାରି ରହିଛି। 

ଉଲ୍ଲେଖନୀୟ ଯେ, ସୁଡ଼ଙ୍ଗରେ ପାଖାପାଖି ୫୦-୬୦ ମିଟର ଯାଏ ଭଗ୍ନାବଶେଷ ଭରି ରହିଛି । ଯାହା ପଛରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ଭଗ୍ନାବଶେଷ ମଧ୍ୟରେ ଅଗର ମେସିନ ମାଧ୍ୟମରେ ୯୦୦ ଏମଏମ୍‌ର ପାଇପଲାଇନ୍‌ ବିସ୍ତାର କରାଯାଉଛି । ଏହି ସ୍କେପ୍‌ ଟନେଲ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.