ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ସନାତନ ଧର୍ମକୁ ଡେଙ୍ଗୁ ଓ କରୋନା ସହ ତୁଳନା କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅ, କହିଲେ ‘ଧର୍ମ ଶେଷ ହେବା ଦରକାର’

ଚେନ୍ନାଇ, ୦୩/୦୯: ମଶା, ଡେଙ୍ଗୁ, ଜର, ମାଲେରିଆ ଓ କରୋନା ଏମିତି କିଛି ଯାହାକୁ କେବଳ ବିରୋଧ ନୁହେଁ ବରଂ ଶେଷ କରି ଦେବା ଉଚିତ୍ । ସନାତନ ଧର୍ମ ମଧ୍ୟ ଏହି ଭଳି । ଏହାକୁ ଶେଷ କରିବା ଆମର ପ୍ରଥମ କାମ ହେବା ଉଚିତ୍ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଶନିବାର ଏଭଳି ମନ୍ତବ୍ୟ ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଉଦୟନିଧି କହିଛନ୍ତି, ସନାତନ କଣ ? ସନାତନ ଶବ୍ଦ ସଂସ୍କୃତରୁ ଆସିଛି । ଏହା ସମାନତା ଓ ସାମାଜିକ ନ୍ୟାୟର ବିରୋଧୀ । ସନାତନର ଅର୍ଥ- ସ୍ଥାୟୀ ଅର୍ଥାତ୍ ଏଭଳି ଜିନିଷ ଯାହାକୁ ବଦଳା ଯାଇ ପାରିବ ନାହିଁ । ଯାହା ଉପରେ କୌଣସି ପ୍ରଶ୍ନ କରାଯାଇ ପାରିବ ନାହିଁ । ଏସବୁ ମନ୍ତବ୍ୟ ଉଦୟନାଥ ସନାତନ ଉନ୍ମୁଳନ କାର୍ଯ୍ୟକ୍ରମରେ ଦେଇଛନ୍ତି ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ,୧୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା

ତେବେ ଉଦୟନିଧିଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପରେ ଲିଗାଲ୍ ରାଇଟ୍ସ ଅବଜରଭେଟରୀ ନାମକ ଆକାଉଣ୍ଟ ଟ୍ୱିଟ୍ କରି ଆଇନଗତ ପଦକ୍ଷେପ ନେବାକୁ ବିଚାର କରୁଥିବା ଲେଖିଥିଲା । ଯାହାର ଉତ୍ତର ରଖି ଉଦୟନିଧି କହିଛନ୍ତି, ମୁଁ କୌଣସି ପ୍ରକାର ଆଇନଗତ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ । ମୁଁ ଆଜି, କାଲି ଓ ସବୁବେଳେ କହିବି ଦ୍ରାବିଡ଼ ଭୂମିରେ ସନାତନ ଧର୍ମକୁ ରୋକିବା ଆମର ସଂକଳ୍ପ କମିବ ନାହିଁ ।

ସନାତନ ଉନ୍ମୁଳନ ସଭାରେ ଉଦୟନିଧି ଷ୍ଟାଲିନଙ୍କ ସହ ଡିଏମକେର ଅନ୍ୟ ନେତା ସାମିଲ୍ ହୋଇଥିଲେ । ଏହା ପୂର୍ବରୁ ମଧ୍ୟ ହିନ୍ଦୀ ଭାଷାକୁ ବିରୋଧ କରି ଉଦୟନିଧି ଅନେକ ବୟାନ ଦେଇ ବିବାଦ ଘେରକୁ ଆସିଥିଲେ । ନିକଟରେ ସେ ସୁଷମା ସ୍ୱରାଜ ଓ ଅରୁଣ ଜେଟଲୀଙ୍କ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କରିଥିଲେ । କହିଥିଲେ, ଉଭୟଙ୍କ ମୃତ୍ୟୁ ପ୍ରଧାନମନ୍ତ୍ରୀଙ୍କ ଚାପ ପାଇଁ ହୋଇଛି । 

ଅସ୍ତ ଗଲେ ଗଞ୍ଜାମର ‘ଆନ୍ନା’, ଆଜି ଦିଗପହଣ୍ଡିରେ ଶେଷକୃତ୍ୟ

  • dengue
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.