ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଲିଭ୍‌-ଇନ୍‌ ପଞ୍ଜୀକରଣ ନ କଲେ ଜେଲ୍, ଉତ୍ତରାଖଣ୍ଡ ବିଧାନସଭରେ ୟୁସିସି ବିଲ୍ ଆଗତ

ଡେରାଡୁନ୍‌, ୭।୦୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଙ୍ଗଳବାର ସମାନ ଆଚରଣ ସଂହିତା(ୟୁସିସି) ବିଲ୍‌ ବିଧାନସଭାରେ ଆଗତ କରିଛନ୍ତି । ୧୯୨ ପୃଷ୍ଠା ବିଶିଷ୍ଟ ଏହି ବିଲ୍‌କୁ ୪ ଭାଗରେ ବିଭକ୍ତ କରାଯାଇଛି । ତାହା ହେଲା ବିବାହ ଏବଂ ଛାଡ଼ପତ୍ର, ଉତ୍ତରାଧିକାରୀ, ଲିଭ୍‌-ଇନ୍‌ ସମ୍ପର୍କ ଏବଂ ବିବିଧ । ଏପରି କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହୋଇଛି । ଗୋଆରେ ପର୍ତ୍ତୁଗାଲ ଶାସନ କାଳରୁ ହିଁ ୟୁସିସି ଲାଗୁ ହୋଇଛି । ବିଧାନସଭାର ୪ ଦିବସୀୟ ସ୍ୱତନ୍ତ୍ର ଅଧିବେଶନ ଡାକି ମୁଖ୍ୟମନ୍ତ୍ରୀ ଧାମି ଆଗତ କରିଥିବା ଏହି ବିଲ୍‌ରେ ବିବାହ ପୂର୍ବରୁ ଲିଭ୍‌ଇନ୍‌ ସମ୍ପର୍କକୁ ନେଇ କଠୋର ଆଇନ ଆଣିବାକୁ ଯାଉଛନ୍ତି । ଯଦି କୌଣସି ପ୍ରେମୀ ଯୁଗଳ ଲିଭ୍‌ଇନ୍‌ରେ ରହିବା ପୂର୍ବରୁ ଜିଲ୍ଲା ଅଧିକାରୀଙ୍କଠାରେ ପଞ୍ଜିକରଣ ନ କରାନ୍ତି ତେବେ ସେମାନଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍‌ ଏବଂ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ଲିଭ୍‌-ଇନ୍‌ ସମ୍ପର୍କରୁ ଜନ୍ମିତ ଶିଶୁକୁ ସେହି ଯୋଡ଼ିଙ୍କ ବୈଧ ଶିଶୁ ବୋଲି ବିବେଚନା କରାଯିବ ଏବଂ ଶିଶୁଟିର ସମସ୍ତ ଆଇନଗତ ଅଧିକାର ରହିବ ବୋଲି ବିଲ୍‌ରେ ପ୍ରାବଧାନ ରହିଛି । 

ବିଲ୍‌ରେ ଆହୁରି ରହିଛି ଯେ, ଯଦି ଲିଭ୍‌-ଇନ୍‌ରେ ରହୁଥିବା ଯୋଡ଼ିଙ୍କ ମଧ୍ୟରୁ କାହାର ବୟସ ୨୧ ବର୍ଷରୁ କମ୍‌ ହୋଇଥାଏ ତେବେ ସେମାନଙ୍କୁ ପିତାମାତାଙ୍କୁ ଲିଭ୍‌-ଇନ୍‌ ପଞ୍ଜୀକରଣ ବାବଦରେ ରେଜିଷ୍ଟ୍ରାର ଅଫିସ୍‌ ପକ୍ଷରୁ ଜଣାଯିବ । ଯଦି ଲିଭ୍‌-ଇନ୍‌ରେ ରହିବା ପରେ କୌଣସି ଯୁବକ ତାଙ୍କ ମହିଳା ସାଥୀଙ୍କୁ ଦୂରେଇ ଦେବେ ତେବେ ସମ୍ପୃକ୍ତ ମହିଳାଙ୍କୁ ଭରଣପୋଷଣ ମିଳିବ । ଲିଭ୍‌-ଇନ୍‌ରେ ରହିବା ପାଇଁ ପୁରୁଷଙ୍କ ବୟସ ୨୧ ଏବଂ ମହିଳାଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଜରୁରି । ସେହିପରି ଧାର୍ମିକ ବିଧିରେ ବିବାହ ହେଲେ ବି ବିବାହର ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ସେହିପରି ଦମ୍ପତ୍ତିଙ୍କ ଛାଡ଼ପତ୍ର ପାଇଁ ମଧ୍ୟ କେତେକ ମାନଦଣ୍ଡ ଏବଂ ଆଧାର ରଖାଯାଇଛି । ୟୁସିସି ବିଲ୍‌ ଆଇନରେ ପରିଣତ ହେଲେ ଏହା ଉତ୍ତରାଖଣ୍ଡର ସବୁ ଜାତି, ଧର୍ମ, ବର୍ଗର ଲୋକଙ୍କ ଉପରେ ଲାଗୁ ହେବ । ତେବେ ଏହି ବିଲ୍‌କୁ କଂଗ୍ରେସ ସମେତ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱେସି ବିରୋଧ କରିଛନ୍ତି । ଏହା ମୁସଲମାନମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ଓୱେସି କହିଛନ୍ତି । ୟୁସିସି କମିଟି କେବେ ବିରୋଧୀଙ୍କୁ ଡାକିନାହିଁ କି କୌଣସି ପ୍ରସ୍ତାବ ମଧ୍ୟ ନେଇନାହିଁ । ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀଙ୍କ ମତ ଜରୁରି ଥିଲା । ବିଲ୍‌ରେ ଜନଜାତିଙ୍କୁ ଅଲଗା ରଖାଯାଇଛି । ବିଲ୍‌ ସମସ୍ତଙ୍କ ପାଇଁ ବୋଲି ସରକାର କହୁଥିବାବେଳେ ଏଥିରୁ ଜନଜାତି ମହିଳାଙ୍କୁ କାହିଁକି ବାଦ୍‌ କରାଯାଇଛି ବୋଲି କଂଗ୍ରେସ କହିଛି ।

Also Read :-

କିସିଂ ସିନ୍‌ ପାଇଁ ‘ଫାଇଟର’ର ଫିଲ୍ମ ନିର୍ମାତାଙ୍କୁ ଭାରତୀୟ ୱିଙ୍ଗ୍ କମାଣ୍ଡରଙ୍କ ମାନହାନି ନୋଟିସ୍

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.